Amazonରେ ବିକ୍ରି ହେବନି ୬୦୦ ଚାଇନା ବ୍ରାଣ୍ଡସ୍‌ର ପ୍ରଡକ୍ଟସ, କମ୍ପାନୀ କରିଦେଲା ସବୁଦିନ ପାଇଁ ବ୍ୟାନ୍‌

Amazon ଚାଇନା ବ୍ରାଣ୍ଡସ୍‌ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କମ୍ପାନୀ ୬୦୦ ଚାଇନା ବ୍ରାଣ୍ଡସ୍‌କୁ ନିଜ ପ୍ଲାଟଫର୍ମରୁ ବ୍ୟାନ୍‌ କରି ଦେଇଛି। ଏହି ବ୍ରାଣ୍ଡଗୁଡ଼ିକ ରିଭ୍ୟୁ ପଲିସିର ଉଲ୍ଲଂଘନ କରୁଥିଲେ। ଏହାକୁ ନେଇ The Wall Street Jornal ରିପୋର୍ଟ ପ୍ରକାଶ କରିଛି। ରିପୋର୍ଟରେ କୁହାଯାଇଛି, Amazon କହିଛି କି, ଏହି ବ୍ରାଣ୍ଡସ୍‌ ଗ୍ରାହକମାନଙ୍କୁ ପଜିଟିଭ ରିଭ୍ୟୁ ଦେବା ପାଇଁ ଗିଫ୍ଟ କାର୍ଡସ୍‌ ଅଫର କରୁଥିଲେ।

The Vergeର ଏକ ରିପୋର୍ଟ ଅନୁସାରେ, କିଛି ବ୍ରାଣ୍ଡ VIP ଟେଷ୍ଟିଙ୍ଗ୍‌ ପ୍ରୋଗ୍ରାମ୍ସ ଅଫର କରୁଥିଲେ, ତ କିଛି ବ୍ରାଣ୍ଡ ପ୍ରଡକ୍ଟର ଓ୍ଵାରେଣ୍ଟି ବଢ଼ାଇବା ଅଫର କରୁଥିଲେ। ରିପୋର୍ଟରେ କୁହାଯାଇଛି ଯେ କିଛି ବ୍ରାଣ୍ଡ ଖରାପ ରିଭ୍ୟୁ ଦେଇଥିବା ଗ୍ରାହକଙ୍କୁ ପ୍ରୋତ୍ସାହନ ଦେଉଥିଲେ। ପ୍ରୋତ୍ସାହନ ରୂପେ ରିଫଣ୍ଡ ନଚେତ୍‌ ଫ୍ରି ପ୍ରଡକ୍ଟ ଦିଆଯାଉଥିଲା।

Amazonର କହିବା ହେଲା, ଏହା ବିଜନେସ୍‌ମ୍ୟାନଙ୍କୁ ସେମାନଙ୍କ ବିଜନେସ୍‌ ବଢ଼ାଇବାର ଅବସର ଦେଇଥାଏ। ଏଥିପାଇଁ କଡ଼ା ପ୍ରତିଯୋଗିତା ହେବା ଦରକାର। କଷ୍ଟମର କୌଣସି ପ୍ରଡକ୍ଟକୁ କିଣିବା ପୂର୍ବରୁ ଏହାର ରିଭ୍ୟୁ ଦେଖିଥାଏ। ଏଥିପାଇଁ ରିଭ୍ୟୁ ଏବଂ ସେଲିଙ୍ଗ୍‌ ପାର୍ଟନର୍ସଙ୍କ ପାଇଁ କମ୍ପାନୀର ଏକ କ୍ଲିଅର ପଲିସି ରହିଛି। ଏହି ପଲିସିକୁ ନ ମାନିଲେ ସସ୍‌ପେଣ୍ଡ ଅଥବା ବ୍ୟାନ୍‌ କରି ଦିଆଯାଇଥାଏ।

ଏପରି କି, ସେମାନଙ୍କ ବିରୋଧରେ ଲିଗାଲ ଆକ୍ସନ ମଧ୍ୟ ନିଆଯାଇଥାଏ। Amazon କହିଛି, ଏହି କ୍ୟାମ୍ପେନ୍‌ରେ ଚୀନକୁ ଟାର୍ଗେଟ କରାଯାଇ ନାହିଁ। କମ୍ପାନୀର ନିୟମ ନ ମାନିବାରୁ ଏଭଳି ପଦକ୍ଷେପ ନିଆଯାଇଛି।