ଭାରତରେ ଆରମ୍ଭ ହେଲା Kia Clavisର ଆଡଭାନ୍ସ ବୁକିଂ, ଜାଣନ୍ତୁ ଫିଚର୍ସ ଏବଂ ସେଫ୍ଟିରେ କ’ଣ ରହିଛି ଖାସ୍?

Kia India ଏହାର ନୂତନ MPV Clavisକୁ ଏକ ଅତ୍ୟନ୍ତ ଆକର୍ଷଣୀୟ ଲୁକ୍ ସହିତ ଉପସ୍ଥାପନ କରିଛି । ଏହାର ଫ୍ରଣ୍ଟରେ ଏକ ନୂଆ ବନ୍ଦ ଗ୍ରୀଲ୍ ରହିଛି, ଯାହା ଉଭୟ ପାର୍ଶ୍ୱରେ କ୍ୟୁବ୍-ଷ୍ଟାଇଲ୍ LED ହେଡଲ୍ୟାମ୍ପ ଏବଂ ଇଣ୍ଟିଗ୍ରେଟେଡ୍ DRL ସହିତ ଆସିଥାଏ ।
ନୂଆ ବମ୍ପର ଏବଂ ଏୟାର ଇନଲେଟ୍ ଏହାର ସ୍ପୋର୍ଟି ଲୁକ୍ କୁ ଆହୁରି ବଢ଼ାଇଥାଏ । ବ୍ୟାକରେ LED କନେକ୍ଟେଡ୍ଟେ ଟେଲ୍ ଲ୍ୟାମ୍ପ ଏହାକୁ ଏକ ପ୍ରିମିୟମ୍ ଟଚ୍ ଦିଏ । ଏଥି ସହ ଏଥିରେ ୧୭-ଇଞ୍ଚ କ୍ରିଷ୍ଟାଲ୍-କଟ୍ ଡୁଆଲ୍-ଟୋନ୍ ଆଲୟ ହୁଲଇ ମଧ୍ୟ ସାମିଲ୍ ଅଛି ।
Kia Clavisର ଇଣ୍ଟେରିୟର ବିଷୟରେ କହିବାକୁ ଗଲେ, ଏଥିରେ ଏକ ଡିଜିଟାଲ୍ ଇଣ୍ଡଷ୍ଟ୍ରୁମେଣ୍ଟ କ୍ଲଷ୍ଟର ଏବଂ ଏକ ବଡ଼ ଟଚସ୍କ୍ରିନ୍ ଇନଫୋଟେନମେଣ୍ଟ ସିଷ୍ଟମ୍ ଅଛି । ଏହା ସହିତ, ୬୪ କଲର ଆମ୍ବିଏଣ୍ଟ ଲାଇଟିଂ, ବୋସର ୮-ସ୍ପିକର ସାଉଣ୍ଡ ସିଷ୍ଟମ, ଡୁଆଲ୍ ପ୍ୟାନ୍ ସନରୁଫ୍, ଭେଣ୍ଟିଲେଟେଡ୍ ଫ୍ରଣ୍ଟ ସିଟ୍ ଏବଂ ଇଲେକ୍ଟ୍ରିକ୍ ଆଡଜଷ୍ଟେବଲ୍ ଡ୍ରାଇଭର୍ ସିଟ୍ ଭଳି ଦମଦାର୍ ଫିଚର୍ସଗୁଡିକ ମଧ୍ୟ ରହିଛି । ଆଉ ଏକ ଖାସ୍ କଥା ହେଉଛି ଏଥିରେ ଇନଫୋଟେନମେଣ୍ଟ ଏବଂ କ୍ଲାଇମେଟ୍ କଣ୍ଟ୍ରୋଲ୍ ପାଇଁ ଏକ ବଟନ୍-ବେସ୍ଡ ସ୍ୱାପ୍ ସିଷ୍ଟମ୍ ଅଛି, ଯାହା ଏହାକୁ ଟେକ୍ନେିକାଲ୍ ଦୃଷ୍ଟିରୁ ଉନ୍ନତ କରିଥାଏ ।
ଇଞ୍ଜିନ୍ ଅପ୍ସନ ବିଷୟରେ କହିବାକୁ ଗଲେ, Kia Clavisରେ ତିନୋଟି ପାୱାରଫୁଲ୍ ଅପ୍ସନରେ ଉପଲବ୍ଧ – ପ୍ରଥମଟି ହେଉଛି ୧.୫-ଲିଟର ନ୍ୟାଚୁରାଲ୍ ଆସ୍ପିରେଟେଡ୍ ପେଟ୍ରୋଲ୍ ଇଞ୍ଜିନ୍, ଦ୍ୱିତୀୟଟି ହେଉଛି ୧.୫ଲିଟର ଟର୍ବୋ-ପେଟ୍ରୋଲ୍ ଇଞ୍ଜିନ୍ ଯାହା ଏବେ ଏକ ନୂଆ ୬-ସ୍ପିଡ୍ ମାନୁଆଲ୍ ଗିଅର୍କ୍ସ ସହିତ ଆଡ୍ ହୋଇଛି, ଏବଂ ତୃତୀୟଟି ହେଉଛି ୧.୫-ଲିଟର ଡିଜେଲ୍ ଇଞ୍ଜିନ୍ ଯାହା ୬-ସ୍ପିଡ୍ ମାନୁଆଲ୍ ଏବଂ ଅଟୋମେଟିକ୍ ଟର୍କ କନଭର୍ଟର ୟୁନିଟ୍ ଅପ୍ସନରେ ଉପଲବ୍ଧ । ଏହି ସମସ୍ତ ଇଞ୍ଜିନ୍ ଅପ୍ସନଗୁଡ଼ିକୁ ଭାରତୀୟ ରାସ୍ତା ଏବଂ ଗ୍ରାହକଙ୍କ ଆବଶ୍ୟକତାକୁ ଧ୍ୟାନରେ ରଖି ଖାସ୍ ଭାବରେ ଡିଜାଇନ୍ କରାଯାଇଛି ।
ସେଫ୍ଟି ଦୃଷ୍ଟିରୁ Kia Clavis ମଧ୍ୟ ବହୁତ ଉନ୍ନତ । ଏଥିରେ ଲେଭଲ୍-୨ ADAS (ଆଡଭାନ୍ସଡ୍ ଡ୍ରାଇଭର୍ ଆସିଷ୍ଟାନ୍ସ ସିଷ୍ଟମ୍ସ) ଟେକ୍ନୋଲୋଜି ସାମିଲ୍, ଯାହା ସ୍ମାର୍ଟ କ୍ରୁଜ୍ କଣ୍ଟ୍ରୋଲ୍, ଫରୱାର୍ଡ୍ କୋଲିଜନ ଏଭଏଡାନ୍ସ, ଲେନ୍ କିପ୍ ଆସିଷ୍ଟ ଏବଂ ବ୍ଲାଇଣ୍ଡ ସ୍ପଟ୍ ୱାର୍ଣ୍ଣିଂ ଭଳି ହାଇ-ଟେକ୍ନୋଲୋଜୀ ଫିଚର୍ସ ପ୍ରଦାନ କରେ । ଏହା ବ୍ୟତୀତ, କାରଟିରେ ୬ଟି ଏୟାରବ୍ୟାଗ, ଇଲେକ୍ଟ୍ରୋନିକ୍ ଷ୍ଟାବିଲିଟି କଣ୍ଟ୍ରୋଲ, ରିୟର ପାର୍କିଂ ସେନ୍ସର, ହିଲ୍ ଆସିଷ୍ଟ, ୩୬୦-ଡିଗ୍ରୀ କ୍ୟାମେରା ଏବଂ ରିୟର ଡୋର୍ ମାଉଣ୍ଟେଡ୍ ସ୍ପଟ୍ ଲାଇଟ୍ ଭଳି ଗୁରୁତ୍ୱପୂର୍ଣ୍ଣ ସେଫ୍ଟି ଫିଚର୍ସଗୁଡ଼ିକ ମଧ୍ୟ ରହିଛି ।
ଏଥି ସହ ଆପଣଙ୍କୁ ଜଣାଇ ଦେଉଛୁ ଯେ Kia Clavisର ବୁକିଂ ମଧ୍ୟରାତ୍ରିରୁ ଆରମ୍ଭ ହୋଇଯାଇଛି, ଯାହାକୁ ଗ୍ରାହକମାନେ Kiaର ଅଫିସିଆଲ୍ ୱେବସାଇଟ୍ କିମ୍ବା ନିକଟତମ ଡିଲରସିପ୍ ମାଧ୍ୟମରେ ସହଜରେ ବୁକ୍ କରିପାରିବେ । କମ୍ପାନୀ ପକ୍ଷରୁ ଆଗାମୀ କିଛି ସପ୍ତାହ ମଧ୍ୟରେ ମୂଲ୍ୟ ଘୋଷଣା କରାଯିବ, କିନ୍ତୁ ଏହାର ଦମଦାର୍ ଫିଚର୍ସଗୁଡ଼ିକୁ ଦୃଷ୍ଟିରେ ରଖି, ଏହି କାରଟି ଲୋକଙ୍କ ମଧ୍ୟରେ ଖୁବ୍ ଚର୍ଚ୍ଚା ଚାଲିଛି ।