ଜେଟ ବିମାନକୁ ଆଉ ଏକ ଝଟକା, ୧ ଏପ୍ରିଲରୁ ବିମାନ ଉଡ଼ାଇବେନି ହଜାରରୁ ଅଧିକ ପାଇଲଟ୍

ନୂଆଦିଲ୍ଲୀ : ଆର୍ଥିକ ସଂଙ୍କଟର ସମ୍ମୁଖିନ କରୁଥିବା ଏୟାରବେଜ୍ କମ୍ପାନିର ପିଛା ସମସ୍ୟା ଛାଡିବାର ନାଁ ଧରୁନି। ଏବେ ମିଳିଥିବା ଖବର ମୁତାବକ, ଜେଟ ଏୟାରବେଜର ଏକ ହଜାରରୁ ଅଧିକ ପାଇଲଟ ୧ ଏପ୍ରିଲରୁ ବିମାନ ଉଡାଇବେ ନାହିଁ ବୋଲି ନିର୍ଣ୍ଣୟ ନେଇଛନ୍ତି। ଏହି ପାଇଲଟ ମାନଙ୍କୁ ବହୁ ମାସ ଧରି ଦରମା ମିଳିନଥିବାରୁ ସେମାନେ ଏପରି ନିର୍ଣ୍ଣୟ ନେଇଥିବା ଜଣାପଡିଛି। ବିମାନ କମ୍ପାନିକୁ ଏବେ ବ୍ୟାଙ୍କ ଧନ ପ୍ରାପ୍ତ କରିବାରେ ବିଫଳ ହେବା ପରେ ପାଇଲଟ ମାନେ ଏହି ନିର୍ଣ୍ଣୟ ନେଇଛନ୍ତି।

pilot-

ଜେଟ ଏୟାରବେଜର ପାଇଲଟର ୟୁନିୟନ୍ ନ୍ୟାସନାଲ ଗ୍ଳିଲ୍ଡ଼ (ଏନଏଜି)ର କହିବା ମୁତାବକ, ଯଦି ୧ ଏପ୍ରିଲ ପର‌୍ୟ୍ୟନ୍ତ ଦରମା ମିଳୁନାହିଁ ତେବେ ସେମାନେ ବିମାନ ଉଡାଇବା ବନ୍ଦ କରିବେ। ଏନେଇ ଏନଏଜିର ୧୧୦୦ ସଦସ୍ୟା ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପତ୍ର ଲେଖିଛନ୍ତି।

ପୂର୍ବରୁ କମ୍ପାନି ଆର୍ଥିକ ସଂଙ୍କଟରେ ଥିବା ହେତୁ ପାଇଲଟଙ୍କ ଦରମା କମ କରାଯିବା ସହ ତାଙ୍କୁ ଅନେକ ମାସ ଅନ୍ତରାଳରେ ତାହା ଦିଆଯାଉଥିଲା। ଏହାପରେ କିଛି ପାଇଲଟ କମ୍ପାନି ପରିବର୍ତ୍ତନ କରିଥିବା ବେଳେ ଏବେ ଏପରି ନିର୍ଣ୍ଣୟ ନେଇଛନ୍ତି ଏନଏଜି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.