ସାଧାରଣ ବଜେଟ୍ ପାଇଁ ଚାଲିଛି କସରତ, ପୂରା ଦମରେ ଲାଗିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ସାଧାରଣ ବଜେଟ୍ ପାଇଁ ଚାଲିଛି କସରତ । ଆସନ୍ତା ମୌସୁମୀ ଅଧିବେଶନରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ହେବ । ଏଥିପାଇଁ ପୂରା ଦମରେ ଲାଗିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଦାୟିତ୍ୱ ସମ୍ଭାଳିବା ମାତ୍ରେ ହିଁ ବଜେଟ୍ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଏବେ ବିଭିନ୍ନ ବର୍ଗରୁ ମତାମତ ସଂଗ୍ରହ କରୁଛନ୍ତି ନିର୍ମଳା ସୀତାରମଣ । ଗତକାଲି କୃଷି ଓ ଗ୍ରାମୀଣ ବିକାଶ ପ୍ରତିନିଧିଙ୍କ ସହ ସେ ଆଲୋଚନା କରି ପରାମର୍ଶ ନେଇଛି । କୃଷି ସଂପର୍କିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି । ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ । ବିଭିନ୍ନ କ୍ଷେତ୍ରର ପ୍ରତିନିଧିମାନଙ୍କ ସହ ବଜେଟ୍ ପୂର୍ବ ପରାମର୍ଶ ବୈଠକ କରିବେ ଅର୍ଥମନ୍ତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.