ଭୁବନେଶ୍ୱରରେ ଗ୍ରାହକଙ୍କୁ ଟିକେ ଆଶ୍ୱସ୍ତି, କମିଲା ପେଟ୍ରୋଲ ଓ ଡିଜେଲ ଦାମ୍‌

ଦେଶରେ ଦ୍ରୁତଗତିରେ ବଢିଚାଲିଛି ପେଟ୍ରୋଲ ଓ ଡିଜେଲ ଦର। ହେଲେ ଭୁବନେଶ୍ୱରରେ ଗ୍ରାହକଙ୍କୁ ଆଜି ଟିବେ ଆଶ୍ୱସ୍ତି ମିଳିଛି। ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଦାମ୍‌ରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିଛି। ଗତକାଲି ତୁଳନାରେ ୨୮ ପଇସା କମ୍‌ ହୋଇଛି ପେଟ୍ରୋଲ ଦାମ୍‌।  ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ଲିଟର ପିଛା ୧୧୨ ଟଙ୍କା ୫୦ ପଇସା ଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୧୦୨ ଟଙ୍କା ୨୪ ପଇସା ହୋଇଛି। ପେଟ୍ରୋଲ ମୂଲ୍ୟ ଗତକାଲିର ମୂଲ୍ୟଠାରୁ ୧୬ ପଇସା କମିଥିବାବେଳେ ଡିଜେଲ୍ ମୂଲ୍ୟ ୨୮ ପଇସା କମିଛି। ସେହିପରି ଦେଶର ପ୍ରମୁଖ ସହରରେ ବି ପେଟ୍ରୋଲ ଓ ଡିଜେଲ ଦରରେ କିଛିଟା ପରିବର୍ତ୍ତନ ହୋଇଛି। ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୫ ଟଙ୍କା ୪୧ ପଇସା ଓ ଡିଜେଲ ଦର ୯୬ ଟଙ୍କା ୬୭ ପଇସା ହୋଇଛି।

ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୨୦ ଟଙ୍କା ୫୧ ପଇସା ହୋଇଥିବା ବେଳେ ଡିଜେଲ ଲିଟର ପିଛା ୧୦୪ ଟଙ୍କା ୭୭ ପଇସା ରହିଛି । ସେହିପରି କୋଲକାତାରେ ପେଟ୍ରୋଲ ଦର ୧୧୫ ଟଙ୍କା ୧୨ ପଇସା ଥିବାବେଳେ ଡିଜେଲ ଦର ୯୯ ଟଙ୍କା ୮୩ ପଇସା ରହିଛି। ଚେନ୍ନାଇରେ ପେଟ୍ରୋଲ ଦର ୧୧୦ ଟଙ୍କା ୮୫ ପଇସା ଥିବା ବେଳେ ଡିଜେଲ ଦାମ ୧୦୦ ଟଙ୍କା ୯୪ ପଇସା ରହିଛି। ସେହିପରି ହାଇଦ୍ରାବାଦରେ ଡିଜେଲ୍ ଦର ରହିଛି ୧୦୫ ଟଙ୍କା ୪୯ ପଇସା ଓ ପେଟ୍ରୋଲ ଦର ରହିଛି ୧୧୯ ଟଙ୍କା ୪୯ ପଇସା। ଲକ୍ଷ୍ନୌରେ ସବୁଠାରୁ କମ୍ ୧୦୫ ଟଙ୍କା ୩୩ ପଇସା ରହିଛି ପେଟ୍ରୋଲ ଦାମ୍।

କେମିତି ଜାଣିବେ ଆପଣଙ୍କ ସହରରେ କେତେ ଅଛି ଦାମ୍

ପେଟ୍ରୋଲ ଏବଂ ଡିଜେଲ ଦାମ୍ ଆପଣ SMS ମାଧ୍ୟମରେ ମଧ୍ୟ ଜାଣିପାରିବେ। ଇଣ୍ଡିଆନ ଅଏଲ ୱେବସାଇଟ ଅନୁଯାୟୀ ଆପଣଙ୍କୁ ଏବଂ ନିଜ ସହରର କୋଡ୍ ଲେଖି ୯୨୨୪୯୯୨୨୪୯ ନମ୍ବରକୁ ପଠାଇବାକୁ ହେବ। ପ୍ରତି ସହରର କୋଡ୍ ଅଲଗା ଅଲଗା ରହିଥାଏ। ଯାହା ଆପଣଙ୍କୁ ଆଇସିଓଏଲ ୱେବସାଇଟରୁ ମିଳିଯିବ।

ପ୍ରତିଦିନ ଛଅଟା ବେଳେ ବଦଳିଯାଏ ମୂଲ୍ୟ

ସୂଚନା ମୁତାବକ, ପ୍ରତ୍ୟେକ ଦିନ ସକାଳ ୬ଟାରେ ପେଟ୍ରୋଲ ଏବଂ ଡିଜେଲ୍ ଦାମରେ ପରିବର୍ତ୍ତନ ହୋଇଥାଏ। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିବା ପରେ ଏହାର ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ହୁଏ। ବୈଦେଶିକ ମୂଲ୍ୟ ସହିତ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ମୂଲ୍ୟ ଉପରେ ନିର୍ଭର କରି ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ପ୍ରତିଦିନ ବଦଳିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.