ଦେଶର କିଛି ସ୍ଥାନରେ ତୈଳ ଦର ସ୍ଥିର ରହିଥିବା ବେଳେ ଅନ୍ୟ କିଛି ସ୍ଥାନରେ ତୈଳ ଦରରେ ପରିବର୍ତ୍ତନ ହୋଇଛି । ଭୁବନେଶ୍ୱର ପେଟ୍ରୋଲ ଦରରେ ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିଛି । ସେହିପରି ଦେଶ ଅନ୍ୟ କିଛି ସ୍ଥାନରେ ଦର ଖସି ଥିବା ବେଳେ ଆଉ କିଛି ସ୍ଥାନରେ ଦର ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ଆସନ୍ତୁ ଜାଣିବା କେଉଁ ସହରର କେତେ ରହିଛି ଡିଜେଲ-ପେଟ୍ରୋଲ୍ ମୂଲ୍ୟ ? ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଛି । ଡିଜେଲ ଦର ୯୨ ଟଙ୍କା ୬୨ ପଇସା ରହିଛି ।
ଦିଲ୍ଲୀରେ ପେଟ୍ରୋଲ ଦର ୯୪ ଟଙ୍କା ୭୨ ପଇସାକୁ ହ୍ରାସ ପାଇଥିବା ବେଳେ ଡିଜେଲ ଦର ୮୭ ଟଙ୍କା ୬୨ ପଇସାକୁ ହ୍ରାସ ପାଇଛି । ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୦୪ଟଙ୍କା ୨୧ ପଇସା ହୋଇଥିବା ବେଳେ ଡିଜେଲ ଲିଟର ପିଛା ୯୨ ଟଙ୍କା ୧୫ ପଇସା ରହିଛି । ସେହିପରି କୋଲକାତାରେ ପେଟ୍ରୋଲ ଦର ୧୦୩ ଟଙ୍କା ୯୪ ପଇସା ଥିବାବେଳେ ଡିଜେଲ ଦର ୯୦ ଟଙ୍କା ୭୬ ପଇସା ରହିଛି । ଚେନ୍ନାଇରେ ପେଟ୍ରୋଲ ଦର ୧୦୦ ଟଙ୍କା ୭୫ ପଇସା ଥିବା ବେଳେ ଡିଜେଲ ଦାମ ୯୨ ଟଙ୍କା ୩୪ ପଇସା ରହିଛି ।
କେମିତି ଜାଣିବେ ଆପଣଙ୍କ ସହରରେ କେତେ ଅଛି ଦାମ୍:
ପେଟ୍ରୋଲ ଏବଂ ଡିଜେଲ ଦାମ୍ ଆପଣ SMS ମାଧ୍ୟମରେ ମଧ୍ୟ ଜାଣିପାରିବେ । ଇଣ୍ଡିଆନ ଅଏଲ ୱେବସାଇଟ ଅନୁଯାୟୀ ଆପଣଙ୍କୁ ଏବଂ ନିଜ ସହରର କୋଡ୍ ଲେଖି ୯୨୨୪୯୯୨୨୪୯ ନମ୍ବରକୁ ପଠାଇବାକୁ ହେବ । ପ୍ରତି ସହରର କୋଡ୍ ଅଲଗା ଅଲଗା ରହିଥାଏ । ଯାହା ଆପଣଙ୍କୁ ଆଇସିଓଏଲ ୱେବସାଇଟରୁ ମିଳିଯିବ।
ପ୍ରତିଦିନ ଛଅଟା ବେଳେ ବଦଳିଯାଏ ମୂଲ୍ୟ:
ସୂଚନା ମୁତାବକ, ପ୍ରତ୍ୟେକ ଦିନ ସକାଳ ୬ଟାରେ ପେଟ୍ରୋଲ ଏବଂ ଡିଜେଲ୍ ଦାମରେ ପରିବର୍ତ୍ତନ ହୋଇଥାଏ । ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିବା ପରେ ଏହାର ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ହୁଏ । ବୈଦେଶିକ ମୂଲ୍ୟ ସହିତ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ମୂଲ୍ୟ ଉପରେ ନିର୍ଭର କରି ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ପ୍ରତିଦିନ ବଦଳିଥାଏ ।
ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…
ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…
ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…
କଟକ(କେନ୍ୟୁଜ୍): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…
ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…
ଗତ କିଛି ଦିନ ହେବ ଲଗାତାର ଭାବେ ଖାଦ୍ୟରୁ ମୂଷା, ଅସରପା, ବେଙ୍ଗ, ବ୍ଲେଡ୍ ଆଦି ବାହାରିବା ନେଇ ସୋସିଆଲ…