ଭାରତୀୟ ବଜାରରେ ସବ୍-କମ୍ପାକ୍ଟ ଏସୟୁଭିର ଚାହିଦା ଦିନକୁ ଦିନ ବଢିବାରେ ଲାଗିଛି । ଏହି SUV ଗୁଡିକ ସ୍ପୋର୍ଟ୍ସ ୟୁଟିଲିଟି ଯାନଗୁଡ଼ିକର ଛୋଟ ଭର୍ସନ୍ । ଏହି ଏସୟୁଭିଗୁଡ଼ିକର ଚାହିଦା ହେତୁ ଅନେକ ଅଟୋମେକର୍ ଏହି ବିଭାଗରେ ଅନେକ ନୂତନ କାର୍ ଲଞ୍ଚ କରୁଛନ୍ତି । ଭାରତରେ ଏଭଳି SUV ର ଅନେକ ମଡେଲ ଅଛି, ଯେଉଁଥିରେ ଟାଟା ଏବଂ କିଆଠାରୁ ହୁଣ୍ଡାଇ ଏବଂ ମହିନ୍ଦ୍ରା ପର୍ଯ୍ୟନ୍ତ ଅନେକ କାର ସାମିଲ ଅଛି । ତେବେ ଆସନ୍ତୁ ଜାଣିବା ଭାରତରେ ୧୦ ଲକ୍ଷ ଟଙ୍କା ମଧ୍ୟରେ ଥିବା ଏସୟୁଭିଗୁଡ଼ିକ ବିଷୟରେ ।
ଟାଟା ନେକ୍ସନ୍:
୨୦୧୭ରେ ଟାଟା ନେକ୍ସନ୍ ଲଞ୍ଚ କରାଯାଇଥିଲା । ଏହି ଗାଡି ଗ୍ଲୋବାଲ୍ ଏନସିଏପିରୁ ୫-ଷ୍ଟାର୍ ସେଫ୍ଟି ରେଟିଂ ପାଇଛି । ଏହି କାରଟି ପେଟ୍ରୋଲ ଏବଂ ଡିଜେଲ ପାୱାରଟ୍ରେନ୍ ସହିତ ଆସିଥାଏ । ଏହି ଟାଟା କାରର ସମୁଦାୟ ୧୦୦ ଭାରିଆଣ୍ଟସ୍ ବଜାରକୁ ଆସିଛି । ଏହି କାର ବଜାରରେ ୫ଟି କଲରରେ ଉପଲବ୍ଧ । ଏହି କାରରେ R16 ଆଲଏ ହ୍ବିଲ୍ ବ୍ୟବହାର କରାଯାଇଛି । ଟାଟା ନେକ୍ସନ୍ ର ଏକ୍ସ-ଶୋରୁମ୍ ମୂଲ୍ୟ ୭.୯୯ ଲକ୍ଷରୁ ଆରମ୍ଭ ହୋଇଛି ।
କିଆ ସୋନେଟ୍:
କିଆ ସୋନେଟ୍ ହେଉଛି ଏକ ୫ ସିଟର୍ କାର । ଏହି କାର ଦୁଇଟି ପେଟ୍ରୋଲ ଏବଂ ଗୋଟିଏ ଡିଜେଲ ଇଞ୍ଜିନର ଅପ୍ସନ୍ ସହିତ ଆସିଥାଏ । ଏହି କାରର ଫ୍ରଣ୍ଟ ଭେଣ୍ଟିଲେଟେଡ୍ ସିଟ୍ ଯୋଗାଇ ଦିଆଯାଇଛି । ଗାଡିରେ ଫ୍ରଣ୍ଟ ଫେସିଆ ଏସି ଭେଣ୍ଟ ଲଗାଯାଇଛି । ଏହା ସହିତ ଏକ ସମ୍ପୂର୍ଣ୍ଣ ଡିଜିଟାଲ୍ କ୍ଲଷ୍ଟର ମଧ୍ୟ ସ୍ଥାପନ କରାଯାଇଛି । ଏହି କାରରେ ୧୦.୨୫-ଇଞ୍ଚ୍ ଟଚ୍ ସ୍କ୍ରିନ୍ ଇନଫୋଟେନ୍ମେଣ୍ଟ ନେଭିଗେସନ୍ ସିଷ୍ଟମ୍ ଅଛି । କିଆ ସୋନେଟର ଏକ୍ସ-ସୋରୁମ୍ ମୂଲ୍ୟ ୭.୯୯ ଲକ୍ଷରୁ ଆରମ୍ଭ ହୋଇଛି ।
ହୁଣ୍ଡାଇ ଭେନ୍ୟୁ:
ହୁଣ୍ଡାଇ ଭେନ୍ୟୁ କିଆ ସୋନେଟ୍ ସହିତ ପ୍ଲାଟଫର୍ମ ସେୟାର୍ କରେ । ଏହି କାରଟି ତିନୋଟି ଇଞ୍ଜିନ୍ ଅପ୍ସନ୍ ସହିତ ଆସିଥାଏ । ଏହି ଗାଡିରେ ଏକ ପେଟ୍ରୋଲ ଡିଜେଲ ଅପ୍ସନ୍ ଉପଲବ୍ଧ । ଏହା ବ୍ୟତୀତ ଏହି କାରଟି ୧.୦ ଲିଟର ଟର୍ବୋ ଚାର୍ଜ ଇଞ୍ଜିନ ସହିତ ଆସିଥାଏ । ଏହା ସହିତ ହୁଣ୍ଡାଇ ଗାଡିରେ ଡିଜେଲ ଇଞ୍ଜିନ୍ ଅପ୍ସନ୍ ମଧ୍ୟ ଉପଲବ୍ଧ । ଏହା ଏକ ୫ ସିଟର୍ କାର । ଏହି କାରର ଏକ୍ସ-ସୋରୁମ୍ ମୂଲ୍ୟ ୭.୯୪ ଲକ୍ଷରୁ ଆରମ୍ଭ ହୋଇଛି ।
ମହିନ୍ଦ୍ରା XUV 3XO:
ମହିନ୍ଦ୍ରା XUV 3XO ମଧ୍ୟ ତିନୋଟି ପାୱାର୍ ଟ୍ରେନ୍ ଅପ୍ସନ୍ ସହିତ ଆସିଥାଏ । ଏହି ଗାଡିରେ ୧.୨ ଲିଟର ଟର୍ବୋ ପେଟ୍ରୋଲ ଇଞ୍ଜିନ୍ ଅଛି । ଏହି ଇଞ୍ଜିନ୍ ୮୨ କିଲୋୱାଟର ପାୱାର୍ ଯୋଗାଏ ଏବଂ ୨୦୦ Nm ଟର୍କ ଜେନେରେଟ୍ କରେ । ଏହି ଗାଡିରେ ୧.୨ ଲିଟର TGDi ପେଟ୍ରୋଲ ଇଞ୍ଜିନ ଅପ୍ସନ୍ ମଧ୍ୟ ଉପଲବ୍ଧ । ଏହି ଇଞ୍ଜିନ୍ ୯୬ କିଲୋୱାଟର ପାୱାର୍ ଯୋଗାଏ ଏବଂ ଟର୍କ ୨୩୦ Nm ଟର୍କ ଜେନେରେଟ୍ କରେ । ଏହି କାର ୧.୫ ଲିଟର ଟର୍ବୋ ଡିଜେଲର ଅପ୍ସନ୍ ସହିତ ଆସିଥାଏ । ଏହି ଡିଜେଲ ଇଞ୍ଜିନ୍ ୮୬ କିଲୋୱାଟର ପାୱାର୍ ଏବଂ ଟର୍କ ୩୦୦ Nm ଜେନେରେଟ୍ କରେ ।