ପିପିଏଫ୍‌ ବନାମ୍‌ ଭିପିଏଫ୍‌ : ଚାକିରି କରୁଥିବା ଲୋକଙ୍କ ପାଇଁ ନିବେଶ କରିବାର ସବୁଠୁ ଭଲ ବିକଳ୍ପ,ଜାଣନ୍ତୁ ସବିଶେଷ ବିବରଣୀ

ନୂଆଦିଲ୍ଲୀ : ଚାକିରି କରୁଥିବା ଲୋକଙ୍କ ପାଇଁ ପିପିଏଫ୍‌ ଏବଂ ଭିପିଏଫ୍‌ (PPF Vs VPF) ସବୁଠୁ ଭଲ ମାଧ୍ୟମ ଅଟେ । ତେଣୁ ଏଥିରେ ନିବେଶ କଲେ ଚାକିରି କରୁଥିବା ଲୋକ ଭଲ ସୁଧ ସହିତ ଭଲ ସେଭିଂ ର ଫାଇଦା ପାଇ ପାରିବେ । ଫିକ୍ସଡ ଡିପୋଜିଟରେ କମ୍‌ ସୁଧ ଆସୁଥିବା କିଛି ଦିନ ହେବ ଦେଖାଯାଉଛି । ଯେଉଁଥିପାଇଁ ଲୋକେ ଫିକ୍ସଡ ଡିପୋଜିଟ ଅପେକ୍ଷା ଅନ୍ୟ ମାଧ୍ୟମରେ ଅଧିକ ଲୋକେ ଡିପୋଜିଟ କରୁଛନ୍ତି । ଆପଣ ଯଦି ଡିପୋଜିଟ କରିବାର ଭଲ ବିକଳ୍ପ ଚାହୁଁଛନ୍ତି ତେବେ PPF Vs VPF ଆପଣଙ୍କ ପାଇଁ ଭଲ ବିକଳ୍ପ ଅଟେ ।

ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ୍‌(PPF ) :

PPF ର ସ୍ଥାପନ ଅର୍ଥ ମନ୍ତ୍ରଣାଳୟ ବିଭାଗ ରାଷ୍ଟ୍ରୀୟ ସେଭିଂ ସସ୍ଥାନ ଦ୍ୱାରା ୧୯୬୮ ମସିହାରେ ଆରମ୍ଭ ହୋଇଥିଲା । ପିପିଏଫ୍‌ ସର୍ବଦା ଚାକିରିଆ ଲୋକଙ୍କ ପାଇଁ ନିବେଶର ଭଲ ମାଧ୍ୟମ ରହିଆସିଛି । ପିପିଏଫ ରେ ନିବେଶ କଲେ ଟ୍ୟାକ୍ସ ସହିତ ଭଲ ସୁଧର ଫାଇଦା ମଧ୍ୟ ମିଳିଥାଏ ।

ପିପିଏଫ୍‌ ଖାତା ୧୫ ବର୍ଷ ପାଇଁ ଲକ୍‌-ଇନ ସମୟସୀମା ସହିତ ଆର୍ସିଥାଏ । ପିପିଏଫ୍‌ରେ ସୁଧ ଦର ବାର୍ଷିକ ୭.୧ ପ୍ରତିଶତ ମିଳିଥାଏ । ପିପିଏଫରେ ମିଳୁଥିବା ସୁଧରେ ଟ୍ୟାକ୍ସ ମଧ୍ୟ ଲାଗିନଥାଏ । ଏଥିରେ ନିବେଶ କଲେ ଆୟକର ଅଧିନିୟମ ଅନୁଯାୟୀ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକର ଛାଡ଼ ମିଳିଥାଏ ।

ପିପିଏଫରେ ନିଜ ଆକାଉଣ୍ଟ ଚାଲୁ ରଖିବା ପାଇଁ କୌଣସି ବି ବ୍ୟକ୍ତି ପ୍ରତି ବର୍ଷ ଅତି କମରେ ୫୦୦ ଟଙ୍କା ନିବେଶ କରିବାକୁ ହେବ । ଏହାଛଡ଼ା ଆପଣ ବର୍ଷକରେ ପିପିଏଫ ଜରିଆରେ ଅତିବେଶୀରେ ୧.୫ ଲକ୍ଷ ଟଙ୍କା ନିବେଶ କରିପାରିବେ ।

ସ୍ୱେଚ୍ଛିକ ଭବିଷ୍ୟ ନିଧି :

ପିପିଏଫରେ ନିବେଶ କରୁଥିବା ଲୋକ ଭିପିଏଫ୍‌ ରେ ମଧ୍ୟ ନିବେଶ କରିପାରିବେ । ତେବେ ଭିପିଏଫରେ କେବଳ ଦରମା ପାଉଥିବା କର୍ମଚାରୀ ଯେଉଁମାନେ ଇପିଏଫଓ ର ସଦସ୍ୟ ସେମାନେ ହିଁ ନିବେଶ କରିପାରିବେ । ଇପିଏଫ ରେ କୌଣସି ବି କର୍ମଚାରୀ ନିଜର ବେସିକ୍‌ ସାଲେରୀ ର ୧୨ ପ୍ରତିଶତରୁ ଅଧିକ ନିବେଶ କରିପାରିବେ ନାହିଁ । ଯଦି କୌଣସି କର୍ମଚାରୀ ନିଜ ବେସିକ ସାଲେରୀ (ମୂଳ ଦରମାର) ର ୧୨ ପ୍ରତିଶତରୁ ଅଧିକ ନିବେଶ କରିବାକୁ ଚାହିଁବେ ତେବେ ସେମାନେ ଭିପିଏଫ୍‌ ଜରିଆରେ ନିବେଶ କରିପାରିବେ । ଏବେ ଭିପିଏଫ୍‌ରେ ୮.୫ ପ୍ରତିଶତ ବାର୍ଷିକ ସୁଧ ମିଳୁଛି । ଏଥିରେ ଆୟକର ଅଧିନିୟମ ଅନୁଯାୟୀ ଟ୍ୟାକ୍ସ ଛାଡ଼ର ବ୍ୟବସ୍ଥା ମଧ୍ୟ ରହିଛି ।

Leave A Reply

Your email address will not be published.