ଷ୍ଟେଟ୍‌ ଲେବଲ ପୋଲିସ ଭର୍ତ୍ତି ବୋର୍ଡରେ ବମ୍ପର ନିଯୁକ୍ତି, ଯୁକ୍ତ ୨ ପାସ୍‌ କରିଥିଲେ ତୁରନ୍ତ କରନ୍ତୁ ଆବେଦନ

ଷ୍ଟେଟ୍‌ ଲେବଲ ପୋଲିସ ଭର୍ତ୍ତି ବୋର୍ଡ (SLPRB) ର ବନବିଭାଗ ଅଧିନରେ ୨୬୪୯ ପଦବୀରେ ଭର୍ତ୍ତି ପାଇଁ ନୋଟିସ ଜାରି ହୋଇଛି। ଏହି ଭର୍ତ୍ତି ଅଭିଯାନରେ ଆସାମ ପୋଲିସ ଭର୍ତ୍ତି ୨୦୨୩ ପାଇଁ ନୋଟିଫିକେସନ ଅଧିନରେ ଫରେଷ୍ଟର ଗ୍ରେଡ ୧, ଫରେଷ୍ଟ ଗାର୍ଡ, AFPF କନେଷ୍ଟବଳ, ଡ୍ରାଇଭର ଏବଂ ଅନ୍ୟ ପଦବୀ ପାଇଁ ଆବେଦନ ଗ୍ରହଣ କରୁଛି । ଇଚ୍ଛୁକ ପ୍ରାର୍ଥୀ ୬ ଫେବୃଆରୀ ୨୦୨୩ କିମ୍ବା ତା’ ପୂର୍ବରୁ slprbassam.in କୁ ଯାଇ ଅନଲାଇନ ଆବେଦନ କରିପାରିବେ।

ପଦବୀ ବିବରଣୀ : ୨୬୪୯

ଫରେଷ୍ଟର ଗ୍ରେଡ-୧ : ୨୬୪
AFPF କନେଷ୍ଟବଳ: ୯୮୧
ବନ ରକ୍ଷକ : ୧୨୨୬
ଡ୍ରାଇଭର କନେଷ୍ଟବଳ : ୩୬
ଡ୍ରାଇଭର : ୧୪୨

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୬ ଫେବୃଆରୀ ୨୦୨୩ ରହିଛି ।

ବୟସ ସୀମା : ଫରେଷ୍ଟର ଗ୍ରେଡ-୧ ପାଇଁ ବୟସ ସୀମା ୧୮ରୁ ୪୦ ବର୍ଷ ରହିଥିବା ବେଳେ ଅନ୍ୟ ସବୁ ପଦବୀ ପାଇଁବୟସ ସୀମା ୧୮ ରୁ ୨୫ ବର୍ଷ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଆବେଦନ ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀ ଯୁକ୍ତ ୨ କିମ୍ବା ଗ୍ରାଜୁଏସନ କରିଥିବା ଜରୁରୀ ।

ଫରେଷ୍ଟର ଗ୍ରେଡ-୧ : କୌଣସି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ଗ୍ରାଜୁଏସନ କରିଥିବା ଜରୁରୀ ।

AFPF କନେଷ୍ଟବଳ : କୌଣସି ମାନ୍ୟତାପ୍ରାପ୍ତ ବୋର୍ଡରୁ ଏଚଏସଏଏଲସି ପରୀକ୍ଷା ପାସ୍‌ କରିଥିବା ଜରୁରୀ ।

ଡ୍ରାଇଭର କନେଷ୍ଟବଳ : HSLC କିମ୍ବା ସମକକ୍ଷ ପରୀକ୍ଷା କୌଣସି ମାନ୍ୟତାପ୍ରାପ୍ତ ବୋର୍ଡରୁLMV, MMV କିମ୍ବା HMV ପାଇଁ ବୈଧ ଡ୍ରାଇଭିଂ ଲାଇସେନ୍ସ ଥିବା ଜରୁରୀ।

ଡ୍ରାଇଭର : HSLC କିମ୍ବା ସମକକ୍ଷ ପରୀକ୍ଷା କୌଣସି ମାନ୍ୟତାପ୍ରାପ୍ତ ବୋର୍ଡରୁLMV, MMV କିମ୍ବା HMV ପାଇଁ ବୈଧ ଡ୍ରାଇଭିଂ ଲାଇସେନ୍ସ ଥିବା ଜରୁରୀ।

ନୋଟିଫିକେସନ :

ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ www.slprbassam.in କୁ ଯାଇ ଆବେଦନ କରିପାରିବେ ।

ଅଫିସିଆଲ ୱେବସାଇଟ୍‌ ଯିବା ପରେ ବୈଧ ମୋବାଇଲ ନମ୍ବର ବ୍ୟବହାର କରି ରେଜିଷ୍ଟ୍ରେସନ କରିବାକୁ ହେବ ।

ରେଜିଷ୍ଟ୍ରେସନ ପରେ ଏକ ରିକ୍ର୍ୟୁଟମେଣ୍ଟ ଆଇଡି ମିଳିବ ।

ଏହାପରେ ନୋଟିଫିକେସନ ଦିଆଯାଇଥିବା ଡକ୍ୟୁମେଣ୍ଟ ସ୍କାନ କପି ଅନଲୋଡ କରନ୍ତୁ।

ଏହାପରେ କମ୍ପ୍ଲିଟ୍‌ ବଟନ ଉପରେ କ୍ଲିକ୍‌ କରନ୍ତୁ ।

ଏହାପରେ ପ୍ରାର୍ଥୀ ଆଇଡି ନମ୍ବର ସହିତ ରେଜିଷ୍ଟ୍ରେସନ/ଆବେଦନ ସ୍ଲିପ୍‌ ଡାଉନଲୋଡ କରନ୍ତୁ ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ :

https://apcap.in/

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.