ବ୍ୟବସାୟ ଓ ଅର୍ଥନୀତି

ସରକାର ଦେଉଛନ୍ତି ମାଗଣା ଗ୍ୟାସ ସିଲିଣ୍ଡର ନେବା ସୁଯୋଗ, ଏପରି ଉଠାନ୍ତୁ ଲାଭ

ଆପଣଙ୍କୁ ମାଗଣାରେ ମିଳିବ ଗ୍ୟାସ୍‌ ସିଲିଣ୍ଡର। ସରକାର ଦେବେ ସାଧାରଣ ଜନତାଙ୍କୁ ଉପହାର। ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଜରିଆରେ ସରକାର ମାଗଣାରେ ସିଲିଣ୍ଡର ଦେଉଛନ୍ତି। ଏହି ଯୋଜନାର ଲାଭ ଆପଣ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଉଠାଇପାରିବେ। କରୋନା କାରଣରୁ ଏହି ଯୋଜନାର ତାରିଖକୁ ବୃଦ୍ଧି କରାଯାଇ ସେପ୍ଟେମ୍ବର ୩୦ ରଖାଯାଇଛି। ତେଣୁ ଆପଣ ଏଥିପାଇଁ ଜଲଦି କରନ୍ତୁ ଆବଦେନ।

ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା(Pradhan Mantri Ujjwala Yojana-PMUY)ର ମୁଖ୍ୟ ଉଦ୍ଦେଶ୍ୟ ଗରିବ ପରିବାରକୁ ମାଗଣାରେ ଗ୍ୟାସ୍‌ ସିଲିଣ୍ଡର କନେକସନ୍‌ ଯୋଗାଇବା। ତେଣୁ ସରକାରଙ୍କ ଏହି ମାଗଣା ସେବାକୁ ଆପଣ ଆଦୌ ବି ହାତଛଡା କରନ୍ତୁନାହିଁ। ଆଜି ଆମେ ଆପଣଙ୍କୁ ଏ ଭିଡିଓରେ ଜଣାଇବୁ କେମିତି ଆପଣ ମାଗଣାରେ ଏଲପିଜି ଗ୍ୟାସ୍‌ ସିଲିଣ୍ଡରର ଲାଭ ଉଠାଇପାରିବେ।

ଉଜ୍ଜ୍ୱଳା ଯୋଜନାରେ ରେଜିଷ୍ଟ୍ରେସନ କରିବା ବହୁତ ସହଜ। ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ମାଗଣା ଗ୍ୟାସ୍‌ ପାଇଁ କେବଳ ବିପିଏଲ ପରିବାରର କୌଣସି ମହିଳା ଆବେଦନ କରିପାରିବେ। ଆପଣ ନିଜେ ଏହି ଯୋଜନା ସହ ଜଡିତ ଅଫିସିଆଲ ୱେବସାଇଟ pmujjwalayojana.com କୁ ଯାଇ ନିଜର ରେଜିଷ୍ଟ୍ରେସନ ମଧ୍ୟ କରିପାରିବେ।

ଏବେ ଆସନ୍ତୁ ଜାଣିବା କେମିତି କରିବେ ଆବେଦନ

  • ସର୍ବପ୍ରଥମେ ଆବେଦନକାରୀ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ଅଫିସିଆଲ ୱେବସାଇଟକୁ ଯାଆନ୍ତୁ।
  • ୱେବସାଇଟ ସାମ୍ନାରେ ଏକ ହୋମ ପେଜ ଖୋଲିବ, ସେଥିରେ ଦେଖାଯାଉଥିବା ଡାଉନଲୋଡ ଫର୍ମ ଉପରେ କ୍ଲିକ କରିବାକୁ ହେବ।
  • ଏହାପରେ ଆପଣଙ୍କୁ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଫର୍ମ ଉପରେ କ୍ଲିକ କରିବାକୁ ହେବ। ଏବେ ଆପଣଙ୍କ ସାମ୍ନାରେ ଏକ ଫର୍ମ ଖୋଲିବ, ଆପଣ ନିଜ ଫର୍ମକୁ ଡାଉନଲୋଡ୍‌ କରନ୍ତୁ।
  • ଫର୍ମ ଡାଉନଲୋଡ କରିବା ପରେ ଆପଣ ଫର୍ମରେ ସମସ୍ତ ବିବରଣୀ ଭରିଦିଅନ୍ତୁ। ଯେମିତିକି ଆବେଦକଙ୍କ ନାମ, ତାରିଖ, ସ୍ଥାନ ସମସ୍ତ ବିବରଣୀ ଭରି ନିକଟସ୍ଥ ଏଲପିଜି କେନ୍ଦରେ ଜମା କରିଦିଅନ୍ତୁ। ଏବେ ଡକ୍ୟୁମେଣ୍ଟ ଭେରିଫାଏ ହେବା ପରେ ଆପଣଙ୍କୁ ଏଲପିଜି ଗ୍ୟାସ କନେକସନ୍‌ ମିଳିଯିବ।

କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଅନୁଯାୟୀ BPL ପରିବାର ମାନଙ୍କୁ ରନ୍ଧନ ଗ୍ୟାସ କନେକସନ୍‌ ସୁବିଧା ଯୋଗାଉଛନ୍ତି। ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ଏହି ଯୋଜନାକୁ ପରିଚାଳନା କରୁଛନ୍ତି। ୨୦୧୧ ଜନଗଣନାରେ ଯେଉଁ BPL ପରିବାର ଅଛନ୍ତି ସେମାନଙ୍କୁ ଉଜ୍ଜ୍ୱଳା ଯୋଜନାର ଲାଭ ମିଳୁଛି। ଏମିତି ପ୍ରାୟ ୮ କୋଟି ପରିବାର ଏହି ଯୋଜନାର ଲାଭ ପାଉଛନ୍ତି। ତେବେ ଯଦି ଆପଣ ମଧ୍ୟ ସରକାରଙ୍କ ଏହି ଉଜ୍ଜ୍ୱଳା ଯୋଜନାରେ ମାଗଣାରେ ଗ୍ୟାସ କନେକସନ୍‌ କରିବାକୁ ଚାହୁଁଛନ୍ତି ତାହେଲେ ଆପଣ ଜଲଦି ହିଁ ଏଥିପାଇଁ ଆବେଦନ କରନ୍ତୁ। ନଚେତ ଏତେ ବଢ଼ିଆ ସୁଯୋଗକୁ ହାତ ଛଡା କରିପାରନ୍ତି ଆପଣ।

Pritiparna

Recent Posts

କେତେ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିବା ଉଚିତ Windows ଏବଂ Split AC ? ଜାଣନ୍ତୁ ଏହାର ୱାରେଣ୍ଟି ଡେଟ୍‌

Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…

3 mins ago

ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାକୟଙ୍କ ଶପଥ ଉତ୍ସବ, ଆଜି ଓ ଆସନ୍ତାକାଲି ଶପଥ ନେବେ

ଭୁବନେଶ୍ୱର : ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାକୟଙ୍କ ଶପଥ ଉତ୍ସବ । ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାୟକ…

4 mins ago

ବିହାର: ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ିଲା ନବନିର୍ମିତ ବ୍ରିଜ୍‌, ୧୨ କୋଟି ଟଙ୍କା ବ୍ୟୟରେ ହୋଇଥିଲା ତିଆରି

ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ି ପଡ଼ିଲା ବ୍ରିଜ୍‌ । ବିହାରର ଅରାରିଆର ସିକଟିରେ ବକରା ନଦୀରେ ନିର୍ମିତ ବ୍ରିଜ୍‌ ମଙ୍ଗଳବାର ଭୁଶୁଡ଼ି…

9 mins ago

ନଦୀରେ ଗାଧୋଇବା ସମୟରେ ବୁଡି ତିନି ନାବାଳକ ମୃତ, ନାବାଳକ ସମସ୍ତେ ଗୋଟିଏ ପରିବାରର

କାକଟପୁର : ଦେବୀ ନଦୀରେ ଗାଧୋଇବା ସମୟରେ ନଦୀରେ ବୁଡି ତିନିଜଣ ନାବାଳକଙ୍କ ମୃତ୍ୟୁ। ମୃତକ ନାବାଳକ ସମସ୍ତେ ଗୋଟିଏ…

14 mins ago

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଉତ୍ସବମୁଖର ଶ୍ରୀକ୍ଷେତ୍ର

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା' ଲକ୍ଷ୍ମୀ । ଆଉ କିଛି ସମୟ ପରେ…

17 mins ago

ସାଇକେଲ ବ୍ୟବହାର କରିବା ପାଇଁ ସମସ୍ତଙ୍କୁ ଅପିଲ୍‌ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଆଜି ଶପଥ ନେଇଛନ୍ତି ରାଜ୍ୟର ସମସ୍ତ ନବନିର୍ବାଚିତ ବିଧାୟକ । ଆଜି ବିଧାନସଭାର ୩ ଦିନିଆ ସ୍ୱତନ୍ତ୍ର ଅଧିବେଶନରେ…

29 mins ago