ପିଏମ୍‌ କିସାନ୍‌ ହିତାଧିକାରୀଙ୍କ ପାଇଁ ଖୁସି ଖବର, ଏଥର ଖାତାକୁ ଆସିବ ୬ହଜାର ନୁହେଁ ଆସିବ ୧୧୦୦୦ ଟଙ୍କା

କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ତରଫରୁ ଚାଷୀଙ୍କ ପାଇଁ ଅଲଗା ଅଲଗା ଯୋଜନା କାର୍ଯ୍ୟକାରୀ ହେଉଛି । ଏହି ଯୋଜନାର ମୂଳ ଲକ୍ଷ୍ୟ ହେଉଛି ଚାଷୀମାନଙ୍କୁ ଆର୍ଥିକ ରୂପରେ ମଜବୁତ୍‌ କରିବା ।

କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ତରଫରୁ ଚାଷୀଙ୍କ ପାଇଁ ଅଲଗା ଅଲଗା ଯୋଜନା କାର୍ଯ୍ୟକାରୀ ହେଉଛି । ଏହି ଯୋଜନାର ମୂଳ ଲକ୍ଷ୍ୟ ହେଉଛି ଚାଷୀମାନଙ୍କୁ ଆର୍ଥିକ ରୂପରେ ମଜବୁତ୍‌ କରିବା । ଯଦି ଆପଣ ମଧ୍ୟ ପିଏମ୍‌ କିସାନ ଯୋଜନାର ଫାଇଦା ଉଠାଉଛନ୍ତି ଏବଂ ଝାଡଖଣ୍ଡ ରାଜ୍ୟରେ ରହୁଛନ୍ତି ତାହେଲେ ଏହି ଖବର ଆପଣଙ୍କୁ ଖୁସି କରିଦେବ । କେନ୍ଦ୍ର ପକ୍ଷରୁ ଚାଷୀଙ୍କ ପାଇଁ ପିଏମ କିସାନ୍‌ ନିଧି ଯୋଜନା କାର୍ଯ୍ୟକାରୀ ହେଉଛି ।

ଏହିଭଳି ଭାବେ ଝାଡଖଣ୍ଡ ସରକାରଙ୍କ ପକ୍ଷରୁ କୃଷି ଆଶିର୍ବାଦ ଯୋଜନା ଚଲାଯାଉଛି । ଏହି ଯୋଜନା ଅନ୍ତର୍ଗତ ଚାଷୀଙ୍କୁ ୫୦୦୦ ଟଙ୍କାର ସାହାଯ୍ୟ ରାଶି ମିଳୁଛି । ଏହି କୃଷି ଆଶିର୍ବାଦ ଯୋଜନା ଝାଡଖଣ୍ଡ ସରକାରଙ୍କ ତରଫରୁ ସଞ୍ଚାଳନ କରାଯାଉଥିବା ଏକ ଏପରି ଯୋଜନା ଯେଉଁଥିରେ ୫ ଏକର କିମ୍ବା ଏହା ଠାରୁ କମ୍‌ ଜମି ଥିବା ଚାଷୀଙ୍କୁ ପ୍ରତି ଏକର ୫୦୦୦ ଟଙ୍କାର ଆର୍ଥିକ ସହାୟତା ରାଶି ଦିଆଯାଇଥାଏ । ଏହି ସହାୟତା ରାଶି ଖରୀଫ ଅମଳ ପୂର୍ବରୁ ଦିଆଯାଇଥାଏ । ୫ ଏକର ଜମି ରଖିଥିବା ଚାଷୀ ଅଧିକତମ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତର ଅନୁଦାନ ନେଇପାରିବେ । ରାଜ୍ୟରେ ପିଏମ କିସାନ୍‌ ନିଧିର ଫାଇଦା ନେବା ପାଇଁ ଚାଷୀଙ୍କୁ ଅତିକମରେ ୧୧,୦୦୦ ଟଙ୍କା ଏବଂ ଅଧିକତମ ୩୧,୦୦୦ ଟଙ୍କାର ଫାଇଦା ମିଳିବ ।

ଯଦି କୌଣସି ଚାଷୀଙ୍କ ପାଖରେ ଏକ ଏକର କିମ୍ବା ଏହାଠାରୁ କମ୍‌ ଜମି ରହିଛି ତାହେଲେ ସରକାରଙ୍କ ତରଫରୁ ଖରୀଫ ଅମଳ ପୂର୍ବରୁ ୫୦୦୦ ଟଙ୍କାର ଅନୁଦାନ ଦିଆଯିବ । ପିଏମ କିସାନ ଯୋଜନା ଅନ୍ତର୍ଗତ ବର୍ଷକୁ ୬୦୦୦ ଟଙ୍କାର ଫାଇଦା ପୂର୍ବରୁ ହିଁ ମିଳୁଛି । ଏହିଭଳି ଭାବେ ବର୍ଷରେ ମୋଟ ୧୧,୦୦୦ ଟଙ୍କା ରହିଛି । ସେହିପରି ୫ ଏକର କୃଷି ଜମି ଥିବା ଚାଷୀଙ୍କୁ ୨୫୦୦୦ ଟଙ୍କା ମିଳିବ, ଯାହା ମୋଟ ମିଶି ୩୧,୦୦୦ ଟଙ୍କା ହେବ ।

ଯୋଜନା ସହ ଜଡିତ ସର୍ତ୍ତ

ଝାଡଖଣ୍ଡର ୨୨ ଲକ୍ଷ ୪୭ ହଜାର ଚାଷୀଙ୍କୁ ସରକାରଙ୍କ ଏହି ଯୋଜନାର ଲାଭ ଦିଆଯିବ ।
ଝାଡଖଣ୍ଡର ଛୋଟ ଏବଂ ସୀମାନ୍ତ ଚାଷୀ ହିଁ କୃଷି ଆଶିର୍ବାଦ ଯୋଜନାର ଲାଭ ନେବା ପାଇଁ ଆବେଦନ କରିପାରିବେ ।
ଯୋଜନାର ଫାଇଦା ୫ ଏକର କିମ୍ବା ଏହାଠାରୁ କମ୍‌ ଜମିରେ ଚାଷ କରୁଥିବା ଚାଷୀଙ୍କୁ ଦିଆଯିବ ।

ଏପରି ଚେକ କରିପାରିବେ ଷ୍ଟାଟସ

ଝାଡଖଣ୍ଡରେ ନିକଟରେ ମୁଖ୍ୟମନ୍ତ୍ରୀ କୃଷି ଆଶିର୍ବାଦ ଯୋଜନା ପାଇଁ ଆବେଦନ କରାଯାଇଥିଲା । ଯଦି ଆପଣ ଏହି ଯୋଜନା ପାଇଁ ଆବଦେନ କରିଛନ୍ତି ତାହେଲେ http://mmkay.jharkhand.gov.in/ କୁ ଯାଇ ଆବେଦନର ଷ୍ଟାଟସ ଚେକ କରିପାରିବେ । ଯୋଜନାର ଲାଭାର୍ଥିଙ୍କ ପାଇଁ Mukhyamantri Krishi Ashirwad Yojana App ମଧ୍ୟ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.