ବ୍ୟବସାୟ ଓ ଅର୍ଥନୀତି

୧୦ କୋଟି ଚାଷୀଙ୍କ ଆକାଉଣ୍ଟକୁ ଆସିଲା ପିଏମ୍‌ କିସାନର ଏକାଦଶ କିସ୍ତି ପଇସା; ଏମିତି ଫଟାଫଟ୍‌ ଚେକ୍‌ କରନ୍ତୁ ନିଜ ଆକାଉଣ୍ଟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ସରକାରର ୮ମ ବର୍ଷ ପୂରଣ ହେବା ପରିପ୍ରେକ୍ଷୀରେ ଚାଷୀମାନଙ୍କୁ ପିଏମ୍‌ କିସାନ ସମ୍ମାନ ନିଧି ଯୋଜନା ଅଧୀନରେ ୧୧ଶ କିସ୍ତି ରାଶି ହସ୍ତାନ୍ତର କରିଛନ୍ତି। ୧୦ କୋଟି ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ମୋଦି ୨୧,୦୦୦ କୋଟି ଟଙ୍କା ଟ୍ରାନ୍ସଫର କରିଛନ୍ତି। ଯୋଜନାର ପ୍ରତ୍ୟେକ ଲାଭାର୍ଥୀ ଚାଷୀଙ୍କ ଖାତାକୁ ୨୦୦୦ ଟଙ୍କା ଟ୍ରାନ୍ସଫର କରି ଦିଆଯାଇଛି। ଡାଇରେକ୍ଟ ବେନିଫିଟ୍‌ ଟ୍ରାନ୍ସଫର (DBT) ଜରିଆରେ ଏହି ରାଶି ଆସିଛି। ଏଥିରୁ ଚାଷୀମାନଙ୍କୁ ଦରଦାମ୍‌ ବୃଦ୍ଧିରୁ ସାମାନ୍ୟ ଆଶ୍ୱସ୍ତି ମିଳିବ।

ତେବେ ଯେଉଁ ଚାଷୀଙ୍କୁ ୧୦ମ କିସ୍ତି ପଇସା ମିଳିନି, ସେମାନଙ୍କୁ ଏକାଥରେ ୧୦ମ ଏବଂ ୧୧ଶ କିସ୍ତିର ପଇସା ମିଳିବ। ଏଥିପାଇଁ ଏକ ସର୍ତ୍ତ ମଧ୍ୟ ରହିଛି ଯେ ଏହି ଚାଷୀମାନେ ଏଥିଲାଗି ନିଜ ରେଜିଷ୍ଟ୍ରେସନ କରାଇଥିବେ। ପିଏମ୍‌ କିସାନ ସମ୍ମାନ ନିଧି ଯୋଜନା ସହ ଜଡ଼ିତ ଯଦି କୌଣସି ସମସ୍ୟା ରହିଛି, ତ ଆପଣ ହେଲ୍‌ପଲାଇନ ନମ୍ବରର ସୁବିଧା ଆପଣାଇ ପାରିବେ। ଏହା ମାଧ୍ୟମରେ ଆପଣ କଥା ହୋଇ ନିଜ ସମସ୍ୟାର ସମାଧାନ କରି ପାରିବେ।

ପିଏମ୍‌ ମୋଦି ଶିମ୍‌ଲାରେ ନିଜ ସରକାରର ୮ ବର୍ଷ ପୂରଣ ପରିପ୍ରେକ୍ଷୀରେ ପ୍ରତ୍ୟେକ ଚାଷୀଙ୍କ ଆକାଉଣ୍ଟକୁ ୨,୦୦୦ ଟଙ୍କା ଟ୍ରାନ୍ସଫର କରିଛନ୍ତି। ତେବେ ଆପଣ ଘରେ ବସି ନିଜ ଆକାଉଣ୍ଟ ଏମିତି ଚେକ୍‌ କରି ପାରିବେ। ଆସନ୍ତୁ ଜାଣିବା…

-ପ୍ରଥମେ ପିଏମ୍‌ କିସାନର ଅଫିସିଆଲ େଓ୍ଵବ୍‌ସାଇଟ https://pmkisan.gov.in କୁ ଯାଆନ୍ତୁ।

-ଏଠି ହୋମ୍‌ ପେଜ୍‌ରେ ଆପଣଙ୍କୁ Farmers Cornerର ଅପସନ ମିଳିବ।

-ଏହା ଉପରେ କ୍ଲିକ୍‌ କରନ୍ତୁ। ଏବେ ଏହା ଭିତରେ ଆପଣଙ୍କୁ Beneficiaries List ଉପରେ କ୍ଲିକ୍‌ କରିବାକୁ ପଡ଼ିବ।

-ଡ୍ରପ୍‌ ଡାଉନକୁ କ୍ଲିକ୍‌ କରନ୍ତୁ।

-ବର୍ତ୍ତମାନ ଏଠାରେ ନିଜ ରାଜ୍ୟ, ଜିଲ୍ଲା, ଉପ-ଜିଲ୍ଲା, ବ୍ଲକ୍‌ ଏବଂ ଗାଁକୁ ସିଲେକ୍ଟ କରନ୍ତୁ।

-ଏହାପରେ ଆପଣଙ୍କୁ Get Report ଉପରେ କ୍ଲିକ୍‌ କରିବାକୁ ହେବ।

ସୂଚନାଥାଉ କି, ପିଏମ୍‌ କିସାନ ଯୋଜନା ଅଧୀନରେ ୧୨.୫୪ କୋଟିରୁ ଅଧିକ ଚାଷୀ ପଞ୍ଜୀକୃତ ଅଛନ୍ତି। ତେବେ ଯଦି ଆପଣଙ୍କ ଆକାଉଣ୍ଟକୁ କିସ୍ତି ରାଶି ଆସିବା ନେଇ କୌଣସି ଏସ୍‌ଏମ୍‌ଏସ୍‌ ମିଳିନି, ତ ଚିନ୍ତା କରିବା ଆବଶ୍ୟକ ନାହିଁ। ଆପଣ ଅନଲାଇନ ଜରିଆରେ ନିଜର ଷ୍ଟାଟସ୍‌ ଚେକ୍‌ କରି ପାରିବେ। ନଚେତ୍‌ ଜାରି ହେଲ୍‌ପଲାଇନ ନମ୍ବରରେ ଯୋଗାଯୋଗ କରି ପାରିବେ।

ପିଏମ୍‌ କିସାନ ଟ୍ରୋଲ ଫ୍ରି ନମ୍ବର: 18001155266

ପିଏମ୍‌ କିସାନ ହେଲ୍‌ପଲାଇନ ନମ୍ବର: 155261

ପିଏମ୍‌ କିସାନ ଲ୍ୟାଣ୍ଡ୍‌ଲାଇନ ନମ୍ବର: 011—23381092, 23382401

ପିଏମ୍‌ କିସାନର ନୂଆ ହେଲ୍‌ପଲାଇନ: 011-24300606

ଏହା ବ୍ୟତୀତ ଆଉ ଏକ ହେଲ୍‌ପଲାଇନ ନମ୍ବର ମଧ୍ୟ ରହିଛି, ତାହା ହେଲା 0120-6025109।

ଇ-ମେଲ୍‌ ଆଇଡି: pmkisan-ict@gov.in

Roshni

Recent Posts

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

1 min ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

35 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

36 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

2 hours ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

2 hours ago