ପୁରୁଣା କାର୍ ବିକିବାକୁ ପ୍ଲାନ୍ କରୁଛନ୍ତି କି? ଆପଣାନ୍ତୁ ଏହି ସବୁ ଟିପ୍ସ ମିଳିବ ଅଧିକ ଦାମ୍

ଯଦି ଆପଣ ଏକ ନୂଆ କାର୍ କିଣିବାକୁ ପ୍ଲାନ୍ କରୁଛନ୍ତି ଏବଂ ଆପଣଙ୍କର ପୁରୁଣା କାର ବିକ୍ରି କରିବାକୁ ଚାହୁଁଛନ୍ତି, ତେବେ ଆମେ ଆପଣଙ୍କୁ କିଛି ଉପାୟ କହିବୁ ଯାହା ଦ୍ୱାରା ଆପଣ ଆପଣଙ୍କର ପୁରୁଣା କାର ପାଇଁ ଭଲ ମୂଲ୍ୟ ପାଇପାରିବେ । ଏହା ପ୍ରାୟତଃ ଘଟେ ଯେ ଯେତେବେଳେ ଆପଣ ନିଜର ପୁରୁଣା କାରକୁ କାହାକୁ ବିକ୍ରି କରନ୍ତି, ସେ କୁହନ୍ତି ଯେ ଏହା ପୁରୁଣା ଏବଂ ଏହାର ଇଞ୍ଜିନ ଭଲ ନୁହେଁ । ସେ ବିଭିନ୍ନ ବାହାନା ଦେଇ ଆପଣଙ୍କ କାରକୁ ଅତି ଶସ୍ତା ଦାମରେ କିଣନ୍ତି ।

ମିଡିଆ ରିପୋର୍ଟ ଅନୁଯାୟୀ ଦେଶରେ ସେକେଣ୍ଡ ହ୍ୟାଣ୍ଡ କାର ମାର୍କେଟ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଏହା ପଛର କାରଣ ହେଉଛି ଦରଦାମ ବୃଦ୍ଧି ଏବଂ ପେଟ୍ରୋଲ ମୂଲ୍ୟରେ କ୍ରମାଗତ ବୃଦ୍ଧି । ଯଦି ଆପଣ ମଧ୍ୟ ନିଜ କାରକୁ ବିକ୍ରି କରିବାକୁ ଚାହୁଁଛନ୍ତି, ତେବେ କିଛି ଜିନିଷ ଧ୍ୟାନରେ ରଖନ୍ତୁ, ଯାହାଫଳରେ ଆପଣ ନିଜ କାର ପାଇଁ ଭଲ ମୂଲ୍ୟ ପାଇପାରିବେ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ….

ଏକ୍ସଟେରିୟର୍ ଏବଂ ଇଣ୍ଟେରିୟର୍ ମେଣ୍ଟେନ୍ ରଖନ୍ତୁ:

ଯଦି ଆପଣ ଚାହିଁବେ ନିଜ କାରକୁ ଜଣେ ବ୍ୟକ୍ତିଙ୍କୁ ବିକ୍ରି କରିପାରିବେ, ଏହାକୁ କୌଣସି ଡିଲରଙ୍କୁ ବିକ୍ରି କରିପାରିବେ କିମ୍ବା ଏଜେନ୍ସିକୁ ଫେରାଇ ଦେଇପାରିବେ । ଯିଏ କାର କିଣିବାକୁ ଯାଉଛନ୍ତି ତାଙ୍କ ଫାଷ୍ଟ ଇମ୍ପ୍ରେସନ୍ କାରର ଲୁକ୍ ଦ୍ୱାରା ହୋଇଥାଏ । କାରର ଲୁକ୍ ଦେଖି କିଣୁଥିବା ବ୍ୟକ୍ତିଙ୍କ ମନରେ ଏକ ଇମେଜ୍ ସୃଷ୍ଟି ହୁଏ, ଯାହା ଆଧାରରେ ସେ ଏହାକୁ କିଣିବାକୁ ସ୍ଥିର କରନ୍ତି । ତେଣୁ, ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯେ ଆପଣ ନିଜ କାରର ଏକ୍ସଟେରିୟର୍ ଏବଂ ଇଣ୍ଟେରିୟର୍ ଉଭୟ ମେଣ୍ଟେନ୍ ରଖିବା ଉଚିତ । ଏହା ସହିତ ଆପଣ ନିଜ କାର ବିକ୍ରି ପାଇଁ ଭଲ ଟଙ୍କା ମଧ୍ୟ ପାଇପାରିବ ।

ସମୟ ସମୟରେ ସର୍ଭିସିଂ କରନ୍ତୁ:

ସମୟ ସମୟରେ କାର୍ ସର୍ଭିସିଂ କରାଯିବା ଉଚିତ୍ । ଇଞ୍ଜିନ ଅଏଲ୍, କୁଲାଣ୍ଟ ଟପ୍ ଅପ୍, ଫୁଏଲ୍ ଫିଲ୍ଟରକୁ ନିୟମିତ ପରିବର୍ତ୍ତନ କରାଯିବା ଉଚିତ । ଏହା କାରର କଣ୍ଡିସନ୍ ଭଲ ରଖେ । ଏଥି ପାଇଁ ଆପଣ ସେଲ୍ ସମୟରେ ଭଲ ମୂଲ୍ୟ ପାଇବାର ସମ୍ଭାବନା ମଧ୍ୟ ବଢିଥାଏ ।

ସ୍କ୍ରାଚକୁ ଅଣଦେଖା କରନ୍ତୁ ନାହିଁ:

ଅନେକ ଥର ଆପଣ ବେପରୁଆ ଭାବରେ କାରରେ ଥିବା ଛୋଟ ସ୍କ୍ରାଚକୁ ଅଣଦେଖା କରନ୍ତି, ଯେଉଁ କାରଣରୁ କାରର ଏକ୍ସଟେରିୟର୍ ନଷ୍ଟ ହୋଇଯାଏ ଏବଂ ଯେତେବେଳେ ଆପଣ କାର ବିକ୍ରି କରିବାକୁ ଯାଆନ୍ତି, ସେତେବେଳେ ଏହି ଛୋଟ ଛୋଟ ସ୍କ୍ରାଚ୍ ହେତୁ ଏହାର ମୂଲ୍ୟ ମଧ୍ୟ କମିଯାଏ । ତେଣୁ, ତୁରନ୍ତ ଛୋଟ ସ୍କ୍ରାଚଗୁଡିକୁ ମରାମତି କରନ୍ତୁ । ଏଭଳି କିଛି ଛୋଟ ଛୋଟ ଟିପ୍ସ ଆପଣେଇ ଆପଣ ନିଜ କାରକୁ ଏକ ଭଲ ଦାମରେ ବିକ୍ରି କରିପାରିବେ ।