ବ୍ୟବସାୟ ଓ ଅର୍ଥନୀତି

PM-SYM: ମାସକୁ ମାତ୍ର ୫୫ ଟଙ୍କା ଜମା କରନ୍ତୁ ମିଳିବ ୩୬,୦୦୦ ଟଙ୍କା ପେନ୍‌ସନ୍‌, ଜାଣନ୍ତୁ କିପରି କରିବେ ଆବେଦନ

ପ୍ରତ୍ୟେକ ବ୍ୟକ୍ତି ନିଜ ଭବିଷ୍ୟତ ପାଇଁ ସବୁ ବେଳେ ଚିନ୍ତିତ ଥାନ୍ତି । କିନ୍ତୁ ବେଳେବେଳେ ବୁଝିବା କଷ୍ଟକର ହୋଇଯାଏ ଯେ ଆମେ କିପରି ଆମର ଭବିଷ୍ୟତକୁ ସୁରକ୍ଷିତ କରିବା । ବିଶେଷକରି ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବିଭାଗର ଲୋକମାନଙ୍କ ପାଇଁ ବୃଦ୍ଧାବସ୍ଥା ସମୟରେ ସେମାନଙ୍କୁ ଟଙ୍କା ଯୋଗାଇବା ଅତ୍ୟନ୍ତ କଷ୍ଟକର ହୋଇଥାଏ । ଏହି ସମସ୍ୟାକୁ ଦୂର କରିବା ପାଇଁ କେନ୍ଦ୍ର ସରକାର ଅନେକ ପେନ୍‌ସନ୍‌ ଯୋଜନା ଆରମ୍ଭ କରିଛନ୍ତି, ଏହାର ଫାଇଦା ଉଠାଇ ଆପଣ ନିଜ ଭବିଷ୍ୟତକୁ ସୁରକ୍ଷିତ କରିପାରିବେ ।

ଏହି ପେନ୍‌ସନ୍‌ ଯୋଜନାଗୁଡ଼ିକ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ପ୍ରଧାନ ମନ୍ତ୍ର ଶ୍ରୀ ଯୋଗୀ ମହିନ୍ଦନ ଯୋଜନା (PM-SYM) । ମୋଦୀ ସରକାରଙ୍କ ଏହି ପେନ୍‌ସନ୍‌ ଯୋଜନାରେ ୩୬ ହଜାର ଟଙ୍କା ପେନ୍‌ସନ୍‌ ଦିଆଯିବ । ୧୮ ରୁ ୪୦ ବର୍ଷ ବୟସର ଲୋକମାନେ ଏହି ଯୋଜନାରେ ଲାଭ ଉଠାଇପାରିବେ । ଏହି ଯୋଜନାରେ ପ୍ରିମିୟମ୍ ପରିମାଣ ମଧ୍ୟ ବୟସ ଆଧାରରେ କରାଯାଇଥାଏ । ୩୬,୦୦୦ ଟଙ୍କା ବାର୍ଷିକ ପେନସନ୍ ଭାବରେ ପ୍ରତି ମାସରେ ୩୦୦୦ ଟଙ୍କା ଦିଆଯିବ । ୩୬ ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଏହି ଯୋଜନାର ଲାଭ ହାସଲ କରୁଛନ୍ତି । ଏଥିପାଇଁ ୩.୫୨ ଲକ୍ଷ ସାଧାରଣ ସେବା କେନ୍ଦ୍ର ମଧ୍ୟ ଅଛି । ଏହି ଯୋଜନାର ଲାଭ ଉଠାଇବାକୁ, ଆପଣ ଯେକୌଣସି ଜନସେବା କେନ୍ଦ୍ରକୁ ଯାଇ PM-SYM ଖାତା ଖୋଲିପାରିବେ । ଏହି ଯୋଜନାକୁ ଆବେଦନ କରିବା ପାଇଁ ଆଧାର କାର୍ଡ ଓ ବ୍ୟାଙ୍କ ପାସବୁକର ଆବଶ୍ୟକତା ରହିଛି ।

ଏହି ଯୋଜନା ଅଧୀନରେ, ଆପଣଙ୍କୁ ୫୫ ରୁ ୨୦୦ ଟଙ୍କା ପର୍ଯ୍ୟନ୍ତ ଦେବାକୁ ହେବ। ୧୮ ବର୍ଷର ଆବେଦନକାରୀଙ୍କୁ ଏହି ଯୋଜନାରେ ପ୍ରତି ମାସରେ ୫୫ ଟଙ୍କା ଦେବାକୁ ପଡ଼ିବ । ୩୦ ବର୍ଷର ଆବେଦନକାରୀଙ୍କୁ ଏହି ଯୋଜନାରେ ପ୍ରତିମାସରେ ୧୦୦ ଟଙ୍କା ଦେବାକୁ ପଡ଼ିବ । ଏହା ବ୍ୟତୀତ ୪୦ ବର୍ଷ ବୟସର ଆବେଦନକାରୀଙ୍କୁ ଏହି ଯୋଜନାରେ ପ୍ରତିମାସରେ ୨୦୦ ଟଙ୍କା ବିନିଯୋଗ ଦେବାକୁ ପଡ଼ିବ । ଆବେଦନକାରୀଙ୍କୁ ଯେଉଁମାନେ ୧୮ବର୍ଷ ବୟସରୁ ଏହି ଯୋଜନାରେ ବିନିଯୋଗ ଆରମ୍ଭ କରନ୍ତି, ସେମାନଙ୍କୁ ୪୨ ବର୍ଷ ବୟସ ପର୍ଯ୍ୟନ୍ତ ଏହି ଯୋଜନାରେ ବିନିଯୋଗ କରିବାକୁ ପଡିବ । ଏହି ଯୋଜନାର ହିତାଧିକାରୀମାନଙ୍କୁ ୬୦ ବର୍ଷ ବୟସ ପରେ ପ୍ରତି ମାସରେ ୩୦୦୦ ଟଙ୍କା ପେନ୍‌ସନ୍‌ ପ୍ରଦାନ କରାଯିବ ।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago