ବ୍ୟବସାୟ ଓ ଅର୍ଥନୀତି

SBI ନା ପୋଷ୍ଟ ଅଫିସ କେଉଁ RDରେ ଅଧିକ ଲାଭ, ଜାଣନ୍ତୁ କେଉଁଥିରେ ହେବେ ମାଲାମାଲ

କେନ୍ଦ୍ର ସରକାର ନିକଟରେ ସ୍ୱଳ୍ପ ସଞ୍ଚୟ ଯୋଜନା ଉପରେ ସୁଧ ଦର ବୃଦ୍ଧି କରିଛନ୍ତି । ଯାହାପରେ ପୋଷ୍ଟ ଅଫିସ ଆରଡିରେ ମିଳୁଥିବା ସୁଧର ଦର ୫.୮୦ ପ୍ରତିଶତରୁ ବୃଦ୍ଧି ପାଇ ୬.୨୦ ପ୍ରତିଶତ ହୋଇଯାଇଛି । ସେହିପରି ଦେଶର ସବୁଠାରୁ ବଡ ସରକାରୀ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏସବିଆଇରେ ମଧ୍ୟ ଆରଡି ଉପରେ ସୁଧ ଦର ୭.୦୦ ପ୍ରତିଶତ ମିଳୁଛି । ତେଣୁ ଆଜି ଆମେ ଆପଣଙ୍କୁ ବତାଇବୁ ଏହି ଦୁଇଟି ଆରଡି ଯୋଜନାର ତୁଳନା ଯଦି କରିବେ ତାହେଲେ କେଉଁଟା ଆପଣଙ୍କୁ ଅଧିକ ଫାଇଦା ଦେବ ।

ସମସ୍ତେ ଟଙ୍କା ଅର୍ଜନ କରୁଛନ୍ତି । ଆଉ ବର୍ତ୍ତମାନ ସମୟରେ ଯେଉଁଭଳି ଭାବରେ ସବୁ କିଛି ମହଙ୍ଗା ହେଇ ଚାଲିଛି । ଆଉ ଯଦି ଆପଣଙ୍କ ପାଖରେ କୌଣସି ସଞ୍ଚୟ ପ୍ଲାନ ନାହିଁ ତେବେ ଆଗକୁ ଆପଣଙ୍କୁ ଏହା ବହୁତ ଅସୁବିଧାରେ ପକାଇବାରେ ସାହାର୍ଯ୍ୟ ହେବ । ତେଣୁ ଲୋକମାନେ ଏବେ ଠାରୁ ନିଜର ଭବିଷ୍ୟତ ଚିନ୍ତା କରି ଟଙ୍କା ସଞ୍ଚୟ କରିବାରୁ ଅଲଗା ଅଲଗା ମାଧ୍ୟମ ଦେଖୁଛନ୍ତି । କେବଳ ଏତିକି ନୁହେଁ ସେମାନେ ଏଇଟା ମଧ୍ୟ ଦେଖୁଛନ୍ତି କେଉଁଠାରେ ଟଙ୍କା ନିବେଶ କରିଲେ ତାଙ୍କୁ ଅଧିକ ଫାଇଦା ହେବ ।

RD କଣ ଜାଣନ୍ତୁ

ଆରଡି ଏକ ଏପରି ସଞ୍ଚୟ ଯୋଜନା ଯେଉଁଥିରେ ଟଙ୍କାକୁ ପ୍ରତି ମାସ ଜମା କରିବାକୁ ପଡିଥାଏ । ଆଉ ଏକ ନିର୍ଦ୍ଧିଷ୍ଟ ଅବଧି ପରେ ଆପଣଙ୍କୁ ଜମା ଟଙ୍କା ସୁଧ ସହିତ ମିଳିଥାଏ । ଏହି ଅବଧି ଯୋଜନା ଆରମ୍ଭ ହେବା ପୂର୍ବରୁ ହିଁ ଧାର୍ଯ୍ୟ କରାଯାଇଥାଏ ।

ସରକାରଙ୍କ ଦ୍ୱାରା ଆଉ ସବୁଠାରୁ ଅଧିକ ଭରଷା ଯୋଗ୍ୟ ଥିବା ଦୁଇଟି ଆଗଧାଡିର ନିବେଶ ସଂସ୍ଥା ହେଉଛି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (ଏସବିଆଇ) ଏବଂ ଅନ୍ୟଟି ହେଉଛି ପୋଷ୍ଟ ଅଫିସ । ତେବେ ପୋଷ୍ଟ ଅଫିସ ଆରଡି ଉପରେ ସରକାର ୧ ଏପ୍ରିଲରୁ ସୁଧହାର ବର୍ଦ୍ଧିତ କରିଛନ୍ତି। ବର୍ତମାନ ଏଥିରେ ୫.୮% ରୁ ୬.୨%କୁ ବୃଦ୍ଧି କରାଯାଇଛି । ଏହାପୂର୍ବରୁ ଫେବୃଆରୀରେ ଦେଶର ବୃହତ୍ତମ ବ୍ୟାଙ୍କ୍ ଏସବିଆଇ ମଧ୍ୟ ଆରଡିର ସୁଧ ହାର ବୃଦ୍ଧି କରିଥିଲା ।

ବର୍ତ୍ତମାନ ଏହା ଆରଡି ଉପରେ ସର୍ବାଧିକ ୭% ସୁଧ ଦେଉଛି। ଆରଡି ମୁଖ୍ୟତଃ ବଡ଼ ସଞ୍ଚୟରେ ସାହାଯ୍ୟ କରିଥାଏ । ଏସବିଆଇ ଆରଡିରେ ଗ୍ରାହକ ୧ ବର୍ଷରୁ ୧୦ବର୍ଷ ପର୍ଯ୍ୟନ୍ତ ବିନିଯୋଗ କରିପାରିବେ । ବରିଷ୍ଠ ନାଗରିକମାନେ ଏହା ଉପରେ ୦.୫୦% ଅଧିକ ସୁଧ ପାଆନ୍ତି । ଏଥିରେ ପ୍ରତି ମାସରେ ସର୍ବନିମ୍ନ ୧୦୦ ଟଙ୍କା ମଧ୍ୟ ନିବେଶକରାଯାଇପାରିବ । ଏହା ସହ ସର୍ବାଧିକ ଜମା ରାଶି ଉପରେ କୌଣସି ସୀମା ନାହିଁ ।

ସେହିଭଳି ଡାକଘର ଆରଡିରେ ୬.୨% ସୁଧ ମିଳୁଛି। ଯେଉଁଥିରେ ଆପଣ ପ୍ରତି ମାସରେ ସର୍ବନିମ୍ନ ୧୦୦ ଟଙ୍କା ନିବେଶ କରିପାରିବେ । ଏହାଛଡ଼ା ଆପଣ ୧୦ ଗୁଣାରେ ଯେକୌଣସି ରାଶି ଜମାକରିପାରିବେ । ଏଥିରେ ମଧ୍ୟ ସର୍ବାଧିକ ଜମା ରାଶି ଉପରେ କୌଣସି ସୀମାନାହିଁ । ଯଦି କେହି ପୋଷ୍ଟ ଅଫିସ୍ ଆରଡିରେ ୫ବର୍ଷ ପାଇଁ ପ୍ରତି ମାସରେ ହଜାରେ ଟଙ୍କା ବିନିଯୋଗ କରନ୍ତି, ତେବେ ୫ ବର୍ଷ ପରେ ପ୍ରାୟ ୭୦ ହଜାର ୪୩୧ ଟଙ୍କା ମିଳିବ। ଅନ୍ୟ ପଟେ,ଯଦି ଆପଣ ଏସ୍ଆଇ ଆରଡିରେ ୫ ବର୍ଷ ପାଇଁ ପ୍ରତି ମାସରେ ହଜାରେ ଟଙ୍କା ବିନିଯୋଗ କରନ୍ତି, ତେବେ ଆପଣଙ୍କୁ ୭୦ ହଜାର ୯୮୯ଟଙ୍କା ମିଳିବ।

ଯଦି ବାରମ୍ବାର ଜମା (RD) ରୁ ସୁଧ ଆୟ ୪୦ ହଜାର ଟଙ୍କା (ବରିଷ୍ଠ ନାଗରିକଙ୍କ କ୍ଷେତ୍ରରେ ୫୦ ହଜାର ଟଙ୍କା) ପର୍ଯ୍ୟନ୍ତ ଥାଏ,ତେବେ ଆପଣଙ୍କୁ ଏଥିରେ କୌଣସି ଟିକସ ଦେବାକୁ ପଡ଼ିବ ନାହିଁ । ଯଦି ଆୟ ଏହାଠାରୁ ଅଧିକ ଥିବ ; ତେବେ ୧୦% ଟିଡିଏସ୍ କଟାଯାଇଥାଏ। ତେଣୁ ଦେଖିବାକୁ ଗଲେ ଏହି ଦୁଇ ଆପଣଙ୍କ ପାଇଁ ଲାଭ ଆପଣ ଯେକୌଣସିରେ ଆପଣଙ୍କ ଟଙ୍କା ବିନିମୟ କରିପାରିବେ। ତେବେ ଆପଣଙ୍କୁ କହିରଖିବାକୁ ଚାହିଁବୁ ଯେ ଆମର ଏ ସୂଚନା ଅନୁମାନ ଆଧାରରେ ।

Pritiparna

Recent Posts

ଫେସବୁକ ପ୍ରେମର କରୁଣ ପରିଣତି, ପ୍ରେମିକାର ଗଳା କାଟିବା ପରେ ନିଜ ଗଳା କାଟି ଜୀବନ ହାରିଲେ ପ୍ରେମିକ

ଦେବଗଡ଼ : ଫେସବୁକ ପ୍ରେମର କରୁଣ ପରିଣତି l ସାହି ଦାଣ୍ଡରେ ପ୍ରେମିକାର ତଣ୍ଟି କାଟିବା ପରେ ନିଜେ ନିଜ…

3 mins ago

ଥାନାକୁ ଡାକି ଯୁବକଙ୍କୁ ଥାର୍ଡ଼ ଡିଗ୍ରୀ କରିବା ଘଟଣା : ନିଲମ୍ବିତ ହେଲେ ପୋଲିସ ଏଏସଆଇ

ସୁବର୍ଣ୍ଣପୁର : ମିଛ କେଶରେ ଯୁବକଙ୍କୁ ଥାନାକୁ ଡାକି ଥାର୍ଡ଼ ଡିଗ୍ରୀ କରିବା ଏଏସଆଇଙ୍କୁ ମହଙ୍ଗା ପଡିଲା  l ଘଟଣାକୁ…

36 mins ago

ରୋଗୀ ଆଣୁଥିବା ବେଳେ 108 ଆମ୍ବୁଲାନ୍ସରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ରୋଗୀ ଓ ଡ୍ରାଇଭର

ବାସୁଦେବପୁର :  ଭଦ୍ରକ ଜିଲ୍ଲା ବାସୁଦେବପୁର ଜାମୁଝାଡି ରାସ୍ତାର ବେତଡା ପେଟ୍ରୋଲ ପମ୍ପ ନିକଟରେ ରୋଗୀ ଆଣୁଥିବା ବେଳେ 108 …

59 mins ago

କୋଇଲା ଟ୍ରେନରେ ନିଆଁ, ଆୟତ୍ତ କରିବା ପାଇଁ ଲାଗିଛନ୍ତି ଦମକଳ ବାହିନୀ

ସୋର : କୋଇଲା ବଗିରେ ଲାଗିଛି ନିଆଁ  l କୋଇଲା ବୋଝେଇ ଟ୍ରେନ ଧାମରାରୁ ଖଡ଼ଗପୁର ଯିବା ବେଳେ ସୋର…

2 hours ago

ଶ୍ରୀମନ୍ଦିରରେ ଲାଗିଲା ଫୋକସ୍‌ ଲାଇଟ୍‌, ଆଲୋକମାଳାରେ ଝଲସିଲା ଶ୍ରୀମନ୍ଦିର

ପୁରୀ: ପୁଣି ଫୋକସ୍‌ ଲାଇଟ୍‌ ରେ ଝଟକିବ ଶ୍ରୀମନ୍ଦିର । ଆଲୁଅରେ ଝଲସି ଉଠିବ ବଡ଼ ଦେଉଳ । ଆଲୋକମାଳାରେ…

2 hours ago

୬ ଜଣ ଛାତ୍ରଛାତ୍ରୀ ମନ୍ଦିର ବୁଲିବାକୁ ଯାଇଥିଲେ ହେଲେ ଘଟିଗଲା ବଡ଼ ଅଘଟଣ

ରାଉରକେଲା: କେଡ଼େ ଖୁସିରେ ବେଦବ୍ୟାସ ମନ୍ଦିର ବୁଲି ଯାଇଥିଲେ ୬ ଜଣ ବନ୍ଧୁ। ମନ୍ଦିର ବୁଲୁ ବୁଲୁ ଅସହ୍ୟ ତାତିରେ…

3 hours ago