ପୋଷ୍ଟ ଅଫିସର ଏହି ସ୍କିମରେ ନିବେଶ କଲେ ପାଇବେ ଖାଲି ଫାଇଦା ହିଁ ଫାଇଦା, ଜାଣନ୍ତୁ ସ୍କିମ ସମ୍ପର୍କରେ

ପୋଷ୍ଟ ଅଫିସରେ ଅନେକ ସ୍କିମ ରହିଛି। ଯାହା ସୁରକ୍ଷିତ ସହିତ ଦେଇଥାଏ ବଢ଼ିଆ ରିଟର୍ଣ୍ଣ ରାଶି। ପୋଷ୍ଟ ଅଫିସରେ ନିବେଶ କରିବା ଦ୍ୱାରା ଅନେକ ସୁବିଧା ମିଳିଥାଏ। ଏଥିରେ ଟଙ୍କା ବୁଡ଼ିଯିବାର କୌଣସି ଟେନସନ ନଥାଏ। ଆପଣ ନିଦ୍ୱନ୍ଦରେ ଏଥିରେ ଟଙ୍କା ବିନିଯୋଗ କରି ଠିକ ସମୟରେ ବଢ଼ିଆ ରିଟର୍ଣ୍ଣ ପାଇପାରିବେ। ତେଣୁ ପ୍ରାୟ ଏହି ବିଭାଗରେ ନିଜ ଟଙ୍କା ରଖିବାକୁ ଚାହିଁଥାନ୍ତି। ତେବେ ଏଥିରେ FD, RD ଭଳି ଅନେକ ଯୋଜନା ରହିଛି ଯେଉଁଥିରେ ଗ୍ରାହକଙ୍କୁ ବ୍ୟାଙ୍କ ଠାରୁ ମଧ୍ୟ ବଢ଼ିଆ ହାରରେ ଟଙ୍କା ମିଳିଥାଏ। ଏଥିରେ ସରକାରଙ୍କ ଗ୍ୟାରେଣ୍ଟି ରହିଥାଏ।

ଯଦି ଆପଣ ବି ସୁରକ୍ଷିତ ଓ ଫାଇଦା ପୂର୍ଣ୍ଣ ନିବେଶ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ନେଇ ଆସିଛୁ ଆମେ ବଢ଼ିଆ ବିକଳ୍ପ। ଆମେ ପୋଷ୍ଟ ଅଫିସରେ ଅନେକ ସ୍କିମ ବିଷୟରେ ଆପଣଙ୍କୁ କହିଛୁ। କିନ୍ତୁ ଆଜି ଯେଉଁ ସ୍କିମ ସମ୍ପର୍କରେ କହିଛୁ ତାହା ହେଉଛି ପୋଷ୍ଟ ଅଫିସ ର ଏଫଡ଼ି ଡିପୋଜିଟକୁ ନେଇ। ପୋଷ୍ଟ ଅଫିସରେ ଏଫଡ଼ି କରିବା ନେଇ ଅନେକ ସୁବିଧା ମିଳିଥାଏ। ଏଥିରେ ଫାଇଦା ସହିତ ସରକାରଙ୍କ ଗ୍ୟାରେଣ୍ଟି ମିଳିଥାଏ। ଏଥିରେ ଆପଣଙ୍କୁ ୩ମାସ ଆଧାରରେ ସୁଧ ମଧ୍ୟ ମିଳିବ।

ଏମିତି କରନ୍ତୁ ପୋଷ୍ଟ ଅଫିସରେ ଏଫଡ଼ି:
ପୋଷ୍ଯ ଅଫିସରେ ଏଫଡ଼ି କରିବା ବହୁତ ସହଜ ହୋଇଥାଏ। ଇଣ୍ଡିଆ ପୋଷ୍ଟ ଅଫିସ ନିଜ େଓ୍ଵବସାଇଟ ରେ ଏହା ସମ୍ପର୍କରେ ସୂଚନା ଦେଇ ଛି। ଏହା ଅନୁସାରେ ପୋଷ୍ଟ ଅଫିସରେ ଆପଣ ଅଲଗା ଅଲଗା ୧,୨,୩ ,୫ ବର୍ଷ ପାଇଁ ଏଫଡ଼ି କରିପାରିବେ। ଏବେ ଜାଣନ୍ତୁ ଏହି ସ୍କିମ ସମ୍ପର୍କରେ..
-ପୋଷ୍ଟ ଅଫିସରେ ଏଫଡ଼ି କରିବା ନେଇ ସରକାର ଗ୍ୟାରେଣ୍ଟି ଦେବେ।
-ଏଥିରେ ସମସ୍ତ ନିବେଶକଙ୍କ ଟଙ୍କା ସୁରକ୍ଷିତ ରହିଥାଏ।
-ଏଥିରେ ଏଫଡ଼ି ଅଫଲାଇନ( କ୍ୟାସ/ ଚେକ) କିମ୍ବା ଅନଲାଇନ (ନେଟ ବ୍ୟାକତଂ/ ମୋବାଇଲ ବ୍ୟାକି ଂ) ଜରିଆରେ କରିପାରିବେ।
-ଏଥିରେ ଆପଣ ଏକ ରୁ ଅଧିକ ଏଫଡ଼ି କରିପାରିବେ।
-ଏହାବ୍ୟତିତ ଏଫଡ଼ି ଆକାଉଣ୍ଟରେ ଜଏଣ୍ଟ କରିପାରିବେ।
-ଏଥିରେ ୫ ବର୍ଷ ପାଇଁ ଫିକ୍ସଡ ଡିପୋଜିଟ କରିବା ଉପରେ ଆପଣଙ୍କୁ ଆଇଟିଆର ଫାଇଲ କରିବା ସମୟରେ ଟାକ୍ସ ରେ ଛାଡ଼ ମିଳିବ।
-ଗୋଟିଏ ପୋଷ୍ଟ ଅଫିସରୁ ଏଫଡ଼ି ଅନ୍ୟ ପୋଷ୍ଟ ଅଫିସକୁ ଖୁବ ସହଜରେ ଟ୍ରାନ୍ସଫର କରିପାରିବେ।

ଏମିତି ଖୋଲନ୍ତୁ ଏଫଡ଼ି:
ପୋଷ୍ଟ ଅଫିସରେ ଏଫଡ଼ି ଖୋଲିବା ନେଇ ଆପଣ ଚେକ କିମ୍ବା କ୍ୟାସ ଦେଇ ଖାତା ଖୋଲିପାରିବେ। ଏଥିରେ ନ୍ୟୁନତମ ୧୦୦୦ ଟଙ୍କା ରୁ ଆକାଉଣ୍ଟ ଖୋଲିପାରିବେ। ଏହାସହ ମାକ୍ସିମମ୍‌ ରାଶି ଜମା କରିବା ର କୌଣସି ସୀମା ନାହିଁ।

ଏତିକି ମିଳେ ସୁଧ:
ଏହା ଅନ୍ତର୍ଗତ ୭ ଦିନରୁ ଏକ ବର୍ଷ ପର୍ଯ୍ୟନ୍ତ ଏଫଡ଼ି ରେ ୫.୫ ୦% ପଯ୍ୟନ୍ତ ସୁଧ ମିଳିଥାଏ। ୧ ବର୍ଷ ରୁ ୨ ବର୍ଷ ପର୍ଯ୍ୟନ୍ତ ଏଫଡ଼ିରେ ସମାନ ସୁଧ ଦର ରହିଛି। ସେହିପରି ୩ବର୍ଷ ପାଇଁ ଏଫଡ଼ି;ର ୫.୫୦% ସଉଧ ମିଳେ। ୩ ବର୍ଷ ୧ ଦିନରୁ ୫ ବର୍ଷ ପର୍ଯ୍ୟନ୍ତ ଏଫଡ଼ିରେ ୬.୭୦%ସୁଧ ମିଳେ। ମାନେ ଏଠାରେ ଆପଣଙ୍କୂୁ ଏଫଡ଼ିରେ ବଢ଼ିଆ ହାରରେ ଫାଇଦା ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.