ପେଟ୍ରୋଲ ଏବଂ ଡିଜେଲର ଦାମ କିଛି ଦିନ ହେବ କମିବାରେ ଦେଖିବାକୁ ମିଳିଛି। ଶୁକ୍ରବାରରେ ପୁଣିଥରେ ଦିଲ୍ଲୀ ଏବଂ ମୁମ୍ବାଇରେ ତେଲର ଦାମ କମିଛି। ଦିଲ୍ଲୀରେ ପେଟ୍ରୋଲର ଦାମ ୭୮.୦୬ ଟଙ୍କା ପ୍ରତି ଲିଟର । ଆଜିର ଦାମ କାଲି ଦାମ ଅପେକ୍ଷା ୦.୧୫ ଟଙ୍କା କମିଛି।
ସେହିଭଳି ଡିଜେଲର ଦାମ ୭୨.୭୪ ଟଙ୍କା ରହିଛି। କାଲିର ଦାମ ଠାରୁ ୦.୧୫ ଟଙ୍କା କମିଛି। ମୁମ୍ବାଇରେ ଶୁକ୍ରବାର ଦିନ ଡିଜେଲର ଦାମ ଥିଲା ୮୩.୫୭ ଟଙ୍କା ପ୍ରତି ଲିଟର (୦.୧୬ ଟଙ୍କା କମ୍) ଏବଂ ୭୬.୨୨ ଟଙ୍କା (୦.୧୬ ଟଙ୍କା କମ୍) ରହିଛି।
ଜଣାଇବାକୁ ଚାହିଁବୁ ଯେ ୧୮ ଅକ୍ଟୋବର ଠାରୁ ଲଗାଣ ଭାବରେ ପେଟ୍ରୋଲ-ଡିଜେଲର ଦାମ ହ୍ରାସ ହେବାର ଦେଖିବାକୁ ମିଳୁଛି। ଏହା ପୂର୍ବରୁ ପେଟ୍ରୋଲ-ଡିଜେଲର ଦାମ ବଢ଼ିବାରେ ଲାଗିଥିଲା। ୧୬ ଦିନରେ ପେଟ୍ରୋଲର ଦାମ ୩ ଟଙ୍କାରୁ ଅଧିକ ଏବଂ ଡିଜେଲର ଦାମ ୨ ଟଙ୍କାରୁ ଅଧିକ କମିସାରିଲାଣି।