Piaggio ଲଞ୍ଚ କଲା ସ୍ପେଶାଲ ଏଡିସନ Vespa racing Sixties, ଜାଣନ୍ତୁ କ’ଣ ରହିଛି ଦାମ୍‌ ଏବଂ ଫିଚର୍ସ

Piaggio ଇଣ୍ଡିଆ ଭାରତୀୟ ବଜାରରେ ଲଞ୍ଚ କରିଛି ଲୋକପ୍ରିୟ ସ୍କୁଟର Vespa ରେସିଂ ସିକ୍ସିଟିଜ୍‌। ଯାହାକୁ ଗ୍ରାହକ ଅନେକ ଦିନରୁ ଅପେକ୍ଷା କରିଥିଲେ। କମ୍ପାନୀ ଏହି ସ୍କୁଟରକୁ ଅଟୋ ଏକ୍ସପୋ ୨୦୨୦ରେ ପ୍ରବେଶ କରାଇଛି। ସବୁଠାରୁ ବଡ ଖାସ୍‌ କଥା ହେଲା, ଏହି ସ୍କୁଟରର ଗ୍ରାଫିକ୍ସ ସ୍କିମ ୧୯୬୦ର ରେସିଂ ଲିଭରିଜ ଭଳି ରହିଛି। ପିଆଜିଓ ପକ୍ଷରୁ ଏହାକୁ ମାର୍ଚ୍ଚରୁ ଲଞ୍ଚ କରିବା ପାଇଁ ପ୍ଲାନ କରିଥିଲେ। କିନ୍ତୁ କରୋନା ସଂକଟ ଯୋଗୁଁ ଏହାର ଲଂଚି ହୋଇପାରିନଥିଲା।

ଗାଡିକୁ ଦେଖିବାକୁ ଆକର୍ଷଣୀୟ ହୋଇଥିବା ବେଳେ ଏଥିରେ ୟୁଏସବି ଚାର୍ଜର ମଧ୍ୟ ରହିଛି। ଏହାଛଡା ଏଥିରେ ଅଣ୍ଡର ସିଯ୍‌ ଲାଇଟ୍‌ ରହିଛି। ସ୍କୁଟରରେ ଗୋଲ୍ଡ ଏବଂ ରେଡ କଲରର ଗ୍ରାଫିକ୍ସ ସହିତ ହ୍ଵାଇଟ ବେସ ରହିଛି। ହେଟଲାଇନ ସରାଉଣ୍ଡ, ମିରସ ସହିତ ଏଗଜଷ୍ଟ କେନରେ ମେଟ ବ୍ଲାକର ବ୍ୟବହାର କରାଯାଇଛି।

77

ଏହି ସ୍କୁଟରକୁ କମ୍ପାନୀ ଦୁଇଟି ଭାରିଅଣ୍ଟରେ ଲଞ୍ଚ କରିଛି। ୧୫୦ ସିସି ଭାରିଅଣ୍ଟରେ ଥ୍ରୀ ବଲବ, ଏୟାର କୁଲଡ, ଫୁଏଲ ଇଞ୍ଜେକ୍ଟେଡ ଇଂଜନର ବ୍ୟବହାର କରାଯାଇଛି। ଯାହାର ମୂଲ୍ୟ ୧.୨୦ ଲକ୍ଷ ରହିଛି। ସେହିଭଳି ୧୨୫ ମଡେଲରେ ୧୨୫ ସିସି ତିନି ବଲ୍ଵ ଇଞ୍ଜନ ରହିଛି। ଯାହା ୯.୭bhp ପାଓ୍ଵାର ଏବଂ ୯.୬Nm ଟର୍କ ଉତ୍ପନ୍ନ କରିଥାଏ। ଏହାର ମୂଲ୍ୟ ୧.୩୨ ଲକ୍ଷ ରହିଛି। ଚାଳକର ସୁରକ୍ଷା ପାଇଁ ଏହାର ଫ୍ରଣ୍ଟ ହ୍ଵିଲରେ ଡିସ୍କ ବ୍ରେକ ରହିଛି ଏବଂ ରିୟର ସାଇଡ ଡ୍ରମ ବ୍ରେକ ରହିଛି। ସ୍କୁଟରରେ ଅଟୋମେଟିକ CVT ଗିଅରବକ୍ସ ରହିଛି। ଏହାଛଡା ଆପଣ ଏହି ସ୍କୁଟରର ଅନଲାଇନ ବୁକିଂ ମଧ୍ୟ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.