ମାତ୍ର ୧୨୦୦ ଟଙ୍କା ଦେଇ କିଣନ୍ତୁ Royal Enfield Classic 350 ଏବଂ Classic 500

ଭାରତରେ ରୟାଲ ଏନଫିଲଡ୍ ବାଇକ ପାଇଁ ସମସ୍ତେ ଦିଓ୍ଵାନା। ଏହାର ଆକର୍ଷଣୀୟ ଲୁକ ପାଇଁ ଏହାକୁ ସମସ୍ତେ ପସନ୍ଦ କରନ୍ତି। କମ୍ପାନୀ ଏହାର ଲୋକପ୍ରିୟତାକୁ ଦେଖି ନିଜ ମଡେଲରେ ବହୁତ ପରିବର୍ତ୍ତନ କରୁଛି। ଗ୍ରାହକଙ୍କର ଆବଶ୍ୟକତାକୁ ପୂରଣ କରିବା ପାଇଁ କମ୍ପାନୀ ନୂଆ ଟେକନିକ ସହିତ ଅନେକ ଭଲ ଭଲ ଫିଚର୍ସକୁ ମଧ୍ୟ ସାମିଲ କରିଛି। ବାଇକ ବ୍ୟତୀତ କମ୍ପାନୀ ଗ୍ରାହକଙ୍କ ପାଇଁ ରାଇଡିଂ ଗିୟର୍ସ, ଆକ୍ସେସୋରିଜ୍ ଏବଂ ସ୍କେଲ ମଡେଲ ମଧ୍ୟ ବଜାରରେ ଉପସ୍ଥାପନା କରିଛି ଯାହାକୁ ଲୋକମାନେ ବହୁତ ପସନ୍ଦ ମଧ୍ୟ କରୁଛନ୍ତି। ଏହି ରିପୋର୍ଟରେ ଆମେ ଆପଣଙ୍କୁ ଜଣାଇବୁ ରୟାଲ ଏନଫିଲ୍ଡ କ୍ଲାସିକ ୩୫୦ ଏବଂ ୫୦୦ ସ୍କେଲ ମଡେଲ ବିଷୟରେ ଯାହାକୁ ଆପଣ ମାତ୍ର ୧୨୦୦ ଟଙ୍କାରେ କିଣି ଘରକୁ ଆଣିପାରିବେ।

royal enfieldରୋୟାଲ ଏନଫିଲଡର ଡାଇ କାଷ୍ଟ ମଡେଲରେ ମେଟାଲ ଏବଂ ପ୍ଲାଷ୍ଟିକ ପାଟର୍ସ ବ୍ୟବହାର କରାଯାଇଛି। ଏହି ମଡେଲର ଟୋଟାଲ ଓଜନ ହେଉଛି ୨୫୦ ଗ୍ରାମ୍‌। ଏହାଛଡା ଗ୍ରାହକଙ୍କୁ ଖୁବ୍ ସୁନ୍ଦର ଅନୁଭବ କରାଇବା ପାଇଁ ଏଥିରେ ଫ୍ରି ରୋଲିଂ ହ୍ଵିଲସ୍ ମଧ୍ୟ ଦିଆଯାଇଛି। 1:12 ସ୍କେଲିଙ୍ଗ ସହ ଏହାର ଲମ୍ବ ରହଛି 17.5 cm , ଚଉଡା 6.5 cm ଏବଂ ଉଚ୍ଚତା 10.5 cm । ଏହି ଡାଇ କାଷ୍ଟ ମଡେଲ ୮ ବର୍ଷରୁ ଉର୍ଦ୍ଧ୍ଵ ପିଲାଙ୍କ ପାଇଁ ଉପଲବ୍ଧ। ରୋୟାଲ ଏନଫିଡର ଏହି ଡାଇକାଷ୍ଟ ସ୍କେଲ ମଡେଲକୁ ଆପଣ କମ୍ପାନୀା ଅଫିସିଆଲ ୱେବସାଇଟ ବ୍ୟତୀତ ଆମାଜନରୁ ମଧ୍ୟ କିଣିପାରିବେ।

ଏହାସହ ପଢନ୍ତୁ : ନୂଆ ଲୁକ ଏବଂ ଆକର୍ଷଣୀୟ ମଡେଲ ସହିତ ଅଧିକ ମାଇଲେଜ ଦେଉଥିବା Hero Splendor ଶୀଘ୍ର ହେବାକୁ ଯାଉଛି ଲଞ୍ଚ

royal enfield

ରୟାଲ ଏନଫିଲଡର ଏହି ଡାଇକାଷ୍ଟ ସ୍କେଲ ମଡେଲ ଦେଖିବାକୁ ଛୋଟ ପିଲାଙ୍କ ଖେଳଣା ଭଳି, କିନ୍ତୁ ଏହା ସମ୍ପୂର୍ଣ୍ଣ ଭାବରେ ସତସତିକା ରୟାଲ ଏନଫିଲଡ୍ ଭଳି ଅନୁଭବ କରାଇଥାଏ। ଏହାର କ୍ୱାଲିଟୀ ଏବଂ ଫିନିସିଂ ଉପରେ ବହୁତ ଧ୍ୟାନ ଦିଆଯାଇଛି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି 1:12 ମଡେଲ ପାଇଁ କମ୍ପାନୀ Maisto ସହିତ ଚୁକ୍ତିନାମା କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.