PNB ରେ ଚାକିରି ପାଇଁ ତୁରନ୍ତ କରନ୍ତୁ ଆବେଦନ, ଆଜି ହିଁ ଶେଷ ତାରିଖ

ସରକାରୀ ଚାକିରି ପାଇଁ ସ୍ୱପ୍ନ ଦେଖୁଥିବା ଯୁବପିଢିଙ୍କ ପାଇଁ ଖୁସି ଖବର। ଯଦି ଆପଣ ବ୍ୟାଙ୍କରେ ଚାକିରି ପାଇଁ ଦିନରାତି ପରିଶ୍ରମ କରୁଛନ୍ତି, ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଖାଲିପଡିଛି ୧୦୩ ଟି ପଦବୀ। ଏହି ଭର୍ତ୍ତି ଅଫିସର ଏବଂ ମ୍ୟାନେଜର ପଦବୀରେ ହେବ।

ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଆଜି ହିଁ ଆବେଦନ କରନ୍ତୁ। ଆଜି ହିଁ ଆବେଦନ କରିବାର ଶେଷ ତାରିଖ। ଯେଉଁମାନେ ଏପର୍ଯ୍ୟନ୍ତ ଆବେଦନ କରିନାହାନ୍ତି, ସେମାନେ ପିଏନବିର ଅଫିସିଆଲ େଓ୍ଵବସାଇଟ୍‌ pnbindia.in କୁ ଯାଇ ଆବେଦନ କରିପାରିବେ।

ପଦବୀ ବିବରଣୀ: ୧୦୨

ଅଫିସର (ଫାୟର ସେଫ୍‌ଟି) : ୨୩

ମ୍ୟାନେଜର (ସିକ୍ୟୁରିଟି) : ୮୦

ଶିକ୍ଷାଗତ ଯୋଗ୍ୟତା : ନ୍ୟାସନାଲ ଫାୟାର ସର୍ଭିସ କଲେଜ ନାଗପୁରର BE କିମ୍ବାAICTE/UGC ଦ୍ୱାରା ଅନୁମୋଦିତ କଲେଜ/ୟୁନିଭରସିଟିରୁ ଫାୟାର ଟେକ୍ନୋଲୋଜି/ ଫାୟାର ଇଂଜିନିୟରିଂ/ ସେଫ୍ଟି ଏବଂ ଫାୟାର ଇଂଜିନିୟରିରେ ୪ ବର୍ଷର ସ୍ନାତକ ଡିଗ୍ରୀ ହେବା ଜରୁରୀ। ନଚେତ ଏହା ସମକକ୍ଷ କୌଣସି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ଏବଂ ରାଷ୍ଟ୍ରୀୟ ଅଗ୍ନିଶମ ସେବା କଲେଜ, ନାଗପୁରରେ ପଢିଥିବା ଜରୁରୀ।
ମ୍ୟାନେଜର ପଦବୀ ପାଇଁ ଇଚ୍ଛୁକ ପ୍ରାର୍ଥୀAICTE/UGC ରୁ ବ୍ୟାଚଲର ଡିଗ୍ରୀ କରିଥିବା ଜରୁରୀ।

ବୟସ ସୀମା : ଏହି ଭିର୍ତ୍ତି ପାଇଁ ଇଚ୍ଛୁକ ଆଦେନକାରୀଙ୍କ ବୟସ ୨୧ରୁ ଅଧିକ ୩୫ ବର୍ଷରୁ କମ୍‌ ହୋଇଥିବା ଜରୁରୀ।

ଆବେଦନ ଶୁଳ୍କ : ଏହି ପଦବୀରେ ଆବେଦନ କରିବାକୁ ଥିବା ପ୍ରାର୍ଥୀ ଆବେଦନ ଶୁକ୍ଳ ୧୦୦୩ ଟଙ୍କା ଦେବାକୁ ହେବ। ଅନୁସୂଚିତ ଜାତି/ ଜନଜାତି/PWBD ପ୍ରାର୍ଥୀ ମାତ୍ର ୫୯ ଟଙ୍କା ଦେବେ।

ଚୟନ ପ୍ରକ୍ରିୟା : ଆବେଦନ କରିଥିବା ପ୍ରାର୍ଥୀଙ୍କ ଚୟନ ପରୀକ୍ଷା ପାସ୍‌ କରିବା ପରେ ଇଣ୍ଟରଭ୍ୟୁ ଆଧାରରେ ହେବ। ରିଟର୍ଣ୍ଣ ପରୀକ୍ଷା ୨-୨ ଅଙ୍କ ଆଧାରରେ ୫୦ ପ୍ରଶ୍ନ ରହିବ। ପରୀକ୍ଷା ଦେବା ସମୟ ୬୦ ମିନିଟ ରହିବ। ପରୀକ୍ଷାର ମୋଟ ମାର୍କ ୧୦୦ ରହିବ।

କେମିତି କରିବେ ଆବେଦନ :

ଆବେଦନ କରିବା ପାଇଁ ପ୍ରାର୍ଥୀ ଅଫଲାଇନ ମୋଡରେ ଆବେଦନ କରିପାରିବେ। ପ୍ରାର୍ଥୀ ଲିଙ୍କରେ ଦିଆଯାଇଥିବା ଆପ୍ଲିକେସନ ଫର୍ମ ଡାଉନଲୋଡ କରି ଫର୍ମ ପୂରଣ କରିବା ପରେ ଦିଆଯାଇଥିବା ଠିକଣାରେ ପଠାଇବାକୁ ଅନୁରୋଧ।

ଠିକଣା : CHIEF MANAGER (RECRUITMENT SECTION), HRD DIVISION, PUNJAB NATIONAL BANK, CORPORATE OFFICE, PLOT NO 4, SECTOR 10, DWARKA, NEW DELHI -110075

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ :

https://www.pnbindia.in/downloadprocess.aspx?fid=cc3eo8HTizeaKj3QcoYVAg==

https://www.pnbindia.in/downloadprocess.aspx?fid=cc3eo8HTizeaKj3QcoYVAg==

 

Also Read : FCI ରେ ଖାଲିପଡିଛି ୧୧୩ଟି ମ୍ୟାନେଜର ପଦବୀ, ଜାଣନ୍ତୁ କେମିତି କରିବେ ଆବେଦନ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.