୧୬୦୦ରୁ ଅଧିକ ପଦରେ ଭର୍ତ୍ତି ପାଇଁ ରେଳ ବିଭାଗ ଜାରି କଲା ନିଯୁକ୍ତି ପ୍ରକ୍ରିୟା, ତୁରନ୍ତ କରନ୍ତୁ ଆବେଦନ

ରେଲୱେ ଭର୍ତ୍ତି ବୋର୍ଡ ଅପରେଟିଙ୍ଗସର ବିଭିନ୍ନ ପଦରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି କରିଛନ୍ତି । ଏହି ପଦ ଗୁଡିକରେ ଆବେଦନ ପ୍ରକ୍ରିୟା ଜାରି ରହିଛି । ଆଶାୟୀ ମାନେ ଅଫିସିଆଲ ୱେବସାଇଟ rrcpryj.org ଜରିଆରେ ଅଗଷ୍ଟ ୧ ତାରିଖ ଭିତରେ ଆବେଦନ କରିପାରିବେ । ଏହି ଭର୍ତ୍ତି ଉତ୍ତର ମଧ୍ୟ ରେଲୱେ ତରଫରୁ ଜାରି କରାଯାଇଛି । ଆଶାୟୀମାନେ ଅଫିସିଆଲ ୱେବସାଇଟ ମାଧ୍ୟମରେ ନିର୍ଦ୍ଧାରିତ ତାରିଖ କିମ୍ବା ତା ପୂର୍ବରୁ ଆବେଦନ କରିପାରିବେ । କହିରଖିବା ଉଚିତ ହେବକି ଅପରେଟିଂସରେ ୧୬୫୯ଟି ପଦ ପାଇଁ ନୋଟିଫିକେଏସନ ଜାରି କରାଯାଇଛି । ଏହି ପଦ ପାଇଁ ଆବେଦନ କରିବାକୁ ଥିବା ଆଶାୟୀ ମାନେ ଦଶମ ବୋର୍ଡ କିମ୍ବା ଦ୍ୱାଦଶ ବୋର୍ଡରୁ ପାସ କରିଥିବା ଆବଶ୍ୟକ | ଏହା ସହ ଆଇଟିଆଇ କିମ୍ବା ଅନ୍ୟ କୌଣସି ଥିରେ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ ।

ଆବେଦନ କରିବାକୁ ଥିବା ପ୍ରାର୍ଥୀଙ୍କ ବୟସ ୧୫ ରୁ ୨୪ ବର୍ଷ ମଧ୍ୟରେ ହୋଇଥିବା ଦରକାର । ବୟସ ଗଣନା ଚଳିତ ବର୍ଷ ଅଗଷ୍ଟ ୧ ତାରିଖରୁ କରାଯିବ । ଓବିସି ଅନ୍ତର୍ଗତ ପ୍ରାର୍ଥୀ ମାନଙ୍କ ପାଇଁ ତିନି ବର୍ଷ ଛାଡ କରାଯାଇଥିବା ବେଳେ ଏସ ଏସଟି ବର୍ଗ ପାଇଁ ୫ ବର୍ଷ ଛାଡ କରାଯାଇଛି । ସାମାନ୍ୟ ଓ ଓବିସି ବର୍ଗଙ୍କୁ ଆବେଦନ ଶୁଳ୍କ ବାବଦରେ ୧୦୦ ଟଙ୍କା ଦେବାକୁ ହେବ । ଯେବେକି ଏସ ଏସଟିଙ୍କ ପାଇଁ ଆବେଦନ ଫି ଛାଡ କରାଯାଇଛି । ଆବେଦକ ମାନଙ୍କ ଚୟନ ମେରିଟ ଲିଷ୍ଟ ଜରିଆରେ କରାଯିବ । ଶିକ୍ଷାଗତ ଯୋଗ୍ୟତା ଅନୁସାରେ ଚୟନ କରାଯିବ । ଅଧିକ ସୂଚନା ପାଇବା ପାଇଁ ଅଫିସିଆଲ ୱେବସାଇଟରେ ଜାରି ହୋଇଥିବା ନୋଟିଫିକେସନ ମାଧ୍ୟମରେ ଚେକ କରିପାରିବେ । ତେବେ ଜାଣି ରଖନ୍ତୁ କେମିତି କରିବେ ଆବେଦନ:

୧. ପ୍ରଥମେ ଅଫିସିଆଲ ୱେବସାଇଟ rrcpryj.org କୁ ଯାଆନ୍ତୁ ।

୨. ଏବେ ହୋମ ପେଜରେ ଦିଆଯାଇଥିବା click here for Online Form ଲିଙ୍କ ଉପରେ କ୍ଲିକ କରନ୍ତୁ ।

୩. ଏବେ ମଗାଯାଇଥିବା ସୂଚନା ଦେଇ ରେଜିଷ୍ଟ୍ରେସନ କରନ୍ତୁ ।

୪. ଏବେ ଆବଶ୍ୟକୀୟ ସୂଚନା ତଥା ତଥ୍ୟ ଅପଲୋଡ଼ କରନ୍ତୁ ।

୫. ଆବେଦନ ଶୁଳ୍କ ଆଦି ଭରନ୍ତୁ ।

ଆବେଦନ ଆରମ୍ଭ ତାରିଖ- ଜୁଲାଇ ୨ ତାରିଖ, ୨୦୨୨

ଆବେଦନର ଶେଷ ତାରିଖ- ଅଗଷ୍ଟ ୧ ତାରିଖ, ୨୦୨୨

Leave A Reply

Your email address will not be published.