ପୋଷ୍ଟ ଅଫିସର ଏହି ସ୍କିମରେ ରଖନ୍ତୁ ଟଙ୍କା, ମିଳିବ ବ୍ୟାଙ୍କରୁ ଅଧିକ ଫାଇଦା

ଯଦି ଆପଣ ଏବଂ ଆପଣଙ୍କ ପରିବାରର ଭବିଷ୍ୟତକୁ ଧ୍ୟାନରେ ରଖି ଆପଣ ସଞ୍ଚୟ ଯୋଜନାରେ ବିନିଯୋଗ କରନ୍ତି, ତେବେ ଏହି ଖବର ଆପଣଙ୍କ କାମରେ ଆସିବ। ସମସ୍ତେ ନିବେଶରେ ସୁରକ୍ଷିତ ମୁନାଫା ଚାହିଁଥାନ୍ତି । ଏଥିପାଇଁ ଆପଣ ପୋଷ୍ଟ ଅଫିସର ଫିକ୍ସ୍ଡ ଡିପୋଜିଟ୍ ପ୍ଲାନରେ ନିବେଶ କରିପାରିବେ ।

ଏହା ବ୍ୟତୀତ ଆପଣ ପୋଷ୍ଟ ଅଫିସରେ FD ତିଆରି କରି ଅନେକ ସୁବିଧା ମଧ୍ୟ ପାଇପାରିବେ । ସବୁଠାରୁ ବଡ କଥା ହେଉଛି ଲାଭ ସହିତ ଆପଣ ସରକାରୀ ଗ୍ୟାରେଣ୍ଟି ମଧ୍ୟ ପାଇବେ । ଏଥିରେ ଆପଣଙ୍କ ତ୍ରୈମାସିକ ଆଧାରରେ ସୁଧ (Post Office FD Interest Rate)ର ସୁବିଧା ମଧ୍ୟ ମିଳିବ । ଏଠାରେ FD ପାଇବା ମଧ୍ୟ ବହୁତ ସହଜ। ଇଣ୍ଡିଆ ପୋଷ୍ଟର ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଆପଣ ୧,୨, ୩, ୫ ବର୍ଷ ପାଇଁ ପୋଷ୍ଟ ଅଫିସରେ FD ପାଇପାରିବେ । ଏହି ଯୋଜନାରେ କ’ଣ ଲାଭ ଉପଲବ୍ଧ ଅଛି ଆସନ୍ତୁ ଜାଣିବା।

  • ଡାକ କାର୍ଯ୍ୟାଳୟରେ ଏଫଡି କରିବା ଉପରେ ସରକାର ଏକ ଗ୍ୟାରେଣ୍ଟି ଦେଇଛନ୍ତି।
  • ଏଥିରେ ନିବେଶକଙ୍କ ଟଙ୍କା ସମ୍ପୂର୍ଣ୍ଣ ସୁରକ୍ଷିତ ରହିଥାଏ।
  • ଏଥିରେ ଏଫଡି ଅଫଲାଇନ୍ (କ୍ୟାଶ୍, ଚେକ୍) ବା ଅନଲାଇନ୍(ନେଟ୍ ବ୍ୟାଙ୍କିଂ/ମୋବାଇଲ ବ୍ୟାଙ୍କିଂ)ରେ କରିପାରିବେ।
  • ଏଠାରେ ଆପଣ ଗୋଟିଏ କିମ୍ବା ଅଧିକ FD କରିପାରିବେ ।
  • ଏଠାରେ ଆପଣ ଏଫଡି ଆକାଉଣ୍ଟକୁ ଜଏଣ୍ଟ ମଧ୍ୟ କରିପାରିବେ।
  • ବର୍ଷ ପାଇଁ ଫିକ୍ସ୍ଡ ଡିପୋଜିଟରେ ଆପଣଙ୍କୁ ଆଇଟିଆର୍ ଫାଇଲ୍ କରିବା ସମୟରେ ଟ୍ୟାକ୍ସରେ ରିହାତି ମିଳିବ।
  • ଏକ ପୋଷ୍ଟ ଅଫିସରୁ ଅନ୍ୟ ପୋଷ୍ଟ ଅଫିସରେ ସହଜରେ ଟ୍ରାନ୍ସଫର କରିପାରିବେ।

ପୋଷ୍ଟ ଅଫିସରେ କିପରି FD ଖୋଲିବେ ।

ପୋଷ୍ଟ ଅଫିସରେ FD କରିବାକୁ, ଆପଣ ଚେକ୍ କିମ୍ବା ନଗଦ ଅର୍ଥ ଦେଇ ଏକ ଆକାଉଣ୍ଟ୍ ଖୋଲିପାରିବେ । ଏହି ଆକାଉଣ୍ଟରେ ସର୍ବନିମ୍ନ ୧୦୦୦ ଟଙ୍କା ସହିତ ଖୋଲାଯାଇପାରିବ । ସର୍ବାଧିକ ରାଶି ଜମା କରିବାର କୌଣସି ସୀମା ନାହିଁ ।

ପୋଷ୍ଟ ଅଫିସରେ ୭ ଦିନରୁ ୧ ବର୍ଷ ପର୍ଯ୍ୟନ୍ତ ଏଫଡିରେ ୫.୫୦ ପ୍ରତିଶତର ସୁଧ ମିଳିଥାଏ । ୧ ବର୍ଷ ୧ ଦିନଠୁ ଆରମ୍ଭ କରି ୨ ବର୍ଷର ଏଫଡିରେ ମଧ୍ୟ ସୁଧ ହାର ସମାନ । ଏହା ବ୍ୟତୀତ ୩ ବର୍ଷ ପର୍ଯ୍ୟନ୍ତ ଏଫଡିରେ ୫.୫୦ ପ୍ରତିଶତ ଦରରେ ସୁଧ ମିଳିଥାଏ । ୩ ବର୍ଷ ୧ ଦିନଠୁ ଆରମ୍ଭ କରି ୫ ବର୍ଷ ପର୍ଯ୍ୟନ୍ତ ଏଫଡିରେ ୬.୭୦ ପ୍ରତିଶତ ସୁଧ ମିଳିଥାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.