IRCTC ର ପ୍ରିମିୟମ୍ ତତ୍କାଳ ଟିକେଟ୍ ର ଫାଇଦା କିପରି ଉଠାଇବେ?

ବିଭିନ୍ନ ଉପାୟରେ ଲୋକେ ଟ୍ରେନ ଟିକେଟ ବୁକିଂ କରିଥାଆନ୍ତି । କେତେବେଳେ ଲୋକେ ସାଧାରଣ ତ ଆଉ କେତେବେଳେ ତତ୍କାଳ ଟିକେଟ୍ବୁକିଂ କରିଥାଆନ୍ତି । ତେବେ ପ୍ରିମିୟମ୍ ତତ୍କାଳ ଟିକେଟ୍ କ’ଣ?

ଆମେ ଦେଶରେ ରେଲ ବା ଟ୍ରେନରେ ଯାତ୍ରା କରିବା ପାଇଁ ଲୋକେ ବେଶ ପସନ୍ଦ କରିଥାଆନ୍ତି । କାରଣ କମ୍ ଖର୍ଚ୍ଚରେ ଲୋକେ ଏଥିରେ ଯାତାୟତ ସୁବିଧା ପାଇଥାଆନ୍ତି। ତେବେ ଆପଣ ଜାଣିଛନ୍ତି କି ଟ୍ରେନରେ ଟିକେଟ୍ ବୁକିଂ ସମୟରେ ପ୍ରିମିୟମ୍ ତତ୍କାଳ ଟିକେଟ୍ ବୁକିଂ ନେଇ ମଧ୍ଯ ବିକଳ୍ପ ରହିଥାଏ । ଆପଣ ଜାଣିଛନ୍ତି କି ? ଏହା କ’ଣ ଓ ଏଥିରେ କିପରି ଟିକେଟ୍ ବୁକ୍ କରାଯାଇପାରିବ?

ବିଭିନ୍ନ ଉପାୟରେ ଲୋକେ ଟ୍ରେନ ଟିକେଟ ବୁକିଂ କରିଥାଆନ୍ତି । କେତେବେଳେ ଲୋକେ ସାଧାରଣ ତ ଆଉ କେତେବେଳେ ତତ୍କାଳ ଟିକେଟ୍ବୁକିଂ କରିଥାଆନ୍ତି । ଆଜ୍ଞା ହଁ , ପ୍ରତେକ ଯାତ୍ରୀ ଏହି ସୁବିଧା ର ଲାଭ ଉଠାଇପାରିବେ` ତତ୍କାଳ ଟିକେଟ୍ ବୁକିଂ ଯାତ୍ରା କରିବାର ଦିନକ ପୂର୍ବରୁ ଏହି ବୁକିଂ କରିବାକୁ ପଡ଼ଥାଏ । ଟ୍ରେନରେ ଟିକେଟ୍ ବୁକିଂ ସମୟରେ ପ୍ରିମିୟମ୍ ତତ୍କାଳ ଟିକେଟ୍ ବୁକିଂ ନେଇ ମଧ୍ଯ ଅପସନ ରହିଥାଏ । କ’ଣ ଆପଣ ଏହା ସମ୍ପର୍କ ରେ ଜାଣିଛନ୍ତି ? ବର୍ତ୍ତମାନ ତତ୍କାଳ ପରି ଏକ ପ୍ରିମିୟମ ତତ୍କାଳ ବୁକିଂ ମଧ୍ୟ ଅଛି । ଟିକେଟ୍ ବୁକିଂ କରିବା ସମୟରେ ଆପଣ ନିଶ୍ଚୟ ଦେଖିଥିବେ ଯେ ତତ୍କାଳ ସହିତ ପ୍ରିମିୟମ୍ ତତ୍କାଳର ଏକ ବିକଳ୍ପ ରହିଥାଏ । ଏଭଳି ପରିସ୍ଥିତିରେ ଜାଣିବା ଉଚିତ ହେବ ଯେ ଏହି ପ୍ରିମିୟମ ତତ୍କାଳ କ’ଣ ଓ ଏହି ଟିକେଟ୍ କୁ ବୁକିଂ କିପରି କରିହେବ ? ଟିକେଟ୍ ବୁକ୍ କରିବା ପରେ ନିଶ୍ଚିତ ସିଟ୍ ମିଳିବ କି ନାହିଁ ? ଯଦି ଏହା ମାଧ୍ୟମରେ ବୁକ୍ ହୋଇଥିବା ଟିକେଟ୍ ବାତିଲ୍ ହୁଏ, ତେବେ ଟଙ୍କା ଫେରସ୍ତ ମିଳିବ କି ନାହିଁ ? ଏହା ସମ୍ପର୍କ ରେ ଏବେ ଜାଣନ୍ତୁ ..

ପ୍ରିମିୟମ ତତ୍କାଳ ଟିକେଟ୍ ବୁକିଂ କ’ଣ ?

ଭାରତୀୟ ରେଲବାଇ ତତ୍କାଳ ସହ ଆଉ ଏକ ନୂଆ ବିକଳ୍ପ ଆରମ୍ଭ କରିଛି । ଏହା ତତ୍କାଳ ସୁବିଧା ସହ କିଛି ମାତ୍ର ରେ ସମାନ ହୋଇଥିବା ବେଳେ ଅନେକ ଉପାୟରେ ତାଠାରୁ ଭିନ୍ନ ମଧ୍ଯ ହୋଇଥାଏ । ତତ୍କାଳ ଭଳି ତତ୍କାଳ ପ୍ରିମିୟମ ବୁକିଂ ଦିନକ ପୂର୍ବରୁ କରାଯାଇଥାଏ । ସକାଳ ୧୦ଟା ବେଳେ ଏହି ଟିକେଟ ବୁକିଂ ଆରମ୍ଭ ହୋଇଥାଏ । ଏସି କ୍ଲାସ୍ ଟିକେଟ୍ ପାଇଁ ସକାଳ ୧୦ ଟାରୁ ବୁକିଂ ଆରମ୍ଭ ହୁଏ ସେହିପରି ନନ ଏସି କ୍ଲାସ୍ ଟିକେଟ୍ ପାଇଁ ବୁକିଂ ସକାଳ ୧୧ ଟାରୁ ଆରମ୍ଭ ହୁଏ । ଏହାର ଟିକେଟ୍ ଦର ତତ୍କାଳ ଦର ଠାରୁ ଅଧିକ ହୋଇପାରେ । ତାହା ଟିକେଟ ବୁକିଂ ସମୟରେ ଜଣାପଡିବ..

ଏହା ତତ୍କାଳଠାରୁ କିପରି ଭିନ୍ନ?

ତତ୍କାଳ ଟିକେଟ୍ ମୂଲ୍ୟ ସ୍ଥିର ରହିଥାଏ । ଯାହା କିଲୋମିଟର କିମ୍ବା ଶ୍ରେଣୀ ଆଧାରରେ ପୂର୍ବରୁ ସ୍ଥିର କରାଯାଇଥାଏ । କିନ୍ତୁ ପ୍ରିମିୟମ୍ ତତ୍କାଳରେ ଭଡା ବା ଟିକେଟ୍ ଦର ଭିନ୍ନ ହୋଇଥାଏ । ଯଦି ଟିକେଟ୍ ଚାହିଦା ଥାଏ, ତେବେ ଟିକେଟର ମୂଲ୍ୟ ବୃଦ୍ଧି ହୋଇଥାଏ । ସେହିପରି ଏହି ଟିକେଟ୍ କେବଳ ଆଇଆରସିଟିସିର ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ ବୁକ୍ କରାଯାଇପାରିବ, ଯେବେ କି ତତତ୍କାଳ ଟିକେଟ୍ ଆଇଆରସିଟିସି ବ୍ୟତିତ ଅନେକ ୱେବସାଇଟ୍ ମାଧ୍ୟମରେ ବୁକ୍ ହୋଇପାରିବ।

ଏହାର ୱିଣ୍ଡୋ ତତ୍କାଳ ଖୋଲିଥାଏ । ଏଥିରେ ଉପଭୋକ୍ତାମାନେ ଟିକେଟ୍ ବୁକିଂ କରିବାକୁ ସମୟ ପାଆନ୍ତି । ଯେପରି ତତ୍କାଳରେ ଅଳ୍ପ ସମୟରେ ସମସ୍ତ ଟିକେଟ ବିକ୍ରି ହୋଇଯାଏ, ସେହିଭଳି ପ୍ରିମିୟମ୍ ତତ୍କାଳରେ ମଧ୍ଯ ଟିକେଟ୍ ବିକ୍ରି ହେବା ପାଇଁ କିଛି ସମୟ ଲାଗିଥାଏ। ପରେ କିଛି ସମୟ ମଧ୍ଯରେ ଟିକେଟ ଖାଲି ହୋଇଯାଇଥାଏ । ଏହାକୁ ବୁକିଂ କରିବାର ନିୟମ ତତ୍କାଳ ସହିତ ସମାନ ଓ କେବଳ ଅଫିସିଆଲ ୱେବସାଇଟରୁ ବୁକ୍ କରାଯାଇପାରିବ ।