ନୂଆଦିଲ୍ଲୀ : ପୂଜା ପୂର୍ବରୁ ଭାରତୀୟ ରେଲୱେ ନିଜର କର୍ମଚାରୀଙ୍କୁ ଦେଇଛି ଭେଟି। କେନ୍ଦ୍ର କ୍ଯାବିନେଟ ବୁଧବାର ଦିନ ରେଲୱେର ବୋନସ ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି। ଏନେଇ କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ କର୍ମଚାରୀଙ୍କୁ ୭୮ଦିନର ଦରମା ବୋନସ ହିସାବରେ ଦେବାକୁ ନିଷ୍ପତି ନେଇଛନ୍ତି। ନିଜର କର୍ମଚାରୀଙ୍କୁ ୧୮,୦୦୦ ଟଙ୍କାର ବୋନସ ଦେବ ରେଲୱେ। ଏହାର ପାଇଦା ରେଲୱେର ପ୍ରାୟ ୧୨ଲକ୍ଷ କର୍ମଚାରୀଙ୍କୁ ଫାଇଦା ହେବ।
ସୂଚନା ମୁତାବକ, ବୋନସ ରେଲୱେର କ୍ଲାସ ୩ ଏବଂ ୪ ବର୍ଗର କର୍ମଚାରୀଙ୍କୁ ମିଳିବ। ମୋନସର ଟଙ୍କା ସପ୍ଲିମେଣ୍ଟ୍ରି ବିଲ ପାସ କରିବା ପରେ ଗୋଟିଏ ଦିନରେ ସିଦା କର୍ମଚାରୀଙ୍କ ବ୍ଯାଙ୍କ ଆକାଉଣ୍ଟକୁ ପଲାଇବ। ଏଥିରେ ରେଲୱେର ଆରପିଏଫ୍ ଏବଂ ଆରପିଏସଏଫ୍ କର୍ମଚାରୀ ସାମିଲ ରହିଛନ୍ତି।
ନେସନାଲ ପେନେରେସନ୍ ଅପ୍ ଇଣ୍ଡିଆନ୍ ରେଲୱେମ୍ଯାନର ମୁଖ୍ଯ ସଚିବ ରଘୁବାୟା କହିଛନ୍ତି ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ରେଲୱେକୁ ୧୬,୦୦୦କୋଟିର ଲାଭ ହୋଇଛି। ଏଥିସହ ୧୧୬୧ କୋଟି ଟନର ଆମଦାନୀ ମଧ୍ୟ ହୋଇଛି। ତେବେ ୮୦ ଦିନର ଦରମା ବୋନସର ଆବେଦନ କରାଯାଇଥିବା ବେଳେ ୭୮ଦିନର ବୋନସକୁ ମଞ୍ଜୁରୀ କକରାଯାଇଥିଲା। ବୋନସ କାରଣରୁ ରେଲୱେକୁ ୨୦୦୦କୋଟି ଟଙ୍କାର ବୋଝ ପଡ଼ିବ।