ଇଲେକ୍ଟ୍ରିକ୍‌ କାର୍‌ ନା ପେଟ୍ରୋଲ-ଡିଜେଲ କାର୍‌, କେଉଁ କାର୍‌ ବ୍ୟବହାର କରିବା ଦ୍ୱାରା ମିଳେ ଅଧିକ ଲାଭ?

ଭାରତରେ ଇଲେକ୍ଟ୍ରିକ୍‌ କାର୍‌ କିଣିବାକୁ ଲୋକମାନେ ଅଧିକ ଇଚ୍ଛା ପ୍ରକା କରୁଥିବା ଦେଖିବାକୁ ମିଳୁଛି। କିନ୍ତୁ ସାଧାରଣ ଡିଜେଲ କାର ଓ ଇଲେକ୍ଟ୍ରିକ୍‌ କାର ମଧ୍ୟରେ ଥିବା ପାର୍ଥକ୍ୟ ବିଷୟରେ ବୋଧେ କେହି ଅଧିକ ଜାଣିନଥିବେ। ଆସନ୍ତୁ ଜାଣିବା ଟେକ୍ନିକାଲ ଭାବରେ ସାଧାରଣ ପେଟ୍ରୋଲ ଡିଜେଲ କାର ତୁଳନାରେ ଇଲେକ୍ଟ୍ରିକ୍‌ କାର କିଣିବା କେତେ ଲାଭଦାୟକ…

  • ଇଲେକ୍ଟ୍ରିକ୍‌ କାର ଲିଥିୟମ୍‌-ଆୟନ୍‌ ବ୍ୟାଟେରୀଚାଳିତ ହୋଇଥିବା ବେଳେ ଏହାକୁ ଚାର୍ଜର୍ କରିବା ପାଇଁ ସାମ୍ନା ବନେଟ୍‌ରେ ଚାର୍ଜିଂ ପଏଣ୍ଟ ଦିଆଯାଇଛି। କିନ୍ତୁ ସାଧାରଣ କାର୍‌ ପେଟ୍ରୋଲ୍‌ ଏବଂ ଡିଜେଲ୍‌ରେ ଚାଲିଥାଏ।

  • ଇଲେକ୍ଟ୍ରିକ୍‌ କାର ବ୍ୟାଟେରୀ ବିଦ୍ୟୁତ୍‌ଚାଳିତ ହୋଇଥାଏ, ଏଣୁ ପରିବେଶ ପ୍ରଦୂଷିତ ହୋଇନଥାଏ। କିନ୍ତୁ ସାଧାରଣ କାର୍‌ ତେଲ ପୋଡ଼ିବା ଦ୍ୱାରା ସୃଷ୍ଟି ହେଉଥିଲା ଉତ୍ତାପରେ ଚାଲିଥାଏ। ଫଳସ୍ୱରୂପ ପ୍ରଦୂଷଣର ମାତ୍ରା ବୃଦ୍ଧିପାଇଥାଏ।
  • ଇଲେକ୍ଟ୍ରିକ୍‌ କାରର ମେଣ୍ଟେନାନ୍ସ କମ୍‌ ହୋଇଥାଏ। କାରଣ ଏଥିରେ ଖୁବ୍‌ କମ୍‌ ପାର୍ଟସ୍‌ କାମ କରିଥାଏ। କିନ୍ତୁ ସାଧାରଣ କାର୍‌ରେ ଅଧିକ ପାର୍ଟସ୍‌ ରହିଥାଏ। ଫଳରେ ମେଣ୍ଟେନାନ୍ସରେ ଅଧିକ ଖର୍ଚ୍ଚ ହୋଇଥାଏ।

  • ଇଲେକ୍ଟ୍ରିକ୍‌ କାରର ବ୍ୟାଟେରୀ ହାଲ୍‌କା ହୋଇଥିବା ବେଳେ ସାଧାରଣ କାର୍‌ର ବ୍ୟାଟେରୀ ଭାରୀ ହୋଇଥାଏ। ଇଲେକ୍ଟ୍ରିକ୍‌ କାରରୁ କାର୍ବନ୍‌ ଉତ୍ପନ୍ନ ହୋଇନଥାଏ, କିନ୍ତୁ ସାଧାରଣ କାର୍‌ ପ୍ରଦୂଷଣର କାରକ ହୋଇଥାଏ।
  • ଇଲେକ୍ଟ୍ରିକ୍‌ କାର୍‌ ଥରେ ଚାର୍ଜ ହେଲେ ୩୦୦ରୁ ୪୫୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିବା କ୍ଷମତା ରଖୁଥିବା ବେଳେ ସାଧାରଣ ଇଞ୍ଜିନ୍‌ କାର ୧୦ରୁ ୨୦ କିଲୋମିଟର ମାଇଲେଜ ଦେଇଥାଏ। ଇଲେକ୍ଟ୍ରିକ୍‌ କାର ଚାର୍ଜ ହେବାକୁ ୩ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଲାଗୁଥିବା ବେଳେ ଫ୍ୟୁଲ୍‌ କାରରେ ତେଲ ଭରିବାକୁ ମାତ୍ର କିଛି ମିନିଟ୍‌ ଲାଗେ।

ଏହାସହ ପଢ଼ନ୍ତୁ: ଆସିଲା ଏମିତି ଟେକ୍ନୋଲୋଜି, ଦୂରରେ ଥିବା ପାର୍ଟନରଙ୍କ ସହ ମଧ୍ୟ ରଖି ହେବ ଶାରୀରିକ ସମ୍ପର୍କ

  • ଖର୍ଚ୍ଚ ଅନୁସାରେ ଦେଖିବାକୁ ଗଲେ ପେଟ୍ରୋଲଚାଳିତ କାର୍‌ ଅପେକ୍ଷା ଇଲେକ୍ଟ୍ରିକ୍‌ କାର ଖୁବ୍‌ ଶସ୍ତା ହୋଇଥାଏ। କାରଣ ଏହାର ବ୍ୟାଟେରୀ ବାରମ୍ବାର ବଦଳାଇବାକୁ ପଡ଼ିଥାଏ। କିନ୍ତୁ ସାଧାରଣ କାର୍‌ ଯେତେ ଅଧିକ ଚାଲିଥାଏ, ସେତିକି ଅଧିକ ପେଟ୍ରୋଲ ଡିଜେଲ ଖର୍ଚ୍ଚ ହୋଇଥାଏ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.