ବ୍ୟବସାୟ ଓ ଅର୍ଥନୀତି

ପୋଷ୍ଟ ଅଫିସର ଏହି ଯୋଜନାରେ ମାତ୍ର ୫୦ ଟଙ୍କା ଜମା କରନ୍ତୁ, ଶେଷରେ ମିଳିବ ୩୫ ଲକ୍ଷ ଟଙ୍କାର ଫାଇଦା

ଭାରତୀୟ ପୋଷ୍ଟ ଅଫିସର ଅନେକ ସ୍କିମ ରହିଛି। କୋଟି କୋଟି ଲୋକ ଏହି ପୋଷ୍ଟ ୍ରଅଫିସ ସ୍କିମରେ ନିବେଶ କରି ଭଲ ରିଟର୍ଣ୍ଣ ମଧ୍ୟ ପାଇଥାନ୍ତି। ପୋଷ୍ଟ ଅଫିସ କେନ୍ଦ୍ର ସରକାରଙ୍କ ଅନ୍ତର୍ଗତ ଏକ ବିଭାଗ ହୋଇଥିବାରୁ ଏହାକୁ ଲୋକମାନେ ଭରସା କରିଥାନ୍ତି। ପୋଷ୍ଟ ଅଫିସରେ ଟଙ୍କା ରଖିବା ରିସ୍କ ଫ୍ରି ହୋଇଥାଏ। ପ୍ରତ୍ୟେକ ନିଜ ଟଙ୍କାକୁ ସୁ ରକ୍ଷିତ ରଖିବା ସହିତ ଭଲ ରିଟର୍ଣ୍ଣ ରାଶି ପାଇବାକୁ ଚାହିଁଥାନ୍ତି। ତେଣୁ ବିନିଯୋଗ ପାଇଁ ଏହି ବିଭାଗ ସବୁଠୁ ବେଷ୍ଟ ହୋଇଥାଏ।

ଆମେ ଆଜି ପୋଷ୍ଟ ଅଫିସର ଯେଉଁ ସ୍କିମ ବିଷୟରେ କହୁଛୁ ତାହା ହେଉଛି ଗ୍ରାମ ସୁରକ୍ଷା ଯୋଜନା। ଏହି ସ୍କିମରେ କେବଳ ୫୦ ଟଙ୍କା ରଖି ୩୫ ଲକ୍ଷ ଟଙ୍କା ରିଟର୍ଣ୍ଣ ପାଇପାରିବେ।

ଗ୍ରାମ ସୁରକ୍ଷା ଯୋଜନା Rural postal life insurance scheme programme ର ଅଂଶ। ଏହି ଇନସୁରାନ୍ସ ପଲିସି ଦେଶରେ ଥିବା ଗ୍ରାମୀଣ ଜନତାଙ୍କ ପାଇଁ ବର୍ଷ ୧୯୯୫ ମସିହାରେ ଲଞ୍ଚ ହୋଇଥିଲା। ଗ୍ରାମ ସୁରକ୍ଷା ଯୋଜନାରେ ୧୯ ବର୍ଷର ୁ ଆରମ୍ଭ ହୋଇ ୫୫ ବର୍ଷ ପର୍ଯ୍ୟନ୍ତ ବ୍ୟକ୍ତି ନିବେଶ କରିପାରିବେ।

ଏହି ସ୍କିମରେ ୧୦ ହଜାର ଟଙ୍କାରୁ ନେଇ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିବେଶ କରାଯାଏ। ପ୍ରିମିୟମ ଭରିବା ପାଇଁ ଏଥିରେ ଅନେକ ବିକଳ୍ପ ରହିଛି। ଆପଣ ଏହି ଭୁଗତାନ ମାସିକ, ତ୍ରେୟିମାସିକ ଓ ଛମାସିକ ଓ ବାର୍ଷିକ ଆକାରରେ କରିପାରିବେ।

ଗ୍ରାମ ସୁରକ୍ଷା ଯୋଜନାରେ ଦେଇଥିବା ସୂଚନା ଅନୁଯାୟୀ ଯଦି କୌଣସି ବ୍ୟକ୍ତି ଏହି ସ୍କିମରେ ପ୍ରତି ମାସରେ ୧୫୧୫ ଟଙ୍କା ମାନେ ପ୍ରତି ଦିନ ୫୦ ଟଙ୍କା ନିବେଶ କରୁଛନ୍ତି ତେବେ ଏହାର ରିଟର୍ଣ୍ଣରେ ୩୫ ଲକ୍ଷ ଟଙ୍କା ମିଳିବ। ଯଦି ଆପଣ ଗ୍ରାମ ସୁରକ୍ଷା ସ୍କିମକୁ ୧୯ ବର୍ଷରେ ଆରମ୍ଭ କରୁଛନ୍ତି ତେବେ ୫୫ ବର୍ଷ ପର୍ଯ୍ୟନ୍ତ ଆପଣଙ୍କୁ ୧୫୧୫ ଟଙ୍କା ପ୍ରିମିୟମ ଭରିବାକୁ ହେବ।

ଯଦି ଆପଣ ୫୮ ବର୍ଷ ପର୍ଯ୍ୟନ୍ତ ଏହାକୁ ନେଉଛନ୍ତି ତେବେ ପ୍ରତିମାସରେ ୧୪୬୩ ଟଙ୍କା ଓ ଯଦି ୬୦ ବର୍ଷ ପର୍ଯ୍ୟନ୍ତ ନେଉଛନ୍ତି ତେବେ ୧୪୧୧ ଟଙ୍କା ପ୍ରତି ମାସରେ ଭରିବାକୁ ହେବ। ଯଦି ଆପଣ ଏହି ପ୍ରିମିୟମ ଭରିବାରେ ଅସୁବିଧା ହେଉଛି ତେବେ ଆପଣ ୩୦ ଦିନ ମଧ୍ୟରେ ଏହାକୁ ଦେଇପାରିବେ। ଏହି ରାଶିର ରିଟର୍ଣ୍ଣ ଦେଖିଲେ ୫୫ ବର୍ଷ ପର୍ଯ୍ୟନ୍ତ ନିବେଶରେ ୩୧.୬୦ ଲକ୍ଷ ଟଙ୍କା, ୫୮ ବର୍ଷ ପାଇଁ ୩୩.୪୦ଲକ୍ଷ ଟଙ୍କା ଓ ୬୦ ବର୍ଷ ପାଇଁ ୩୪.୬୦ ଲକ୍ଷ ଟଙ୍କା ମ୍ୟାଚୁରିଟି ବେନିଫିଟ ପାଇବେ।

ଗ୍ରାମ ସୁରକ୍ଷା ଯୋଜନାରେ ଏହି ରକମ ବ୍ୟକ୍ତିଙ୍କୁ ୮୦ ବର୍ଷ ଆୟୁ ପୁରା ହେବା ପରେ ମିଳିଥାଏ। ଯଦି ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଏ ତେବେ ଏହି ରାଶି ତାଙ୍କ ଉତ୍ତରାଧିକାରୀଙ୍କୁ ମିଳିବ। ଏହି ଗ୍ରାମ ସୁରକ୍ଷା ସ୍କିମରେ କିଣିବାର ୩ ବର୍ଷ ପରେ ଗ୍ରାହକ ଏହାକୁ ସରେଣ୍ଡର କରିପାରିବେ। ତେବେ ଏହି ସମୟରେ କିନ୍ତୁ କିଛି ଲାଭ ମିଳିବ ନାହିଁ। ପଲିସିର ସବୁଠୁ ବଡ଼ ଆକର୍ଷଣ ଇଣ୍ଡିଆ ପୋଷ୍ଟ ତରଫରୁ ମିଳୁଥିବା ବୋନସ୍‌ । ଯାହାକି ରହିଛି ୧ହଜାର ଟଙ୍କା ଉପରେ ବାର୍ଷିକ ୬୦ ଟଙ୍କା।

D Sonali

Recent Posts

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

4 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

15 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

44 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

1 hour ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

1 hour ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

1 hour ago