ବଦଳୁଛି ଇପିଏଫ୍ ନିୟମ: ଖୁବ ଶୀଘ୍ର କରନ୍ତୁ ଏହି କାମ, ନହେଲେ ମିଳିବନି ପିଏଫ୍ ଟଙ୍କା

ଇପିଏଫ୍ ଆକାଉଣ୍ଟଧାରୀଙ୍କ ପାଇଁ ବଡ ଘୋଷଣା । କର୍ମଚାରୀଙ୍କ ସୁରକ୍ଷା ପାଇଁ ଭବିଷ୍ୟନିଧି ପାଣ୍ଠି (ଇପିଏଫ୍) ନିୟମରେ ବଡ ପରିବର୍ତ୍ତନ ଘୋଷଣା କରାଯାଇଛି । କର୍ମଚାରୀ ଭବିଷ୍ୟନିଧି ପାଣ୍ଠିର ଅର୍ଥ ହାସଲ କରିବା ପାଇଁ ଇପିଏଫ୍ ଆକାଉଣ୍ଟ ସହିତ ଲିଙ୍କ କରିବା ବାଧ୍ୟତାମୂଳକ କରାଯାଇଛି । ପୂର୍ବରୁ ଆଧାର-ପ୍ୟାନ୍ ଲିଙ୍କ କରାଯାଉଥିବା ବେଳେ ଏହାକୁ ବେସିକ୍ କେୱାଇସି ଭାବରେ ଗ୍ରହଣ କରାଯିବ । ଜୁନ୍ ୧, ୨୦୨୧ରୁ ସେପ୍ଟେମ୍ବର ୧, ୨୦୨୧ ମଧ୍ୟରେ ନିଜ ୟୁଏନ୍ ନମ୍ବର ସହିତ ଆଧାର ଲିଙ୍କ କରିବାକୁ ବାଧ୍ୟତାମୂଳକ କରାଯାଇଛି ।

ଶ୍ରମ ମନ୍ତ୍ରାଳୟ ପକ୍ଷରୁ କରାଯାଇଥିବା ଏହି ଘୋଷଣା ଅନୁଯାୟୀ ଇପିଏଫ୍ଓର ଧାରା ୧୪୨ରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ଯଦି କୌଣସି କର୍ମଚାରୀ ନିଜର ଆଧାର ଅପଡେଟ୍ କରୁନାହାନ୍ତି ତେବେ ସଂସ୍ଥା ପକ୍ଷରୁ ଜମା କରାଯାଉଥିବା ଅର୍ଥରାଶି ବନ୍ଦ ହେବ । ଏହାପରେ ଉଠାଣ ଆବେଦନ ଖାରଜ ହେବାର ସମ୍ଭାବନା ରହିଛି । ଏହାକୁ ଏକ ସାଧାରଣ ପ୍ରକ୍ରିୟା ଭାବରେ ଅଭିହିତ କରିଛନ୍ତି ଲ ଫାର୍ମ ଏମଭି କିନିର ପାର୍ଟନର ଭିଦିଶା କ୍ରିଷ୍ଣନ ।

ଆଧାର ଲିଙ୍କ କରାଯିବାର ପ୍ରକ୍ରିୟାଟି ସାମାଜିକ ସୁରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ । ଉଭୟ କର୍ମଚାରୀ ଏବଂ ସଂସ୍ଥା ପାଇଁ ଏହା ସୁରକ୍ଷିତ ରହିଥାଏ । ପୂର୍ବରୁ ଜୁନ୍ ୩ରେ ଶ୍ରମ ମନ୍ତ୍ରାଳୟ ପକ୍ଷରୁ ଆଧାର ବାଧ୍ୟତାମୂଳକ କରାଯାଇଛି । ଆଧାର ଲିଙ୍କ କରିନଥିଲେ ଏହା ସହିତ ଜଡିତ କୌଣସି ସୁବିଧାରୁ କର୍ମାଚରୀଙ୍କୁ ବଞ୍ଚିତ କରାଯାଇପାରିବ ବୋଲି ଶ୍ରମ ମନ୍ତ୍ରାଳୟ ସ୍ପଷ୍ଟ କରିଛି । ସେହିପରି ଇପିଏଫଓ ପକ୍ଷରୁ ଇଲୋକ୍ଟ୍ରୋନିକ୍ ଚାଲାଣ ଓ ରିସିପ୍ଟର ବ୍ୟବସ୍ଥା କରାଯାଉଛି । ଆସନ୍ତା ସେପ୍ଟେମ୍ବର ୧ ତାରିଖରୁ ଦେଶବ୍ୟାପୀ ଏହାକୁ ଲାଗୁ କରାଯିବ । ତେଣୁ ଏହା ପୂର୍ବରୁ ଆଧାର ଲିଙ୍କ କରିବା ପାଇଁ ଶ୍ରମ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ତେବେ ଆଧାର ଲିଙ୍କ କରିନଥିବା ଅବସରପ୍ରାପ୍ତ କର୍ମଚାରୀଙ୍କ ଅଣ-ଆଧାର ସିଡେଡ୍ ବ୍ୟବସ୍ଥା ରଖାଯାଇଥିବା ସ୍ପଷ୍ଟ କରିଛି ମନ୍ତ୍ରଣାଳୟ ।

ଇପିଏଫ୍ ଆକାଉଣ୍ଟ ସହିତ ଆଧାର ଲିଙ୍କ କରାନଗଲେ ନିଜର ସଞ୍ଚିତ ପୁଞ୍ଜି ହରାଇବାର ସମ୍ଭାବନା ରହିଥିବା ବେଳେ କରୋନା ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଇପିଏଫ୍ ଅର୍ଥରାଶି ମଧ୍ୟ ହରାଇବେ କର୍ମଚାରୀ । ୟୁଏନ୍ ଆକାଉଣ୍ଟ ସହିତ ଆଧାର ଲିଙ୍କ ପାଇଁ କୌଣସି ଦେୟ ଦେବାକୁ ପଡୁନଥିବାରୁ ସମସ୍ତେ ନିଜର ଆଧାର ଲିଙ୍କ କରାଇ ନେବା ଉଚିତ୍ ବୋଲି ଡେଓଲିଟ୍ ଇଣ୍ଡିଆ ପାର୍ଟନର ସରସ୍ୱତୀ କସ୍ତୁରୀରଙ୍ଗନ କହିଛନ୍ତି ।

Leave A Reply

Your email address will not be published.