ଭୋଟଦାନ କରିବା ପାଇଁ ଏହି ବ୍ୟକ୍ତିଙ୍କୁ ମିଳିବ ମଗଣା ଗାଡି, କରିବାକୁ ପଡିବ ଏହି କାମ

ଲୋକସଭା ନିର୍ବାଚନ ୨୦୧୯ର ପ୍ରଥମ ଚରଣ ଆସନ୍ତାକଲିଠୁ ଆରମ୍ଭ ହେବାକୁ ଯାଉଛି। ଏନେଇ ସମସ୍ତ ସ୍ଥାନରେ ଯୋରସୋରରେ ପ୍ରସ୍ତୁତି ଦେଖିବାକୁ ମିଳୁଛି। ଏହି ମତଦାନକୁ ସଫଳ କରିବା ପାଇଁ ନିର୍ବାଚନୀ ଆୟୋଗ ବିଭିନ୍ନ ପ୍ରକାରର ପଦକ୍ଷେପ ଉଠାଉଛି। ଏନେଇ ବିଭିନ୍ନ ପ୍ରକାରର ଆପ୍ସ ମଧ୍ୟ ଲଞ୍ଚ କରାଯାଇଛି। ଯାହା ଅନ୍ତର୍ଗତ କେବଳ ଯେ ନିର୍ବାଚନୀ ମଣ୍ଡଳ ନୁହଁ ବରଂ ମତଦାନକର୍ତ୍ତା ମାନଙ୍କୁ ମଧ୍ୟ ଖୁବ ଫାଇଦା ମିଳିବ। ଏହି ଆପ ମାନଙ୍କ ମଧ୍ୟରେ ଏକ ଖାସ ଆପ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପାଇଁ ରହିଛି। ଯାହାର ନାମ ପସନ୍ସ ଉଇଥ ଡିଆବିଲିଟିସ୍ (PwD) ଦିଆଯାଇଛି। ଏହି ଆପ ଜରିଆରେ ଦିବ୍ୟାଙ୍ଗ ବ୍ୟକ୍ତି ମାନେ ନୂଆ ପଞ୍ଜିକରଣ, ଠିକଣା ପରିବର୍ତ୍ତନ ସହ ଅନ୍ୟ ସମସ୍ତ କାର‌୍ୟ୍ୟ ପାଇଁ ଆବେଦନ କରିପାରିବେ।

PwD-app

ଏହି ଆପର ସଦୁପୋଯୋଗ କରିବା ପାଇଁ ବ୍ୟକ୍ତିଙ୍କୁ କେବଳ ନିଜ ସମ୍ବନ୍ଧୀୟ ସୂଚନା ଦେବାକୁ ପଡିବ । ଯେପରିକି ନିଜ ନାମ, ଠିକଣା, ମୋବାଇଲ ନମ୍ବର, ରାଜ୍ୟ, ନିର୍ବାଚନୀ କ୍ଷେତ୍ର । ଯଦି ଆପଣଙ୍କ ପାଖରେ ଭୋଟର ଆଇଡି ରହିଛି ତେବେ ଏଥିରେ ଭୋଟର ଆଇଡିର EPIC ନମ୍ବର ଦେବାକୁ ପଡିବ। ଏହି ସମସ୍ତ ସୂଚନା ଦେବା ପରେ ବୁଥ ଲେବଲ ଅଫିସର ଆପଣଙ୍କ ଘର ଦୂ୍ଆରକୁ ଆସି ସମସ୍ତ ସୁବିଧା ଯୋଗାଇ ଦେବେ। ଖାଲି ତାହା ନୁହଁ ଏହା ଆପ ଜରିଆରେ ଦିବ୍ୟାଙ୍ଗ ବ୍ୟକ୍ତି ହ୍ବିଲଚ୍ୟାର ଏବଂ ଭୋଟ ଦାନ ପାଇଁ ଯିବାକୁ ଗାଡି ମଧ୍ୟ ଆବେଦନ କରିପାରିବେ।

ଏହି ଆପକୁ ଆପଣ ଗୁଗୁଲ ପ୍ଳେ ଷ୍ଟୋରରୁ ମାଗଣା ଡାଉନଲୋଡ କରିପାରିବେ। PwD ଆପ ଦ୍ବାରା ମତଦାନ କେନ୍ଦ୍ରକୁ ଆପଣଙ୍କୁ ଯିବା ପାଇଁ ମାଗଣା ପରିବହନ ସେବା ମଧ୍ୟ ଯୋଗାଇ ଦିଆଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.