ଗାଡ଼ିର ପଲ୍ୟୁସନ ସାର୍ଟିଫିକେଟ ନଥିଲେ ଭରିବେ ୧୦ହଜାର ଟଙ୍କା ଫାଇନ ସହ ଭୋଗିବେ ୬ମାସର ଜେଲ ଦଣ୍ଡ

ଗାଡ଼ି ଚାଳକ ରୁହନ୍ତୁ ସାବଧାନ। ଛୋଟ ଭୁଲ ପାଇଁ ଭରିବାକୁ ପଡିବ ବଡ଼ ଜୋରିମାନା ।ଏବେ ଆପଣଙ୍କ ଟିକେ ଭୁଲ ଆପଣଙ୍କୁ ବଡ଼ ଅସୁବିଧାରେ ପକାଇପାରେ। ପ୍ରାୟ ସମୟରେ ଆମେ ଆପଣଙ୍କୁ ଟ୍ରାଫିକକୁ ନେଇ ବଦଳୁଥିବା ନିୟମ ସମ୍ପର୍କରେ ସୂଚନା ଦେଉଛୁ। ଏବେ ମଧ୍ୟ ଆଉଏକ ଜରୁରୀ ସୂଚନା ନେଇଆସିଛୁୁ ଟ୍ରାଫିକ ରୁଲ କୁ ନେଇ..
ସାରା ଦେଶରେ ଟ୍ରାଫିକ ରୁଲ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରାୟତଃ ସାରା ଦେଶରେ ସଂଶୋଧିତ ମୋଟର ଯାନ ଆଇନ ଲାଗୁ ହୋଇସାରିଛି ଏବଂ ଏହି ଆକ୍ଟ ଲାଗୁହେବା ପରେ ଟ୍ରାଫିକ ରୁଲ ଭାଙ୍ଗିଲେ ଅଧିକ ମାତ୍ରାରେ ଜୋରିମାନା ମଧ୍ୟ ଆଦାୟ କରାଯାଉଛି । ଯଦି ଆପଣ ଟ୍ରାଫିକ ନିୟମ ମାନୁ ନାହାଁନ୍ତି ତେବେ ଟ୍ରାଫିକ ନିୟମ ମୁତାବିକ ସ୍କୁଟି ପାଇଁ ଆପଣଙ୍କର୨୩ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୋଇପାରେ। ବିନା ଡ୍ରାଇଭିଂ ଲାଇସେନ୍ସରେ ସ୍କୁଟି ଚଲାଇବା ଦ୍ୱାରା ୫୦୦୦ ଟଙ୍କା ଫାଇନ, ବିନା ରେଜିଷ୍ଟ୍ରେସନ ସାର୍ଟିଫିକେଟ ପାଇଁ ଚାଲାଣ ୫ହଜାର ଟଙ୍କା, ବିନା ଇନସୁରାନ୍ସରେ ୨ ହଜାର ଟଙ୍କା, ଏୟାର ପଲ୍ୟୁସନ ଷ୍ଟାଣ୍ଡାଡକୁ ଭାଙ୍ଗିବା ପାଇଁ ୧୦ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ହେବ। ଏହାସହ ବିନା ହେଲମେଟ ଗାଡ଼ି ଚଲାଇବା ପାଇଁ ୧୦୦୦ ଟଙ୍କା ଭରିବାକୁ ହେବ।
ନୈତିକତା ଆଧାର କୁ ଦୃଷ୍ଟି ଦେଲେ ଆମେ ନିଜ ସେଫ୍ଟି ପାଇଁ ଲାଗୁ ହୋଇଥିବା ସବୁ ନିୟମକୁ ପାଳନ କରିବା ଉଚିତ। କିନ୍ତୁ ଅନେକ ଅଛନ୍ତି ଯେଉଁମାନେ ଖାମଖିଆଲ ମନୋଭାବ ରଖିଥାନ୍ତି। ଆମେ ଏଠି ଯେଉଁ ନିୟମ ସମ୍ପର୍କରେ କହୁଛୁ ତାହା ହେଉଛି ଟ୍ରାଫିକ ବ୍ୟବସ୍ଥାକୁ ନେଇ..
ଗାଡ଼ି ଚଲାଇବା ସମୟରେ ଯଦି ଆପଣଙ୍କ ପାଖରେ ଜରୁରୀ ଡକ୍ୟୁମେଣ୍ଟ ନଥାଏ କିମ୍ବା ଟ୍ରାଫିକ ଜନିତ କୌଣସ ି ବି ନିୟମ ଭାଙ୍ଗିଲେ ଆପଣଙ୍କୁ ଏଥିପାଇଁ ଜରିମାନା ଭରିବାକୁ ପଡିଥାଏ। ଏମିତିରେ ଆପଣ ଠକିିକି ମଧ୍ୟ ଯାଇପାରିବେ ନାହିଁ। ଡିଜିଟାଲ େଓ୍ଵ ରେ ଏବେ କ୍ୟାମେରାରେ ଏସବୁ ସମ୍ପର୍କରେ ତଦାରଖ କରାଯିବା ସହ ଚାଲାଣ କାଟି ସିଧା ଘରକୁ ପଠାଯାଉଛି। ତେବେ ଅନ୍ୟ ସମୟରେ ବାଟରେ ଟ୍ରାଫିକ ପୋଲିସ ଜଗିଲେ ଆପଣଙ୍କର ସବୁ ଡକ୍ୟୁମେଣ୍ଟକୁ ଯାଞ୍ଚ କରେ। ଗାଡ଼ିର ପଲ୍ୟୁସନ ଠୁ ଆରମ୍ଭ କରି ସବୁ କିଛି। ଏବେ କିନ୍ତୁ ଦିଲ୍ଲୀ ସରକାର ସେହି ଗାଡ଼ି ଚାଳକଙ୍କ ଉପରେ କଡ଼ା ନିୟମ ଲାଗୁ କରିଛି ଯାହା ପାଖରେ ଗାଡ଼ିର ପଲୁସନ ସାର୍ଟିଫିକେଟ ନଥିବ। ଏମିତିରେ ଯିଏ ଏହି ନିୟମକୁ ଭାଙ୍ଗେ ସେ ୧୦ ହଜାର ଟଙ୍କା ର ଫାଇନ ଭରବାକୁ ବାଧ୍ୟ। ଏହା ସହ ୬ ମାସ ପାଇଁ ଜେଲ ମଧ୍ୟ ଯିବାକୁ ପଡ଼ିବ। ସରକାର ଏବେ ଏମିତି ଲୋକଙ୍କୁ ନୋଟିସ ପଠାଇବା ଆରମ୍ଭ କରିଦେଇଛି। ଯେଉଁଥିରେ ସେମାନଙ୍କୁ ଏହି ନିୟମ ଭାଙ୍ଗିବାର ଜରିମାନା ଭରିବାକୁହେବ।
ରିପୋର୍ଟ ମୁତାବିକ ଦିଲ୍ଳୀରେ ୧୭ଲକ୍ଷରୁ ଅଧିକ ଏପରି ବାହନ ରହିଛି। ଯାହାର ପଲ୍ୟୁସନ ସାର୍ଟିଫିକେଟ ତିଆରି ହୋଇନାହିଁ। ଏମାନଙ୍କ ମଧ୍ୟରୁ ୧୩ ଲକ୍ଷ ଦୁଇଚକିଆ ବାହନ ସହ ୩ ଲକ୍ଷ କାର ରହିଛି। ଏମିତିରେ ୧୪ ଲକ୍ଷ ଗାଡ଼ି ମାଲିକଙ୍କୁ ଏସଏମଏସ ପଠାଯାଇଛି। ଏମିତିରେ ନିୟମିତ ଚାଲୁନଥିବା ଗାଡ଼ି ଏସବୁ ନିୟମରେ ଆସିବ ନାହିଁ।
ଦେଶର ମୋଟର ହ୍ଵିକିଲ ଆକ୍ଟ ଅନୁସାରେ ବିନା ପିୟୁସିରେ ଗାଡ଼ି ଚଲାଇଲେ ୧୦ ହଜାର ଟଙ୍କାର ଜରିମାନା ଲାଗିବ କିମ୍ବା ୬ ମାସର ଜେଲ ଦଣ୍ଡ ମିଳିପାରେ। କିିଛି ପରିସ୍ଥିତିରେ ଏଦୁଇଟି ଦଣ୍ଡ ମଧ୍ୟ ଲାଗିପାରେ। ତେବେ ଦେଶରେ ଏସବୁ ନିୟମ ପ୍ରଣୟନ କରିବାର ମୁଖ୍ୟ ଲକ୍ଷ ୍ୟ ହେୁଛି ଜାଣିପାରିବେ ଯେ ବ୍ୟବହାର ୀହେଉଥିବା ସମସ୍ତ ଗାଡ଼ି ପଲ୍ୟୁସନ ର ଷ୍ଟାଣ୍ଡାର୍ଡରେ ଆସୁଛି କି ନାହିଁ।