କରୋନା ସ୍ଥିତିରେ ଲୋକଙ୍କୁ ଟଙ୍କା ଦରକାର ହେଲେ ସେମାନେ ନିଜ ପିଏଫ୍ ଆକାଉଣ୍ଟରୁ ମଧ୍ୟ ଟଙ୍କା ଉଠାଣ କରିପାରିବେ। ଏନେଇ ସରକାରଙ୍କ ତରଫରୁ ସୂଚନା ଦିଆଯାଇଛି। କ୍ଲେମ ଭରିବାର ୭୨ ଘଣ୍ଟା ମଧ୍ୟରେ ଆପଣ ଏହି ଅର୍ଥ ପାଇପାରିବେ।
EPFO କୁ ନେଇ ସରକାର କେତେକ ନିୟମରେ ପରିବର୍ତ୍ତନ କରିଛନ୍ତି। ଏହି ପରିବର୍ତ୍ତନ ମଧ୍ୟରେ ଜନ୍ମତାରିଖରୁ ଆରମ୍ଭ କରି ବ୍ୟାଙ୍କ ଆକାଉଣ୍ଟ ନମ୍ବର ପର୍ଯ୍ୟନ୍ତ ସମସ୍ତ ଜିନିଷ ଅନ୍ତର୍ଭୁକ୍ତ। ଏଥିପାଇଁ ପୂର୍ବରୁ ବ୍ୟାଙ୍କ ଖାତାର ପ୍ରଥମ ଚାରିଟି ଅଙ୍କ ଭେରିଫାଏ କରିବାକୁ ପଡୁଥିଲା।
EPFO ନିଜ ଗ୍ରାହକଙ୍କ ପାଇଁ ଆଉ ଏକ ସୁବିଧା ମଧ୍ୟ ଉପଲବ୍ଧ କରାଇଛନ୍ତି। EPFO ଗ୍ରାହକଙ୍କୁ ନିଜ ଜନ୍ମ ତାରିଖକୁ ଠିକ କରିବାକୁ ମଧ୍ୟ ଏକ ସୁଯୋଗ ଦେଇଛନ୍ତି, କିନ୍ତୁ ଏଥିପାଇଁ କେତେକ ସର୍ତ୍ତାବଳୀ ରହିଛି। ନିୟମ ଅନୁସାରେ, ଯେ କୌଣସି PF ସଦସ୍ୟ ନିଜ ଜନ୍ମତାରିଖ ବଦଳାଇପାରିବେ। କିନ୍ତୁ ଆଧାରକ କାର୍ଡ ଓ PF ଖାତାରେ ଦିଆଯାଇଥିବା ଜନ୍ମତାରିଖ ମଧ୍ୟରେ ୩ ବର୍ଷ ବ୍ୟବଧାନ ହିଁ ରହିବା ଆବଶ୍ୟକ। ସୂଚନାଯୋଗ୍ୟ ଯେ ପୂର୍ବରୁ ଏଥିପାଇଁ ବର୍ଷେ ବ୍ୟବଧାନକୁ ବୈଧ କୁହାଯାଉଥିଲା। ଏଥିପାଇଁ ଟଙ୍କା ଉଠାଇବା ବେଳେ ସମସ୍ୟା ଦେଖାଦେଉଥିଲା। ଏବେ ଆଉ ସେ ସମସ୍ୟା ରହିବ ନାହିଁ।