ପେଟ୍ରୋଲ ଓ ଗ୍ୟାସ୍‌ ପରେ ବଢିଲା ପିଏନଜି, ଜାଣନ୍ତୁ କେତେ ବଢିଲା ଦାମ୍‌

ଘରୋଇ ରୋଷେଇ ଗ୍ୟାସ୍‌ ସିଲିଣ୍ଡର ଦାମ୍‌ ୫୦ ଟଙ୍କା ବଢିବା ପରେ ଏବେ ପିଏନଜି ଦାମ୍‌ ବଢିଛି। ପିଏନଜିର ବର୍ଦ୍ଧିତ ଦର ଆଜିଠାରୁ ଲାଗୁ ହୋଉଛି। ଗୋଟେ ପଟେ ପେଟ୍ରୋଲ ଓ ଡିଜେଲଦାମ୍‌ ବଢିବା ଯୋଗୁଁ ସାଧାରଣ ଗ୍ରାହକଙ୍କ ପକେଟ ଉପରେ ମହଙ୍ଗା ମାଡ ହୋଇଛି। ଖାଇବା ତିଆରି କରିବା ପାଇଁ ରୋଷେଇ ଗ୍ୟାସ୍‌ ସିଲିଣ୍ଡର ମହଙ୍ଗା ହେବା ସହିତ ପାଇପ୍‌ ଗ୍ୟାସ ମଧ୍ୟ ଏବେ ମହଙ୍ଗା ହୋଇଛି।

ଆଇଜିଏଲ୍‌ ପକ୍ଷରୁ ବୁଧବାର ରାତିରେ ପିଏନଜି ଦାମ୍‌ ୧ ଟଙ୍କା ବଢିଛି। ଆଇଜିଏଲ୍‌ ପକ୍ଷରୁ ଗ୍ରାହକଙ୍କୁ ମେସେଜ କରି ଏହି ସୂଚନା ଦେଇଛି। ପିଏନଜି ଦାମ ପୂର୍ବରୁ ୩୫.୮୬/ଏସସିଏମ୍‌ ରହିଥିଲା, ଯାହାର ଦାମ୍‌ ଏବେ ୩୬.୬୧ ଟଙ୍କା ହୋଇଛି। ଦିଲ୍ଲୀରେ ପିଏନଜି ଦାମ୍‌ ୩୬.୬୧ ଟଙ୍କା ରହିଥିବା ବେଳେ ନୋଏଡା ଗାଜିଆବାଦରେ ୩୫.୮୬ ରହିଛି। ସେହିପରି ଆଜମେର ପାଲି ରାଜସମନ୍ଦରେ ପିଏନଜି ଦାମ୍‌ ୪୨.୨୩ ଟଙ୍କା ରହିଛି। କାନପୁର ଫତେଗଡରେ ପିଏନଜି ଦାମ୍‌ ୩୮.୫୦ ଟଙ୍କା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.