ପିପିଏଫର ନିବେଶ ସୀମା ହେବ ଦ୍ୱିଗୁଣ, ଟାକ୍ସ ଛାଡ ସହ ମିଳିବ ଭଲ ରିଟର୍ଣ୍ଣ ରାଶି
ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ ହେଉଛି ଇନଭେଷ୍ଟମେଣ୍ଟ ବା ବିନିଯୋଗ କରିବାର ସବୁଠୁ ଭରସାଯୋଗ୍ୟ ଉପାୟ। ଯେଉଁଥିରେ ଆପଣ ନିରାପତ୍ତା ସହିତ ଭଲ ଫେରସ୍ତ ପାଇବେ । ଏହା ଲୋକଙ୍କ ଟାକ୍ସକୁ ସେଭିଂ କରିବାରେ ମଧ୍ୟ ସାହାଯ୍ୟ କରେ।
ସାର୍ବଜନୀନ ପ୍ରୋଭିଡେଣ୍ଟ ପାଣ୍ଠି ମାନେ PPF ହେଉଛି ବିନିଯୋଗର ଏକ ଜବରଦସ୍ତ ମାଧ୍ୟମ, ଯାହା ଭଲ ରିଟର୍ଣ୍ଣ ଦେଇଥାଏ। ଏହା ହେଉଛି ଏକ ନିବେଶ ଯାହା E-E-E କ୍ୟାଟେଗୋରୀରେ ଆସୁଛି। ଏଥିରେ ବିନିଯୋଗ ସୁଧ ଏବଂ ଏବଂ ମାଚ୍ୟୁରିଟି ଆମାଉଣ୍ଟ ଉପରେ କୌଣସି ଟାକ୍ସ ଲାଗିନଥାଏ। ବାର୍ଷିକ 1.5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପିପିଏଫରେ ବିନିଯୋଗ ଉପରେ ଟିକସ ଛାଡ ଉପଲବ୍ଧ ରହିିଛି। ଲୋକମାନେ ପିପିଏଫରେ ବିନିଯୋଗ କରିବା ପାଇଁ ବିଶ୍ୱାସ କରିବାର ଏହା ହେଉଛି ଏକ କାରଣ । କିନ୍ତୁ ଯଦି ଆପଣ PPF ରେ ବିନିଯୋଗ କରିବା ପୂର୍ବରୁ କିଛି ଗୁରୁତ୍ୱପୂର୍ଣ୍ଣ ଜିନିଷକୁ ଧ୍ୟାନରେ ରଖନ୍ତି, ତେବେ ଆପଣ ଅଧିକ ଲାଭ ପାଇବେ । ଭିଡ଼ିଓରୁ ଜାଣନ୍ତୁ ସେହି ସବୁ ଫାଇଦା ସମ୍ପର୍କରେ..
PPF ରେ ବିନିଯୋଗ ସୀମା ଦ୍ୱିଗୁଣିତ ହେବ :
ପିପିଏଫରେ ନିବେଶ କଲେ କେବଳ ନିଶ୍ଚିତ ରିଟର୍ଣ୍ଣ ପାଇବେ ନାହିଁ ବରଂ ଆୟକର ବିଭାଗର 80C ଅନୁଯାୟୀ 1.5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିବେଶ ଉପରେ ଆୟ କର ଛାଡ ମଧ୍ୟ ପାଇବେ । ଅନେକ ଥର ଏପରି ହୁଏ ଯେ ପିପିଏଫ୍ ନିବେଶର ସୀମା ସରିବା ପରେ ମଧ୍ୟ ନିବେଶକଙ୍କୁ ଟଙ୍କା ଛାଡି ଦିଆଯାଏ ଏବଂ ସେ ଅନ୍ୟ ନିବେଶ ପାଇଁ ବିକଳ୍ପ ଖୋଜନ୍ତି । ଟାକ୍ସ ଏକ୍ସପର୍ଟଙ୍କ ମୁତାବିକ ଯଦି ନିବେଶକ ବିବାହିତ, ତେବେ ସେ ତାଙ୍କ ପତ୍ନୀ କିମ୍ବା ସ୍ୱାମୀଙ୍କ ନାମରେ ଏକ ପିପିଏଫ ଆକାଉଣ୍ଟ ଖୋଲିପାରିବେ ଏବଂ ଏଥିରେ 1.5 ଲକ୍ଷ ଟଙ୍କା ବିନିଯୋଗ କରିପାରିବେ।
PPF ରେ ବିନିଯୋଗ ଉପରେ ଏହି ସୁବିଧା ଉପଲବ୍ଧ :
ଏକ୍ସପର୍ଟଙ୍କ ମୁତାବିକ ନିଜ ଲାଇଫ ପାର୍ଟନର ଙ୍କ ନାମରେ ପିପିଏଫ ଆକାଉଣ୍ଟ ଖୋଲିଲେ ନିବେଶକଙ୍କ ପିପିଏଫ ଆକାଉଅଣ୍ଟ ଲିମିଟ ଦ୍ୱିଗୁଣ ହୋଇଯିବ। ଯଦିଓ ସେତେବେଳେ ମଧ୍ୟ ଆୟକର ଛାଡ ସୀମା 1.5 ଲକ୍ଷ ଟଙ୍କା ରହିବ। ଇନକମ ଟାକ୍ସରେ ଛାଡ ୧.୫ ଲକ୍ଷ ଟଙ୍କା ଯାଏଁ ମିଳିଲେ ବି ଏହାର ଅନ୍ୟଫାଇଦା ମଧ୍ୟ ରହିଛି। ପିପିଏଫ୍ ବିନିଯୋଗ ସୀମା ଦ୍ୱିଗୁଣିତ ହୋଇ 3 ଲକ୍ଷ ଟଙ୍କା ହେବ । E-E-E ବର୍ଗରେ ରହି ନିବେଶକ PPF ର ସୁଧ ଏବଂ ମାଚୁରିଟି ଉପରେ ଟିକସ ଛାଡ ପାଆନ୍ତି ।
କ୍ଲବିଂ ବ୍ୟବସ୍ଥା କାର୍ଯ୍ୟକାରୀ ନୁହେଁ :
ଇନକମ ଟାକ୍ସ ସେକସନ ୬୪ ଆଧାରରେ ଆପଣ ନିଜ ଜୀବନ ସାଥିଙ୍କୁ ଦେଇଥିବା ରାଶି କିମ୍ବା ଗିଫ୍ଟ ଉପରେ ହୋଇଥିବା ଆୟ ଆପଣଙ୍କ ଇନକମ ରେ ଆଡ୍ କରାଯିବ। କିନ୍ତୁ E-E-E କ୍ୟାଟେଗୋରୀରେ ଥିବା ଗ୍ରାହକଙ୍କୁ ଏଥିରୁ ଟାକ୍ସ ଛାଡ ମିଳିଯିବ। କ୍ଲବିଂ ସିଷ୍ଟମର କୌଣସି ନିୟମ ଲାଗୁ ହେବ ନାହିଁ।
ବିବାହିତ ଲୋକଙ୍କ ପାଇଁ ଥିବା ଟ୍ରିକ:
ଯେତେବେଳେ ଆପଣଙ୍କ ସାଥୀଙ୍କ PPF ଆକାଉଣ୍ଟ ଭବିଷ୍ୟତରେ ମାଚୁରିଟି ହେବ ସେତେବେଳେ ଆପଣଙ୍କ ପାର୍ଟନରଙ୍କ ଖାତାକୁ ପ୍ରାରମ୍ଭିକ ସମୟରେ ହେଉଥିବା ଆୟକୁ ପ୍ରତିବର୍ଷ ଆପଣଙ୍କ ଆୟ ସହ ଯୋଡ଼ାଯିବ। ତେଣୁ ଏମିତିରେ ବିବାହିତ ଲୋକଙ୍କୁ PPF ଆକାଉଣ୍ଟରେ ସେମାନଙ୍କର ଅବଦାନକୁ ଦ୍ୱିଗୁଣିତ କରିବାର ସୁଯୋଗ ଦେଇଥାଏ ।
ଏହା ସେହି ଲୋକମାନଙ୍କ ପାଇଁ ଭଲ ବିକଳ୍ପ ହେବ ଯେଉଁମାନେ କମ୍ ରିସ୍କ ନେବାକୁ ଚାହାଁନ୍ତି ଏବଂ NPS, ମ୍ୟୁଚୁଆଲ୍ ଫଣ୍ଡସ୍ ଭଳି ମାର୍କେଟ ସଂଯୁକ୍ତ ନିବେଶ କରିବାକୁ ଚାହୁଁନାହାଁନ୍ତି। ଯେଉଁଠାରେ ବିପଦ ଅଧିକ ଥାଏ । ଏବେ ଆସନ୍ତା ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ପିପିଏଫ ସୁଧ ହାର ୭.୧% ରଖାଯାଇଛି।