ସାଢ଼େ ୬ କୋଟି ଲୋକଙ୍କ ଖାତାକୁ ଆସି ଯାଇଛି PF ସୁଧ, ଘରେ ବସି SMS ଜରିଆରେ ଫଟାଫଟ୍ କରନ୍ତୁ ଚେକ୍

ମୋଦି ସରକାର ଦେଶର ୬.୫ କୋଟି ଲୋକଙ୍କ ଖାତାରେ ବିତ୍ତୀୟ ବର୍ଷ ୨୦୨୦-୨୧ର PF ସୁଧ ଟ୍ରାନ୍ସପର କରି ଦେଇଛନ୍ତି। ଏହା ଆପଣଙ୍କ ପିଏଫ୍ ଖାତାକୁ ମଧ୍ୟ ଆସି ସାରିଥିବ। ଯଦି ଏ ପର୍ଯ୍ୟନ୍ତ ଆପଣଙ୍କୁ SMS ଆସିନାହିଁ, ତା’ ହେଲେ ଆପଣ ଘରେ ବସି ସହଜରେ ଚେକ୍ କରି ପାରିବେ। ଗତ ଅନେକ ମାସରୁ ଲୋକମାନେ PF ଉପରେ ମିଳିବାକୁ ଥିବା ସୁଧର ଅପେକ୍ଷା କରିଥିଲେ। EPFO ଏଥର ପିଏଫ୍ ଆମାଉଣ୍ଟ ଉପରେ ୮.୫ ପ୍ରତିଶତ ସୁଧ ଦେଇଛି। ଆପଣ ଘରେ ବସି ଏହାକୁ ଚେକ୍ କରି ପାରିବେ କି, ସୁଧରେ କେତେ ଟଙ୍କା ମିଳିଛି। ଆପଣ କେବଳ PF ଖାତା ସହିତ ଲିଙ୍କ୍ଡ ପଞ୍ଜୀକୃତ ମୋବାଇଲ ନମ୍ବର ସହାୟତାରେ PF ସୁଧ ଜାଣି ପାରିବେ।
ମେସେଜ ଜରିଆରେ ପତ୍ତା ଲଗାନ୍ତୁ PF ଆମାଉଣ୍ଟ
SMS ଜରିଆରେ ଆପଣ PF ବାଲାନ୍ସ ଚେକ୍ କରି ପାରିବେ। ଏଥିପାଇଁ EPFO ନମ୍ବର ଜାରି କରିଛି। ପଞ୍ଜୀକୃତ ମୋବାଇଲ ନମ୍ବରରୁ 7738299899କୁ ମେସେଜ ପଠାଇବାକୁ ହେବ। ଯେମିତି ହିଁ ଆପଣ ମେସେଜ କରିବେ, ସେମିତି ହିଁ EPFO ଆପଣଙ୍କୁ ଆପଣଙ୍କ ପିଏଫ୍ର ଯୋଗଦାନ ଏବଂ ବାଲାନ୍ସ ବିଷୟରେ ସୂଚନା ପଠାଇବ। ମେସେଜ ପଠାଇବାର ତରିକା ବି ବହୁତ ସହଜ। ଏଥିପାଇଁ ଆପଣଙ୍କୁ ‘EPFOHO UAN’ ଲେଖି 7738299899କୁ ପଠାଇବାକୁ ପଡ଼ିବ। ଏହି ସୁବିଧା ୧୦ ଭାଷା ଇଂଲିଶ, ହିନ୍ଦୀ, ପଞ୍ଜାବୀ, ଗୁଜୁରାଟି, ମରାଠି, କନ୍ନଡ଼, ତେଲୁଗୁ, ତାମିଲ, ମଲୟାଲମ୍ ଏବଂ ବଙ୍ଗଳାରେ ଉପଲବ୍ଧ ରହିଛି। ଏହି ସୂଚନା ପାଇଁ ଆପଣଙ୍କର UAN, ପ୍ୟାନ୍ ଏବଂ ଆଧାର ଲିଙ୍କ୍ ହେବା ଜରୁରୀ।
ମିସ୍ଡ କଲରୁ ପତ୍ତା କରନ୍ତୁ ପିଏଫ୍ ରାଶି
ଏବେ ଆପଣ କେବଳ ଏକ ମିସ୍ଡ କଲରେ ନିଜ ପିଏଫ୍ ରାଶିର ସମସ୍ତ ତଥ୍ୟ ଜାଣି ପାରିବେ। EPFO ନମ୍ବର 011-22901406 ଜାରି କରିଛି। ଆପଣଙ୍କୁ କେବଳ ନିଜର ପଞ୍ଜୀକୃତ ମୋବାଇଲ ନମ୍ବରରୁ ଏହା ଉପରେ ମିସ୍ଡ କଲ୍ ଦେବାକୁ ହେବ। ଯେମିତି ହିଁ ଆପଣ ଏହି ନମ୍ବରକୁ କଲ୍ କରିବେ, କିଛି ସେକେଣ୍ଡ ରିଙ୍ଗ୍ ପରେ ଫୋନ୍ କଟିଯିବ ଏବଂ ପୁଣି ଆକାଉଣ୍ଟର ସମ୍ପୂର୍ଣ୍ଣ ତଥ୍ୟ ମେସେଜ ଜରିଆରେ ପହଞ୍ଚିଯିବ। ଯଦି ମେସେଜ ଇଂଲିଶରେ ପଠାଇବାକୁ ଚାହୁଁଛନ୍ତି, ତ ଆପଣଙ୍କୁ EPFOHO UAN ENG ଲେଖିବାକୁ ହେବ। ଶେଷ ତିନି ଶବ୍ଦ (ENG)ର ଅର୍ଥ ହେଉଛି ଭାଷା। ତେବେ ଏହା ଧ୍ୟାନ ରଖନ୍ତୁ ଯେ UAN ଜାଗାରେ ଆପଣଙ୍କୁ ନିଜର UAN ନମ୍ବର ଦେବାର ନାହିଁ। ଏହାକୁ କେବଳ UAN ଲେଖିକି ହିଁ ଛାଡ଼ି ଦିଅନ୍ତୁ। ଏହା ବ୍ୟତୀତ ଆପଣ ଉମଙ୍ଗ୍ ଆପ୍ ଜରିଆରେ ମଧ୍ୟ ପିଏଫ୍ ଆକାଉଣ୍ଟରେ ଜମା ରାଶିକୁ ଚେକ୍ କରି ପାରିବେ। EPFO ନିୟମ ମୁତାବକ, ଫୋନ୍ କଲ୍ କିମ୍ବା ମେସେଜ ଜରିଆରେ ସେହି ଉପଭୋକ୍ତାମାନଙ୍କୁ ସୂଚନା ମିଳିବ, ଯାହାଙ୍କର UAN ଆକ୍ଟିଭ୍ ଥିବ।