ଏହି ସ୍କିମରେ ମାତ୍ର ୯୫ ଟଙ୍କା ନିବେଶ କଲେ ମିଳିବ ୧୪ ଲକ୍ଷ ଟଙ୍କା, ଆଜି ହିଁ କରନ୍ତୁ ଆପ୍ଲାଏ

ପୋଷ୍ଟ ଅଫିସ ନିଜର ଗ୍ରାହକଙ୍କ ପାଇଁ ବହୁତ ଗୁଡିଏ ଯୋଜନା ଆଣୁଛି। ଯାହା ଲୋକଙ୍କ ପାଇଁ ବହୁତ ଲାଭବାନ । ଏହି ଯୋଜନା ଏମିତି ଯେଉଁଥିରେ ନିବେଶ କରିବା ଦ୍ୱାରା ଲୋକଙ୍କ ଟଙ୍କା ସୁରକ୍ଷିତ ରହିଥାଏ। ଏଥିରେ ଅସୁରକ୍ଷିତ ମନେ କରିବାର କୌଣିସି କାରଣ ନାହିଁ। ତେବେ ଏହି ଯୋଜନା ମଧ୍ୟରୁ ଗୋଟିଏ ହେଉଛି ଗ୍ରାମ ସୁମଙ୍ଗଳ ଗ୍ରାମୀଣ ଡାକ ଜୀବନ ବୀମା ଯୋଜନା। ଯାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ। ଏହି ଯୋଜନାରେ ମାତ୍ର ୯୫ ଟଙ୍କା ଜମା କରି ନିବେଶ ଆରମ୍ଭ କରିପାରିବେ। ଆଉ ମ୍ୟାଚୁରିଟୀ ସମୟରେ ଆପଣଙ୍କୁ ମିଳିଥାଏ ପ୍ରାୟ ୧୪ ଲକ୍ଷ ଟଙ୍କା।
ଯୋଜନାର ନାମରୁ ହିଁ ବୁଝି ପାରୁଥିବେ ଯେ ଏହି ପ୍ଲାନ ଗ୍ରାମୀଣ ଅଞ୍ଚଳରେ ରହୁଥିବା ନିବେଶକଙ୍କ ପାଇଁ ହିଁ ଅଣାଯାଇଛି। ଯଦି ଏହି ସ୍କିମ ବିଷୟରେ କହିବା ତ ନିବେଶକଙ୍କୁ ଅତିରିକ୍ତ ଲାଭ ଏହା ମିଳିଥାଏ ଯେ ଏହା ଏକ ମନି ବ୍ୟାଙ୍କ ପଲିସି। ଅର୍ଥାତ୍ ମ୍ୟାଚୁରିଟୀ ପୂର୍ବରୁ ହିଁ ଆପଣଙ୍କୁ ଏହି ସ୍କିମରେ ଟଙ୍କା ମିଳିବା ଆରମ୍ଭ ହୋଇଯିବ। ତାହେଲେ ଆସନ୍ତୁ ଜାଣିବା ଏହି ଯୋଜନା ବିଷୟରେ ଅଧିକ କିଛି ଡିଟେଲ୍ସରେ।
ପ୍ରଥମେ ଆସନ୍ତୁ ଜାଣିନେବା କିଏ ଏହି ଯୋଜନାକୁ ନେଇପାରିବେ
ଗ୍ରାମ ସୁମଙ୍ଗଳ ଯୋଜନାର ପଲିସି ନେବା ପାଇଁ ନିବେଶକଙ୍କ ବୟସ ଅତି କମରେ ୧୯ ବର୍ଷରୁ ୪୫ ବର୍ଷ ଭିତରେ ହୋଇଥିବା ଆବଶ୍ୟକ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ଯୋଜନାରେ ପଲିସି ହୋଲଡରଙ୍କୁ ମ୍ୟାଚୁରିଟୀରେ ବୋନସ୍ ମଧ୍ୟ ଦିଆଯାଇଥାଏ। ଏହାକୁ ଆପଣ ୧୫ ବର୍ଷ ଏବଂ ୨୦ ବର୍ଷ ପାଇଁ ନେଇପାରିବେ। ଏହି ସ୍କିମକୁ ୧୯୯୫ରେ ଆରମ୍ଭ କରାଯାଇଥିଲା। ଯଦି ନିବେଶକଙ୍କ ମୃତ୍ୟୁ ହୋଇଯାଏ ତାହେଲେ ତାଙ୍କର ନୋମିନିଙ୍କୁ ବୋନସ୍ ସହିତ ସମ୍ ଆସିୟର୍ଡର ପୂରା ଆମାଉଣ୍ଟ ମିଳିଥାଏ।
ଏବେ ଆସନ୍ତୁ ଜାଣିବା ଏହି ପଲିସିର ଫାଇଦା ସମ୍ପର୍କରେ
ଏହି ପଲିସିର ଅବଧି ୧୫ ଏବଂ ୨୦ ବର୍ଷ ରହିଛି। ଏଥିରେ ଅତିକମରେ ୧୯ ବର୍ଷର ବ୍ୟକ୍ତି ନିବେଶ କରିପାରିବେ। ଏଥିରେ ନିବେଶକଙ୍କୁ କିଛି ବର୍ଷ ଅନ୍ତରାଳରେ ମନି ବ୍ୟାକ୍ ମଧ୍ୟ ମିଳିବ। ଅର୍ଥାତ୍ ଯଦି ବ୍ୟକ୍ତି ପଲିସିକୁ ୧୫ ବର୍ଷ ପାଇଁ ନିଅନ୍ତି ତାହେଲେ ଏହାର ଆସିୟର୍ଡ ରାଶି ୨୦-୨୦ ପ୍ରତିଶତ ଆଧାରରେ ଛଅ, ନଅ ଏବଂ ୧୨ ବର୍ଷ ପୂରା ହେବ ପରେ ମିଳିବ। ବାକି ୪୦ ପ୍ରତିଶତ ରାଶି ଆପଣଙ୍କୁ ବୋନସ ସହିତ ମ୍ୟାଚୁରିଟୀରେ ଦିଆଯିବ। ଏହିପରି ଭାବେ ଯଦି ୨୦ ବର୍ଷ ପାଇଁ ପଲିସି ନେଉଛନ୍ତି ତାହେଲେ ଆଠ, ୧୨ ଏବଂ ୧୬ ବର୍ଷରେ ୨୦-୨୦ ପ୍ରତିଶତ ରାଶି ମନି ବ୍ୟାକ୍ ରୂପେ ଦିଆଯିବ। ବାକି ୪୦ ପ୍ରତିଶତ ରାଶି ମ୍ୟାଚୁରିଟୀ ହୋଇ ବୋନସ୍ ସହ ମିଳିବ।
ଯଦି କୌଣସି ବ୍ୟକ୍ତି ୨୫ ବର୍ଷ ବୟସରେ ଏହି ଯୋଜନାରେ ନିବେଶ କରୁଛନ୍ତି ତାହେଲେ ତାଙ୍କୁ ୭ ଲକ୍ଷ ଟଙ୍କାର ବୀମା ରାଶି ସହିତ ୨୦ ବର୍ଷ ପାଇଁ ଏହି ପ୍ଲାନରେ ନିବେଶ କରିବାକୁ ହେବ। ଏହି ସ୍ଥିତିରେ ପ୍ରତି ମାସ ୨୮୫୩ ଟଙ୍କାର କିସ୍ତି ଜମା କରିବାକୁ ହେବ। ଅର୍ଥାତ୍ ପ୍ରତିଦିନ ପ୍ରାୟ ୯୫ ଟଙ୍କା। ଯଦି ତିନି ମାସ ଆଧାରରେ ଦେଖିବା ତାହେଲେ ଆପଣଙ୍କୁ ୮,୮୫୦ ଟଙ୍କା ଜମା କରିବାକୁ ହେବ। ସେହିପରି ୬ ମାସ ପରେ ଆପଣଙ୍କୁ ୧୭,୧୦୦ ଟଙ୍କା ଜମା କରିବାକୁ ହେବ। ଏହାପରେ ମ୍ୟାଚୁରିଟୀରେ ନିବେଶକର୍ତ୍ତାଙ୍କୁ ପ୍ରାୟ ୧୪ ଲକ୍ଷ ଟଙ୍କା ମିଳିବ।