ପ୍ରତି ମାସ ୧୦ ହଜାର ଟଙ୍କା ଡିପୋଜିଟ କରି ପାଆନ୍ତୁ ୧୬ ଲକ୍ଷ ଟଙ୍କା, ଜାଣନ୍ତୁ ପୁରା ପ୍ଲାନ୍‌

ନୂଆଦିଲ୍ଲୀ : ଦେଶରେ ଆଜି ବି ମଧ୍ୟମବର୍ଗ ନିଜର ଟଙ୍କାକୁ ଏପରି ବିନିଯୋଗ କରିବାକୁ ଚାହାଁନ୍ତି ଯେଉଁଠି ରିକ୍ସ ନଥିବା ସହ ଭଲ ରିଟର୍ଣ୍ଣ ମଧ୍ୟ ଦେଉଥିବ । ଆଜି ଆମେ ଏପରି କିଛି ପ୍ଲାନ ବିଷୟରେ କହିବୁ ଯାହାକୁ ପ୍ରାୟ ସମସ୍ତେ ଭରଷା କରନ୍ତି ।

ପୋଷ୍ଟ ଅଫିସ ଭିନ୍ନ ଭିନ୍ନ ସ୍କିମ ଆଣିଥାଏ । ଯେଉଁଥିରେ ଭଲ ରିଟର୍ଣ୍ଣ ମଧ୍ୟ ମିଳିଥାଏ । ଆଜି ଆମେ ଜାଣିବା ପୋଷ୍ଟ ଅଫିସ ରିକରିଂ ଡିପୋଜିଟ (RD) ସ୍କିମ ସମ୍ପର୍କରେ । ଏହି ସ୍କିମରେ ମାସିକ ୧୦ ହଜାର ଟଙ୍କା ଡିପୋଜିଟ କରି ୧୦ ବର୍ଷରେ ୧୬ ଲକ୍ଷ ଟଙ୍କା ପାଇ ପାରିବେ ।

ଏହି ପରି ୧୦ ବର୍ଷରେ ପାଇପାରିବେ ୧୬ ଲକ୍ଷ ଟଙ୍କା

ପୋଷ୍ଟ ଅଫିସ RD ରେ ୫.୮ ପ୍ରତିଶତ ସୁଧ ଦେଇଥାଏ । ଏହା ପ୍ରତି ୩ ମାସରେ କମ୍ପାଉଣ୍ଡ ସୁଧ ସହ ମିଳିଥାଏ । ଏଥିରେ ଯଦି ଆପଣ ପ୍ରତି ମାସ ୧୦ ହଜାର ଟଙ୍କା ଡିପୋଜିଟ କରନ୍ତି । ୫ ବର୍ଷ ପରେ ସୁଧ ସହ ଆପଣଙ୍କୁ ୬.୯୬ ଲକ୍ଷ ଟଙ୍କା ମିଳିଥାଏ ।

ଏଥିରେ ୯୭ ହଜାର ଟଙ୍କା କେବଳ ସୁଧ ପାଇବେ । ଏହି RD କୁ ଯଦି ଆସନ୍ତା ୫ ବର୍ଷ ଯାଏ ବଢ଼ାଇ ଦିଅନ୍ତି ତେବେ ଆପଣଙ୍କୁ ମାଚ୍ୟୁରିଟି ପରେ ୧୬.୨୬ ଲକ୍ଷ ଟଙ୍କା ମିଳିବ । ଏଥିରେ ପ୍ରାୟ ୪.୨୬ ଲକ୍ଷ ଟଙ୍କା କେବଳ ସୁଧ ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.