ରେଳଯାତ୍ରୀଙ୍କ ପାଇଁ ନୂଆ ନିୟମ ଜାରି କଲା ବିଭାଗ, ଜାଣନ୍ତୁ ଯାତ୍ରା ସମୟରେ କେଉଁ କେଉଁ ଦିଗ ପ୍ରତି ଦେବେ ଧ୍ୟାନ

ଯଦି ଆପଣ ବି ଟ୍ରେନରେ ଯାତ୍ରା କରୁଛନ୍ତି ତେବେ ଆପଣଙ୍କ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଖବର । ଟିକେଟ ବୁକିଙ୍ଗ ସମୟରେ ଆପଣଙ୍କ ପାଖରେ ସିଲେକ୍ସନର ଏକ ଅପସନ ଥାଏ  । କିନ୍ତୁ ପ୍ରତିଥର ଆପଣଙ୍କୁ ମନ ମୁତାବକ ସିଟ ମିଳିନଥାଏ  । ଏହାର କାରଣ ହେଉଛି ରେଳ ବିଭାଗ ନିକଟରେ ବି ଅଳ୍ପ ସଂଖ୍ୟକ ସିଟ ହିଁ ଥାଏ  । ଏଣୁ ଯାତ୍ରୀ ମାନଙ୍କ ସୁବିଧା ପାଇଁ ରେଳ ବିଭାଗ ବର୍ଥ ସହ ଜଡିତ କିଛି କଡାକଡି ନିୟମ ଜାରି କରିଛନ୍ତି  । ଯାତ୍ରା ପୂର୍ବରୁ ଏହି ନିୟମ ଗୁଡିକ ବିଷୟରେ ଜଣାଥିବା ଓ ସେଗୁଡିକୁ ପାଳନ କରିବା ଅତ୍ୟନ୍ତ ଜରୁରୀ ହୋଇଥାଏ  । ଯଦି ରେଳଯାତ୍ରା ସମୟରେ ଆପଣଙ୍କୁ ମିଡିଲ ବର୍ଥ ମିଳେ ତେବେ ଆପଣଙ୍କୁ ଅସୁବିଧା ହୋଇଥାଏ  । ଲୋୟର ବର୍ଥ ଯାତ୍ରୀମାନଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଠିକ ସେହିପରି ବସି ରହିବାକୁ ହୋଇଥାଏ  । ଆଉ ମିଡ଼ିଲ ବର୍ଥ ବାଲାଙ୍କୁ ବି ସେହି ସମାନ ଅବସ୍ଥା ଭୋଗ କରିବାକୁ ହୋଇଥାଏ  । କିନ୍ତୁ ଏମାନଙ୍କ ପାଇଁ ରେଳ ବିଭାଗ ତରଫରୁ ନିକଟରେ କିଛି ବିଶେଷ ନିୟମ ଜାରି କରାଯାଇଛି  । ରେଳ ବିଭାଗର ନିୟମ କାନୁନ ଖୁବ କଡାକଡି ହୋଇଥାଏ  । ଯଦି ଆପଣ ମାନେ ଏବିଷୟରେ ଜାଣିଛନ୍ତି ତେବେ ନିଶ୍ଚିତ ରୂପେ ଆପଣଙ୍କ ଯାତ୍ରା ଆରାମଦାୟକ ରହିବ  । ଆଉ ଯଦି ଆପଣ ଏବିଷୟରେ ଜାଣିନାହାନ୍ତି ତେବେ ନିଶ୍ଚିତ ରୂପେ ଧୋକା ଖାଇଯିବେ  ।

ରେଳ ବିଭାଗ ପକ୍ଷରୁ ଜାରି ହୋଇଥିବା ନୂଆ ନିୟମ ଅନୁଯାୟୀ ମିଡ଼ିଲ ବର୍ଥ ଯାତ୍ରୀମାନେ ନିଜ ନିଜ ସିଟ ରାତି ୧୦ଟା ଠାରୁ ଭୋର ୬ ଟା ଯାଏଁ ହିଁ ଖୋଲିପାରିବେ  । ଯଦି କେହି ଏହି ନିୟମ ନ ମାନନ୍ତି ତେବେ ଆପଣ ତାଙ୍କ ବିରୋଧରେ ଅଭିଯୋଗ ଆଣିପାରିବେ  । ଏବାବଦରେ ଫାଇନ ମଧ୍ୟ ଆଦାୟ କରିହେବ  । ଅନେକ ଥର ଏମିତି ବି ଦେଖାଯାଏ ଲୋୟର ବର୍ଥ ଯାତ୍ରୀମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ବସି ରହିବା କାରଣରୁ ମିଡିଲ ବର୍ଥର ଯାତ୍ରୀ ନିଜ ସିଟ ଉଠାଇ ପାରନ୍ତି ନାହିଁ  । ଆପଣଙ୍କ ଯାତ୍ରା ସମୟରେ ଟ୍ରବେଳ ଟିକେଟ ଏଗଜାମିନର ବା ଟିଟିଇ ଆପଣଙ୍କ ଠାରୁ ଟିକେଟ ନେବାକୁ ଆସିଥାନ୍ତି  । ଅନେକ ଥର ବିଳମ୍ବିତ ରାତିରେ ଆସି ଉଠାଇଥାନ୍ତି  । ଆଉ ନିଜ ଆଇଡି ଦେଖେଇବାକୁ କହିଥାନ୍ତି  । କିନ୍ତୁ କହିରଖିବା ଉଚିତ ହେବକି ରାତି ୧୦
ଟା ପରେ ଆପଣଙ୍କୁ କୌଣସି ଟିଟିଇ ଡିଷ୍ଟର୍ବ କରିପାରିବେ ନାହିଁ  । ସକାଳ ୬ ଟା ଠାରୁ ରାତି ୧୦ ଟା ଯାଏଁ ହିଁ ସେମାନେ ଟିକେଟ ଭେରିଫିକେସନ କରିପାରିବେ  । ରାତିରେ ଶୋଇବା ପରେ କୌଣସି ପ୍ୟାସେଞ୍ଜରଙ୍କୁ ଡିଷ୍ଟର୍ବ କରିବେ ନାହିଁ  । ଏହି ଗାଇଡ଼ଲାଇନ ରେଳ ବିଭାଗ ତରଫରୁ ଜାରି କରାଯାଇଛି  । କିନ୍ତୁ ରାତି ୧୦ ଟା ପରେ ଯାତ୍ରା କରୁଥିବା ଯାତ୍ରୀଙ୍କ ଉପରେ ଏହି ନିୟମ ଲାଗୁହେବ ନାହିଁ  ।

Leave A Reply

Your email address will not be published.