ପିପିଏଫ ଓ ସୁକନ୍ୟା ସମୃଦ୍ଧି ଯୋଜନା ମଧ୍ୟରୁ କେଉଁଠୁ ମିଳେ ଅଧିକ ଫାଇଦା, ଆଜି ହିଁ ଜାଣନ୍ତୁ

PPF ଓ ସୁକନ୍ୟା ସମୃଦ୍ଧି ଯୋଜନା , କେଉଁଟା ସବୁଠୁ ବେଷ୍ଟ? ଆପଣ ବି ଏହି ଦୁଇଟି ସ୍କିମ୍ କୁ ନେଇ କନଫ୍ୟୁଜ ଅଛନ୍ତି କି? ତେବେ ଆଉ ଚିନ୍ତା କରନ୍ତୁ ନାହିଁ। ଆମେ ଆଜି ଆପଣଙ୍କୁ ଏହି ଦୁଇଟି ସ୍କୀମ ମଧ୍ୟରୁ କେଉଁଟା ଭଲ ତାହା ସମ୍ପର୍କ ରେ କହିବୁ।

ସୁକନ୍ୟା ସମୃଦ୍ଧି ଯୋଜନା ଏବଂ ପବ୍ଲିକ୍ ପ୍ରୋଭିଡେଣ୍ଟ ଭଳି ଦୁଇଟି ଫଣ୍ଡରେ ଟଙ୍କା ନିବେଶ କରିବା ସୁରକ୍ଷିତ । ଏହି ଦୁଇଟି ସ୍କିମ୍ ରେ ପିଲାଙ୍କ ପାଇଁ ସଂଚୟ କରାଯାଏ। ସବୁଠୁ ବଡ଼ କାରଣ ହେଉଛି ଏଥିରେ ଭଲ ରିଟର୍ଣ୍ଣ ମଧ୍ୟ ମିଳିଥାଏ । କିନ୍ତୁ ଅନେକ ଏହି ଦୁଇଟି ସ୍କୀମ ଦେଖି ଜାଣି ପାରନ୍ତି ନାହିଁ ଯେ କେଉଁ ସ୍କିମ ପ୍ରକୃତ ରେ ଭଲ?

ଆପଣ ବି ଏହି ଦୁଇଟି ସ୍କିମ୍ କୁ ନେଇ କନଫ୍ୟୁଜ ଅଛନ୍ତି କି? ତେବେ ଆଉ ଚିନ୍ତା କରନ୍ତୁ ନାହିଁ। ଆମେ ଆଜି ଆପଣଙ୍କୁ ଏହି ଦୁଇଟି ସ୍କୀମ ମଧ୍ୟରୁ କେଉଁଟା ଭଲ ତାହା ସମ୍ପର୍କ ରେ କହିବୁ।

ଆମେ ଆପଣଙ୍କୁ ସରକାରଙ୍କ ପ୍ରତେକ ସ୍କିମ ସମ୍ପର୍କରେ ଆଗରୁ କହି ଆସିଛୁ। ତେବେ ବି ସବୁଠାରୁ ବେଷ୍ଟ ଖୋଜିବା ସମୟରେ ଟିକେ ଦ୍ଵନ୍ଦ ରେ ଆସିଯାନ୍ତି ସମସ୍ତେ। ଆଜି ଜାଣନ୍ତୁ ନିଜ ପିଲା ପାଇଁ ଆପଣ ସରକାର ଙ୍କ କେଉଁ ସ୍କିମ ରୁ ଅଧିକ ଫାଇଦା ପାଇପାରିବେ।

ସୁକନ୍ୟା ସମୃଦ୍ଧି ଯୋଜନା କେନ୍ଦ୍ର ସରକାରଙ୍କ ଲୋକପ୍ରିୟ ସ୍କିମ । ଏଥିରେ ଆପଣ ନିଜ ଝିଅ ନାମରେ ଟଙ୍କା ନିବେଶ କରିପାରିବେ । ହେଲେ ପିପିଏଫ ସ୍କିମ୍ ରେ ଆପଣ ଯେକୌଣସି ନାମରେ ମଧ୍ୟ ଟଙ୍କା ନିବେଶ କରିପାରିବେ ।
ପବ୍ଲିକ ପ୍ରୋଭିଡେଣ୍ଟ ପାଣ୍ଠି ଉପରେ ବର୍ତ୍ତମାନର ସୁଧ ହାର ହେଉଛି ୭.୧ ପ୍ରତିଶତ। ଏଥି ସହିତ ସୁକନ୍ୟା ସମୃଦ୍ଧି ଯୋଜନା (SSY) ରେ ୭.୬ ପ୍ରତିଶତ ସୁଧ ମିଳିଥାଏ। କିନ୍ତୁ ରିସର୍ଚର ଙ୍କ ସୂଚନା ଅନୁଯାୟୀ ଆପଣ ଉଭୟ ଯୋଜନାରେ ବିନିଯୋଗ କରିବା ଉଚିତ୍।
PPF ରେ ୧୫ ବର୍ଷର ଏକ ଲକ୍-ଇନ୍ ଅବଧି ରହିଛି। ୧୫ ବର୍ଷ ପରେ, ଆପଣ ଏହାକୁ ୫-୫ ବର୍ଷ ପାଇଁ ଆହୁରି ବଢାଇ ପାରିବେ । ଉଭୟ ଯୋଜନାରେ ବିନିଯୋଗ କରି, ଆପଣ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପୁଞ୍ଜି ବିନିଯୋଗ ଉପରେ ଆୟକର ଧାରା ୮୦C ଅନୁଯାୟୀ ରିହାତି ପାଇବେ। ଆପଣ ଗୋଟିଏ ପିପିଏଫ୍ ଆକାଉଣ୍ଟରେ ବାର୍ଷିକ ସର୍ବନିମ୍ନ ୫୦୦ ଟଙ୍କା ଏବଂ ସର୍ବାଧିକ ୧.୫୦ ଲକ୍ଷ ଟଙ୍କା ଜମା କରିପାରିବେ।
ସୁକନ୍ୟା ସମୃଦ୍ଧି ଯୋଜନା (SSY) ରେ ସର୍ବନିମ୍ନ ବିନିଯୋଗ ହେଉଛି ୨୫୦ ଟଙ୍କା। ଏହି ଯୋଜନାରେ ବାର୍ଷିକ ସର୍ବନିମ୍ନ ୨୫୦ ଟଙ୍କା ଏବଂ ସର୍ବାଧିକ ୧.୫୦ ଲକ୍ଷ ଟଙ୍କା ଜମା କରାଯାଇପାରିବ। ଏହି ଯୋଜନା ଝିଅ ର ପାଠ ପଢା, ବିବାହ ଉଦ୍ଦେଶ୍ୟରେ କରାଯାଇଛି । ଏହି କାରଣର ପିପିଏଫ୍ ତୁଳନାରେ ଏଥିରେ ଅଧିକ ହାର ରଖାଯାଇଛି । ଏଥିରେ ମଧ୍ୟ ଝିଅର ୧୫ ବର୍ଷ ବୟସ ପର୍ଯ୍ୟନ୍ତ ବିନିଯୋଗ କରାଯାଇପାରିବ ।୧୬ ରୁ ୨୧ ବର୍ଷ ମଧ୍ୟରେ କୌଣସି ଜମା ଅନୁମତି ନାହିଁ । କିନ୍ତୁ ଆକାଉଣ୍ଟଧାରୀ ଜମା ରାଶି ଉପରେ ସୁଧ ପାଇବା ଜାରି ରଖିଛନ୍ତି।

ଯଦି ଆପଣ ପ୍ରତିବର୍ଷ ପିପିଏଫ୍ ଆକାଉଣ୍ଟରେ ୧.୫୦ ଲକ୍ଷ ଟଙ୍କା ଜମା କରନ୍ତି, ତେବେ ବର୍ତ୍ତମାନର ସୁଧ ହାର (୭.୧ ପ୍ରତିଶତ) ଅନୁଯାୟୀ, ଆପଣ ୧୫ ବର୍ଷର ପରିପକ୍ୱତା ଉପରେ ୪୦.୬୮ ଲକ୍ଷ ଟଙ୍କା ପାଇବେ। ଅନ୍ୟପକ୍ଷରେ, ସୁକନ୍ୟା ସମୃଦ୍ଧି ଯୋଜନା (SSY) ରେ ପ୍ରତିବର୍ଷ ୧.୫୦ ଲକ୍ଷ ଟଙ୍କା ଜମା କରି ଆପଣ ୨୧ ବର୍ଷର ପରିପକ୍ୱତା ଉପରେ ୬୩.୬୫ ହଜାର ଟଙ୍କା ପାଇବେ। ଝିଅ ସନ୍ତାନର ବୟସ ୧୦ ବର୍ଷ ପର୍ଯ୍ୟନ୍ତ ଏହି ଆକାଉଣ୍ଟ ଖୋଲାଯାଇପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.