ଆଜି ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦାମ ହ୍ରାସ ପାଇଛି। ଭାରତରେ ପେଟ୍ରୋଲ ଏବଂ ଡିଜେଲର ଦାମରେ ହ୍ରାସ ୧୨ ଜାନୁୟାରୀ ଠାରୁ ଦେଖିବାକୁ ମିଳୁଛି। ଅର୍ଥାତ ଆଜି ଗ୍ରାହକଙ୍କୁ ପ୍ରତି ଲିଟର ପେଟ୍ରୋଲ ଏବଂ ଡିଜେଲ କ୍ରୟ ଉପରେ ଗତ କାଲି ଅପେକ୍ଷା କମ୍ ଟଙ୍କା ଦେବାକୁ ହେବ।
ଦିଲ୍ଳୀରେ ଏକ ଲିଟର ପ୍ରତି ପେଟ୍ରୋଲର ଦାମ ୯ ପଇସା କମ୍ ହୋଇଛି, କୋଲାକାତା ଏବଂ ମୁମ୍ବାଇରେ ଆଠ ପଇସା ଏବଂ ଚେନ୍ନାଇରେ ଏହାର ଦାମ ୧୯ ପଇସା କମ୍ ହୋଇଛି। ଏହାପରେ ଏହି ଦାମ କ୍ରମଶଃ ଏବଂ ଟଙ୍କା ପ୍ରତି ଲିଟର ହୋଇଯାଇଛି।
ସେହିପରି ଡିଜେଲ ର ଦାମ ବିଷୟରେ କହିବାକୁ ଗଲେ ଦିଲ୍ଲୀ ଏବଂ କୋଲକାତାରେ ଏକ ଲିଟର ଡିଜେଲର ଦାମ ୧୨ ପଇସା କମ୍ ହୋଇଛି। ସେହିପରି ମୁମ୍ବାଇ ଏବଂ ଚେନ୍ନାଇରେ ଏହାର ଦାମ ୧୩ ପଇସା କମ୍ ହୋଇଛି। ଏହାପରେ ଏହାର ଦାମ କ୍ରମଶ ଏବଂ ଟଙ୍କା ପ୍ରତି ଲିଟର ହୋଇଯାଇଛି।
ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ପ୍ରତିଦିନ ୬ଟା ବେଳେ ପେଟ୍ରୋଲ ଏବଂ ଡିଜେଲ ଦାମରେ ପରିବର୍ତ୍ତନ ହୋଇଥାଏ। ସକାଳ ୬ଟାରୁ ନୂଆ ଦାମ ଲାଗୁ ହୋଇଯାଏ। ପେଟ୍ରୋଲ ଏବଂ ଡିଜେଲ ଦାମରେ ଏକ୍ସସାଇଜ୍ ଡ୍ୟୁଟି, ଡିଲର କମିସନ ଏବଂ ଅନ୍ୟ ଜିନିଷ ଜୋଡିବା ପରେ ଏହାର ଦାମ ପ୍ରାୟ ଦୁଇଗୁଣା ହୋଇଯାଇଥାଏ।