ବ୍ୟବସାୟ ଓ ଅର୍ଥନୀତି

ଜଲଦି ଚେକ୍ କରନ୍ତୁ ଆଜିର ପେଟ୍ରୋଲ-ଡିଜେଲ ଦର; ଜାଣନ୍ତୁ କେତେ କମିଲା ମୂଲ୍ୟ

ଗାଡ଼ିରେ ତେଲ ପକାଇବା ପୂର୍ବରୁ ନଜର ପକାନ୍ତୁ ଆଜି କେତେ ରହିଛି ଦର। ଭୁବନେଶ୍ୱରରେ ଆଜି ତୈଳ ଦର ୧୦୩ ଟଙ୍କା ୧୧ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୯୪ ଟଙ୍କା ୬୮ ପଇସା ରହିଛି। ସେହିପରି ଦେଶର ପ୍ରମୁଖ ସହରରେ ପେଟ୍ରୋଲ ଓ ଡିଜେଲ ଦର କେତେ ରହିଛି ଆସନ୍ତୁ ନଜର ପକାଇବା ।

ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୬ ଟଙ୍କା ୭୨ ପଇସା ଓ ଡିଜେଲ ଦର ୮୯ ଟଙ୍କା ୬୨ ପଇସା ହୋଇଛି। ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୦୬ ଟଙ୍କା ୩୧ ପଇସା ହୋଇଥିବା ବେଳେ ଡିଜେଲ ଲିଟର ପିଛା ୯୪ ଟଙ୍କା ୨୭ ପଇସା ରହିଛି । ସେହିପରି କୋଲକାତାରେ ପେଟ୍ରୋଲ ଦର ୧୦୬ ଟଙ୍କା ୦୩ ପଇସା ଥିବାବେଳେ ଡିଜେଲ ଦର ୯୨ ଟଙ୍କା ୭୬ ପଇସା ରହିଛି। ଚେନ୍ନାଇରେ ପେଟ୍ରୋଲ ଦର ୧୦୨ ଟଙ୍କା ୭୪ ପଇସା ଥିବା ବେଳେ ଡିଜେଲ ଦାମ ୯୪ ଟଙ୍କା ୩୩ ପଇସା ରହିଛି।

ପେଟ୍ରୋଲ ଏବଂ ଡିଜେଲ ଦାମ୍ ଆପଣ SMS ମାଧ୍ୟମରେ ମଧ୍ୟ ଜାଣିପାରିବେ। ଇଣ୍ଡିଆନ ଅଏଲ ୱେବସାଇଟ ଅନୁଯାୟୀ ଆପଣଙ୍କୁ ଏବଂ ନିଜ ସହରର କୋଡ୍ ଲେଖି ୯୨୨୪୯୯୨୨୪୯ ନମ୍ବରକୁ ପଠାଇବାକୁ ହେବ। ପ୍ରତି ସହରର କୋଡ୍ ଅଲଗା ଅଲଗା ରହିଥାଏ। ଯାହା ଆପଣଙ୍କୁ ଆଇସିଓଏଲ ୱେବସାଇଟରୁ ମିଳିଯିବ।

ପ୍ରତିଦିନ ଛଅଟା ବେଳେ ବଦଳିଯାଏ ମୂଲ୍ୟ:

ସୂଚନା ମୁତାବକ, ପ୍ରତ୍ୟେକ ଦିନ ସକାଳ ୬ଟା ରେ ପେଟ୍ରୋଲ ଏବଂ ଡିଜେଲ୍ ଦାମରେ ପରିବର୍ତ୍ତନ ହୋଇଥାଏ। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିବା ପରେ ଏହାର ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ହୁଏ। ବୈଦେଶିକ ମୂଲ୍ୟ ସହିତ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ମୂଲ୍ୟ ଉପରେ ନିର୍ଭର କରି ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ପ୍ରତିଦିନ ବଦଳିଥାଏ।

Barsha

Recent Posts

ଟାୱାର ଖୁଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ମୃତ୍ୟୁର କାରଣ ଅସ୍ପଷ୍ଟ

ନୂଆଗଡ : ଯୁବକ ଜଣକ ନୂଆଗଡ ଗାଁର କୈଳାଶ ସୁବୁଦ୍ଧିଙ୍କ ପୁଅ ନାରାୟଣ ସୁବୁଦ୍ଧି ବୋଲି ଜଣାପଡିଛି । ମୃତ୍ୟୁର…

11 mins ago

ବିବାହ ବନ୍ଧନରେ ଆବଦ୍ଧ ହେଲେ ଭେଙ୍କଟେଶ ଆୟର, ଶ୍ରୁତି ରଘୁନାଥନଙ୍କ ଧରିଲେ ହାତ

ଭାରତୀୟ ଟିମ୍‌ର ଖେଳାଳି ତଥା କୋଲକାତା ନାଇଟ୍ ରାଇଡର୍ସ(KKR)ର ଷ୍ଟାର୍ ଅଲରାଉଣ୍ଡର ଭେଙ୍କଟେଶ ଆୟର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି…

14 mins ago

ଗରମରୁ ଏଭଳି ବଞ୍ଚାନ୍ତୁ ନିଜ ଫୋନ, ନଚେତ ହୋଇପାରେ ଅନେକ ସମସ୍ୟା

ଗ୍ରୀଷ୍ମ ଋତୁ ଆସିବା ସହିତ ଇଲେକ୍ଟ୍ରୋନିକ୍ ଡିଭାଇସରେ ଅଗ୍ନି ଏବଂ ବିସ୍ଫୋରଣ ଘଟଣା ମଧ୍ୟ ବଢ଼ିବାରେ ଲାଗିଛି । ଶୀତ…

37 mins ago

ଗାଡ଼ି ଚଲାଇବା ସମୟରେ ମୋବାଇଲରେ ହେଉଥିଲେ କଥା, ଗାଡ଼ି ସହ ମୋବାଇଲ୍ ଜବତ

ଭୁବନେଶ୍ୱର : ଅମାନିଆଙ୍କୁ କମିସନରେଟ ପୋଲିସର ଆକ୍ସନ । ଗାଡ଼ି ଚଲାଇବା ସମୟରେ ମୋବାଇଲରେ କଥା ହେଉଥିବା ବେଳେ ଗାଡ଼ି…

52 mins ago

ସର୍ଜରୀ ପରେ ମହିଳାଙ୍କ ପେଟରୁୁ ବାହାରିଲା ୨.୫ କେଜିର ଚୁଟି

ଆଜିକାଲି ରୋଗରେ ପିଡ଼ିତ ହେବା ସାଧାରଣ କଥା ହୋଇଗଲାଣି । ଷ୍ଟୋନ୍‌ ଆଉ ଟ୍ୟୁମର ପ୍ରାୟତଃ ସମସ୍ତଙ୍କୁ ହେଉଛି ।…

60 mins ago

ଅରୁଣାଚଳ ପ୍ରଦେଶରେ ବାଜି ମାରିଲା ବିଜେପି, ୪୬ ସିଟରେ ମିଳିଲା ବିଜୟ

ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ବାଜି ମାରିଛି ବିଜେପି । ବିଜେପି ପୁଣିଥରେ ଅରୁଣାଚଳ ପ୍ରଦେଶରେ ୪୬ ସିଟରେ ବିଜୟ…

1 hour ago