ପଞ୍ଜାବ ନ୍ୟାଶନାଲ୍ ବ୍ୟାଙ୍କ ଆଣିଲା ‘Advantage’ ସ୍କିମ୍, ଗ୍ରାହକଙ୍କୁ ମିଳିବ ଏତେ ବଡ଼ ଫାଇଦା

ପଞ୍ଜାବ ନ୍ୟାଶନାଲ୍ ବ୍ୟାଙ୍କ ଏକ ନୂଆ ସ୍କିମ୍ ‘PNB Advantage’ ଆରମ୍ଭ କରିଛି। ଏଥିରେ ଗ୍ରାହକମାନେ ଶସ୍ତା ଦାମରେ ହୋମ୍ ଏବଂ ଅଟୋ ଲୋନ୍ ନେଇପାରିବେ। ‘PNB Advantage’ ଏକ ରିଟେଲ୍ ଲୋନ୍ ସ୍କିମ୍ ଅଟେ। ଏହି ସ୍କିମ୍ ଅଧୀନରେ ବ୍ୟାଙ୍କ ଋଣକୁ ରେପୋ ରେଟରେ ଲିଙ୍କ୍ କରିଦେଇଛି। ଏହି ନିଷ୍ପତ୍ତି ଯୋଗୁ ବ୍ୟାଙ୍କର ସୁଧ ଦର କମ୍ ହୋଇଯାଇଛି।
ବ୍ୟାଙ୍କ ତରଫରୁ କୁହାଯାଇଛି ଯେ ନୂଆ ଯୋଜନାରେ ସୁଧ ଦର MCLR ଅଧୀନରେ ଉପଲବ୍ଧ ସୁଧ ଦରଠାରୁ ୦.୨୫ ପ୍ରତିଶତ କମ୍ ରହିବ। ହୋମ୍ ଲୋନ ପାଇଁ ନୂଆ ଦର ୮.୨୫ ପ୍ରତିଶତରୁ ୮.୩୫ ପ୍ରତିଶତ ମଧ୍ୟରେ ରହିବ ଏବଂ କାର ପାଇଁ ଋଣ ଦର ୮.୬୫ ପ୍ରତିଶତ ହେବ।ବ୍ୟାଙ୍କର କହିବା ମୁତାବକ, ଏବେ ଗ୍ରାହକ ମାମୁଲି ଶୁଳ୍କ ଦେଇ ରେପୋ ଆଧାରିତ ସୁଧ ଦରର ବିକଳ୍ପ ଚୟନ କରିପାରିବେ। କହି ରଖୁଛୁ କି, ବିଗତ କିଛିଦିନ ହେବ ଏସବିଆଇ ସମେତ କେତେକ ସରକାରୀ ବ୍ୟାଙ୍କ ରିପୋ ରେଟରେ ଲୋନକୁ ଲିଙ୍କ୍ କରିଦେଇଛନ୍ତି।
ଏହାସହ ପଢନ୍ତୁ: ଜାଣନ୍ତୁ କଣ ଏହି ଇ-ଟୁରିଷ୍ଟ ଭିସା ? କେଉଁ ଋତୁରେ ରହିଛି ଏହାର କମ ଏବଂ ବେଶି ଡିମାଣ୍ଡ
କ’ଣ ରହିବ ଫାଇଦା
ବ୍ୟାଙ୍କ ତରଫରୁ ଏହି ଲିଙ୍କିଙ୍ଗ୍ ବ୍ୟବସ୍ଥା ଲାଗୁ ହେବାର ସିଧା ପ୍ରଭାବ ସାଧାରଣ ଜନତାଙ୍କୁ ମିଳିବା ନେଇ ଆଶା ରଖାଯାଇଛି। ତେବେ ଯେବେ ରିଜର୍ଭ ବ୍ୟାଙ୍କ ରେପୋ ରେଟରେ କାଟ୍ କରିବ, ସେତେବେଳେ ବ୍ୟାଙ୍କଗୁଡ଼ିକ ପାଇଁ ମଧ୍ୟ ସୁଧ ଦରରେ କାଟ୍ କରିବା ବାଧ୍ୟତାମୂଳକ ହୋଇଯିବ।