PM Kisanର ଲାଭାର୍ଥୀଙ୍କୁ ମିଳିବ ୩ଲକ୍ଷ ଟଙ୍କା ଯାଏଁ ଆର୍ଥିକ ସୁବିଧା, Kisan Credit Cardରୁ ଏପରି ଉଠାଇପାରିବେ ଫାଇଦା, ଶୀଘ୍ର ଜାଣନ୍ତୁ ଷ୍ଟେପ

କେନ୍ଦ୍ରସରକାରଙ୍କ ତରଫରୁ ଦେଶର କୋଟି କୋଟି ଚାଷୀ ଭାଇ ମାନଙ୍କ ପାଇଁ ଆଣିଛନ୍ତି ଖୁସି ଖବର। ଏହି ଖବର ରହିଛି ପିଏମ କିସାନ ସମ୍ମାନ ନିଧି ଯୋଜନାକୁ ନେଇ.. ପିଏମ କିସାନର ୧୨ ତମ ଇନଷ୍ଟଲମେଣ୍ଟ ଆସିବା ପୂର୍ବରୁ ବଡ଼ ଫାଇଦା ମିଳିବାକୁ ଯାଉଛି।

ପିଏମ କିସାନ ସମ୍ମାନ ନିଧି ଯୋଜନା ସ୍କିମର ୧୨ ତମ କିସ୍ତି କୁ କୋଟି କୋଟି କୃଷକ ଅପେକ୍ଷା କରି ରହିଛନ୍ତି। ଯଦି ଆପଣ ବି ଏହି କିସ୍ତିର ଅପେକ୍ଷାରେ ଅଛନ୍ତି ତେବେ ଏହି ଖବର ଆପଣଙ୍କୁ ଖୁସି କରାଇଦେବ । କେନ୍ଦ୍ର ସରକାରଙ୍କ ତରଫରୁ ଦେଶରେ କୋଟି କୋଟି ଚାଷୀ ଭାଇଙ୍କୁ ୧୨ତମ କିସ୍ତି ପୂର୍ବରୁ ବଡ଼ ଖବର ମିଳିବ। ଯଦି ଆପଣ ଏବେ ପର୍ଯ୍ୟନ୍ତ ଏହାର ଫାଇଦା ଉଠାଇନାହାନ୍ତି ତେବେ ଆଜି ଜାଣନ୍ତୁ ସେ ସମ୍ପର୍କରେ..

ସରକାରଙ୍କ ତରଫରୁ ପିଏମ କିସାନ ସମ୍ମାନ ନିଧି ଯୋଜନାର ସମସ୍ତ ଲାଭାର୍ଥୀଙ୍କୁ କିସାନ କ୍ରେଡ଼ିଟ କାର୍ଡର ସୁବିଧା ମିଳୁଛି। ଯଦି ଆପଣ ଏଥିପାଇଁ ଆବେଦନ କରିନାହାନ୍ତି ତେବେ ଶୀଘ୍ର କରାଇନିଅନ୍ତୁ। ଏହା ମାଧ୍ୟମରେ ଆପଣଙ୍କୁ ଶସ୍ତାରେ କରଜ ମିଳିଯିବ। ଚାଷୀମାନଙ୍କୁ ଆର୍ଥିକ ସୁବିଧା ଯୋଗାଇବା ଉଦ୍ଦେଶ୍ୟରେ ଏହି ଯୋଜନା ବାହାର କରାଯାଇଛି । ଏମିତିରେ ଚାଷୀ ଭାଇ ମାନେ ଚାହିଁଲେ ଯେକୌଣସି ରୋଜଗାର କରିପାରିବେ। ସରକାର କୃଷକ ମାନଙ୍କ ଆମଦାନୀ ବଢ଼ାଇବା ଉଦ୍ଦେଶ୍ୟରେ ଏହି ନିଷ୍ପତ୍ତି ନେଇଛନ୍ତି।

ଯଦି ଆପଣ କିସାନ କ୍ରେଡ଼ିଟ କାର୍ଡ଼ ବନାଇବାକୁ ଇଚ୍ଛୁକ ଅଛନ୍ତି ତେବେ ଆପଣ ନିଜ ପାଖାପାଖି ବ୍ୟାଙ୍କର ଶାଖାରେ ଯାଇ ଆବେଦନ କରିପାରିବେ। ଜରୁରୀ ଦସ୍ତାବିଜର ଜମା କରିବା ପରେ ଆପଣଙ୍କୁ ଏଥିପାଇଁ ଆବେଦନ ପତ୍ର ଭରିବାକୁ ହେବ। ଫର୍ମ ଭରିବା ପରେ ବ୍ୟାଙ୍କ ଅଧିକାରୀଙ୍କୁ ସବୁ ଜରୁରୀ ଡକ୍ୟୁମେଣ୍ଟ ଭରିବାକୁ ହେବ। କିସାନ କ୍ରେଡ଼ିଟ କାର୍ଡର ଆବେଦନ କରିବା ପାଇଁ ୨ ଟି ପାସପୋଟ ର୍ ସାଇଜ ଫଟୋ, ଆଧାର କାର୍ଡ ଆଦିର ଆବଶ୍ୟକତା ପଡ଼ିବ। ଏହାବ୍ୟତିତ ଚାଷ କରିଥିବା ଫସଲ ସମ୍ବନ୍ଧରେ ଲେଖିବାକୁ ହେବ।

ଏହାର ଅନ୍ୟାନ୍ୟ ଫାଇଧା ମଧ୍ୟ ରହିଛି। କିସାନ କ୍ରେଡ଼ିଟ କାର୍ଡରେ ଚାଷୀ ଭାଇଙ୍କୁ ୫ବର୍ଷ ପର୍ଯ୍ୟନ୍ତ ୩ ଲକ୍ଷ ଟଙ୍କା ଯାଏ ସର୍ଟ ଟର୍ମ ଲୋନ ଦିଆଯାଇପାରିବ। କିସାନ କ୍ରେଡ଼ିଟ କାର୍ଡରେ ନେଇଥିବା ଟଙ୍କା ରେ ସରକାରଙ୍କତରଫରୁ ସବସିଡି ଦିଆଯାଏ। ଯେଉଁଥିରେ ଆପଣଙ୍କୁ ଏଥିରେ କମ ସୁଧ ଦେବାକୁ ହେବ।

ପିଏମ କିସାନ ଯୋଜନାରେ ୧୨ ତମ କିସ୍ତି ଏବେ ପର୍ଯ୍ୟନ୍ତ ମିଳିନାହିଁ। ପୂର୍ବରୁ ଏହାକୁ ୨ଅକ୍ଟୋବର ପର୍ଯ୍ୟନ୍ତ ଖାତାରେ ଆସିବାର ଥିଲା। କିନ୍ତୁ ଏବେ ଦୀପାବଳୀ ପୂର୍ବରୁ ଏହା ଆକାଉଣ୍ଟ କୁ ଆସିବାର ଯୋଜନା ରହିଛି। ଜାଣିରଖନ୍ତୁ ଯେ ଏଥିରେ କୃଷକଭାଇଙ୍କୁ ବାର୍ଷିକ ୬ହଜାର ଟଙ୍କା କିସ୍ତିରେ ମିଳିବ। ଯାହାର ଭୁଗତାନ ୨-୨ ହଜାର ୩ ଥରରେ ମିଳିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.