ଖୁବ ଶୀଘ୍ର ମୋଦି ସରକାର ଦ୍ୱିତୀୟ ସନ୍ତାନ ପାଇଁ ଟଙ୍କା ଦେବାର ଯୋଜନା କରୁଛନ୍ତି, ଜାଣନ୍ତୁ କେବେ ହେବ ଲାଗୁ

ଦେଶରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଅନେକ ସ୍ୱତନ୍ତ୍ର ଯୋଜନା ପରିଚାଳିତ ହେଉଛି, ଯାହା ଅଧୀନରେ ଲୋକଙ୍କୁ ଆର୍ଥିକ ସହାୟତା ଦିଆଯାଉଛି। ମୋଦି ସରକାର ଦେଶର ମହିଳା, ଗରିବ, କୃଷକ ଆଦି ସମସ୍ତ ବର୍ଗଙ୍କ ପାଇଁ ଅଲଗା ଅଲଗା ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଯେଉଁଥିରେ ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ଆଜି ଆମେ ଆପଣଙ୍କୁ କେନ୍ଦ୍ର ସରକାରଙ୍କର ଏମିତି ଏକ ଯୋଜନା ବିଷୟରେ କହିବୁ, ଯାହା ଅଧୀନରେ ମହିଳାମାନଙ୍କ ଆକାଉଣ୍ଟକୁ ୫୦୦୦ ଟଙ୍କା ଟ୍ରାନ୍ସଫର କରାଯାଉଛି।

ମୋଦି ସରକାରଙ୍କ ତରଫରୁ ଦେଶରେ ଛାତ୍ରଛାତ୍ରୀ, କନ୍ୟା ଏବଂ ବୟସ୍କ ବ୍ୟକ୍ତିଙ୍କ ପାଇଁ ଅନେକ ପ୍ରକାର ଯୋଜନା ରହିଛି। କିଛି ଯୋଜନା ଅନ୍ତର୍ଗତ ବିପିଏଲ ପରିବାରକୁ ସାହାଯ୍ୟ ଦିଆଯାଉଛି। କେନ୍ଦ୍ର ସରକାରଙ୍କ ତରଫରୁ ଏକ ଏପରି ଯୋଜନା କାର୍ଯ୍ୟକାରୀ ହେଉଛି, ଯେଉଁ ଯୋଜନାରେ ଶିଶୁ ଜନ୍ମ ହେବା ପରେ ମାଆଙ୍କୁ ଟଙ୍କା ଦିଆଯାଇଥାଏ।

କେନ୍ଦ୍ର ସରକାରଙ୍କ ଦ୍ୱାରା ଚଲାଯାଉଥିବା ଏହି ଯୋଜନାର ନାମ ‘ପ୍ରଧାନମନ୍ତ୍ରୀ ମାତୃତ୍ୱ ବନ୍ଦନା ଯୋଜନା’। ଏହି ଯୋଜନାରେ ୫୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ଏହି ଯୋଜନା ୧ ଜାନୁଆରୀ ୨୦୧୭ରେ ଆରମ୍ଭ କରାଯାଇଥିଲା।

ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ଯାହା ଏବେ ଇନ୍ଦିରା ଗାନ୍ଧୀ ମାତୃତ୍ୱ ସହଯୋଗ ଯୋଜନା ନାମରେ ବେଶ ଜଣାଶୁଣା। ଖାସ କରି ଏହି ସ୍କିମ ମାଆ ମାନଙ୍କ ଉଦ୍ଦେଶ୍ୟରେ ତିଆରି ହୋଇଛିି। ଯାହାକୁ ଆରମ୍ଭ କରିଛନ୍ତି ଭାରତ ସରକାର। ଏହାପ୍ରଥମେ ୨୦୧୦ ମସିହାରେ ଆରମ୍ଭ ହୋଇଥିଲା। ଯାହାର ପୁନର୍ବାର ନାମକରଣ ୨୦୧୭ ମସିହାରେ କରାଯାଇଥିଲା। ସେହି ସମୟରେ ପ୍ରଧାନମନ୍ତ୍ରୀ ଥିବା ମନମୋହନ ସିଂ ଏହାକୁ ଲଞ୍ଚ କରାଇଥିଲେ। ଯାହାକୁ Ministry of Women and Child Development ଅନ୍ତର୍ଗତ କରାଯାଇଥିଲା।

ଏମିତିରେ ଏହି ସ୍କିମ ଏବେ ଦ୍ୱିତୀୟ ସନ୍ତାନ ପାଇଁ ମଧ୍ୟ ଖୁବ ଶୀଘ୍ର ଲାଗୁ ହେବାକୁ ଯାଉଛି। Women and child development Minister ସ୍ମିତି ଇରାନୀ ଏହାକୁ ନେଇ କହିଥିଲେ ଯେ, ବହତୁ ଜଲଦି ମିଶନ ଶକ୍ତି ଅନ୍ତର୍ଗତ ଦ୍ୱିତୀୟ ସନ୍ତାନ ପରେ ବି ମାଆଙ୍କୁ ଟଙ୍କା ଦିଆଯିବ। ଏମିତରେ ଯଦି ଦ୍ୱିତୀୟ ସନ୍ତାନ ଝିଅ ହୋଇଥାଏ ତେବେ ହିଁ ଲାଭ ମିଳିବ। ମୋଟ ଉପରେ କନ୍ୟା ସନ୍ତାନଙ୍କ ପାଇଁ ଏହି ସ୍କିମ ବାହାରିଛି। ବାର୍ଷିକ କଭର ଏଥିପାଇଁ ରହିଛି ୫୧.୭୦ ଲକ୍ଷ ଟଙ୍କା ।

କେଉଁ କେଉଁ ଡକ୍ୟୁମେଣ୍ଟ୍ ଆବଶ୍ୟକ ହେବ :

-ମାଆ, ବାପାଙ୍କ ଆଧାର କାର୍ଡ

-ମାଆ, ବାପାଙ୍କ ପରିଚୟ ପତ୍ର

-ଶିଶୁର ଜନ୍ମ ପ୍ରମାଣପତ୍ର

-ବ୍ୟାଙ୍କ ଆକାଉଣ୍ଟ ପାସ୍ ବୁକ୍

କେମିତି ମିଳିଥାଏ ଟଙ୍କା:

ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ଉଭୟ ମା’ ଏବଂ ଶିଶୁର ଯତ୍ନ ନେବା, ଯେଉଁଥିପାଇଁ ସରକାର ସେମାନଙ୍କୁ ୫୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। ଏହି ପଇସାକୁ ସରକାର ୩ଟି ପର୍ଯ୍ୟାୟରେ ଦେଉଛନ୍ତି। ପ୍ରଥମ ପର୍ଯ୍ୟାୟରେ ୧୦୦୦ ଟଙ୍କା, ଦ୍ୱିତୀୟ ପର୍ଯ୍ୟାୟରେ ୨୦୦୦ ଟଙ୍କା ଏବଂ ତୃତୀୟ ପର୍ଯ୍ୟାୟରେ ୨୦୦୦ ଟଙ୍କା ଗର୍ଭବତୀ ମହିଳାଙ୍କୁ ଦିଆଯାଇଥାଏ। ଏହି ଯୋଜନା ବିଷୟରେ ଅଧିକ ସୂଚନା ପାଇଁ ଆପଣ ଅଫିସିଆଲ୍ ୱେବସାଇଟ୍ https://wcd.nic.in/schemes/maternity-benefit-programme କୁ ଯାଇ ଜାଣିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.