ନୂଆବର୍ଷରେ କୋଟି କୋଟି ରେଳଯାତ୍ରୀଙ୍କ ଖୁସି ଖବର, ଏବେ ସମସ୍ତଙ୍କୁ ମିଳିବ କନଫର୍ମ ଟିକେଟ, ରେଳମନ୍ତ୍ରୀ କଲେ ଘୋଷଣା

ଦୂର ଯାତ୍ରା ପାଇଁ ଟ୍ରେନ୍ ଯାତ୍ରାକୁ ସମସ୍ତେ ପ୍ରାଧାନ୍ୟ ଦିଅନ୍ତି। ଆପଣ ମଧ୍ୟ ଅନେକ ଥର ଟ୍ରେନରେ ଯାତ୍ରା କରିଥିବେ। ଦୂର ସ୍ଥାନକୁ ଯାତ୍ରା କରିବା ସମୟରେ ଆମେ ସାଧାରଣତଃ ଟ୍ରେନକୁ ଅଧିକ ପସନ୍ଦ କରିଥାଉ । ଏହା ସହ ଟ୍ରେନରେ ଆମକୁ ଅନ୍ୟାନ ସୁବିଧା ବି ମିଳିଥାଏ । ଭାରତୀୟ ରେଳ ବିଭାଗ ଦୁନିଆରେ ୪ର୍ଥ ଏବଂ ଏସିଆର ଦ୍ୱିତୀୟ ସବୁଠୁ ବଡ଼ ରେଳ ନେଟଓ୍ଵାର୍କ। ଭାରତରେ ରେଳ ଷ୍ଟେସନର ସଂଖ୍ୟା ପାଖାପାଖି ୮ହଜାର। ଅଧିକାଂଶ ଲୋକ ରେଳ ଯାତ୍ରା କରିବା ପାଇଁ ପସନ୍ଦ କରିଥାନ୍ତି। ସମସ୍ତଙ୍କର ପ୍ରଥମ ପସନ୍ଦ ଏବେ ଟ୍ରେନ । ଆଉ ଭାରତୀୟ ରେଲୱେ ନେଟୱର୍କ ଦେଶର ପ୍ରତି କୋଣ ଅନୁକୋଣ ସହ ଯୋଡା । ଯେଉଁଠାରେ ପକ୍କା ସଡକ ବି ଯାଇନି ସେଠାରେ ଯାଇଛି ଇଣ୍ଡିଆନ ରେଲୱେ ଟ୍ରାକ୍‌ । ଟ୍ରେନରେ ଯାତାୟାତ କରିବାକୁ କୌଣସି ସମସ୍ୟା ନାହିଁ । ଯେତେ ଦୂର ଗଲେ ବି ଆପଣ ଆପଣଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚି ଯାଉଛନ୍ତି ।

ଏମିତିରେ ଭାରତୀୟ ରେଳର କନଫର୍ମ ଟିକେଟ ମିଳିବା ସମସ୍ତଙ୍କ ଭାଗ୍ୟରେ ନଥାଏ। ତେବେ ଏହା କଣ ପାଇଁ ହୁଏ ସେ ନେଇ ଅନେକ ତର୍କ ଲାଗି ରୁହେ। ଏହାକୁ ଧ୍ୟାନରେ ରଖି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏକ ନୂଆ ନିଷ୍ପତ୍ତି ଜାରି କରିଛନ୍ତି।

ବର୍ଷ ଆରମ୍ଭରୁ ବୁଲିବା ପ୍ରେମୀଙ୍କୁ ନେଇ ଆସିଲା ବଡ଼ ଖୁସି ଖବର। ଯଦି ଆପଣ ବୁଲିବାକୁ ପସନ୍ଦ କରନ୍ତି ତେବେ ଭାରତୀୟ ରେଳ ବିଭାଗ ନେଇ ଆସିଛି ଆପଣ ମାନଙ୍କ ପାଇଁ ବଢ଼ିଆ ଖବର। ଭାରତୀୟ ରେଳର କୋଟି କୋଟି ଯାତ୍ରୀଙ୍କ ପାଇଁ ଆସିଛି ଏବେ ଏକ ବଡ଼ ଖୁସି ଖବର । ଲୋକଙ୍କୁ କନଫର୍ମ ଟିକେଟ୍ ବୁକ୍ କରିବା ବେଳେ ହେଉଥିବା ସମସ୍ୟାକୁ ଧ୍ୟାନରେ ରଖି ରେଳ ମନ୍ତ୍ରଣାଳୟ ନେଇଛି ବଡ଼ ନିଷ୍ପତ୍ତି । ଦେଶର କୋଟି କୋଟି ରେଳଯାତ୍ରୀଙ୍କୁ କନଫର୍ମ ଟିକେଟ ଯୋଗାଇବା ପାଇଁ ରେଳବାଇ ରେଳବାଇ ଏକ ନୂଆ ପଦକ୍ଷେପ ନେବାକୁ ଯାଉଛି। ଏନେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି । ଏହାର ନୂଆ ଅଭିଯାନରେ ଭାରତୀୟ ରେଳବାଇ ବର୍ତ୍ତମାନ ଟିକେଟ ଦେବା କ୍ଷମତାକୁ ମିନିଟରେ ୨୫୦୦୦ ରୁ ବଢ଼ାଇ ୨.୨୫ ଲକ୍ଷକୁ ବୃଦ୍ଧି କରିବାକୁ ଯାଉଛି ଏହାସହ କନଫର୍ମ ପାଇଁ ଫର୍ମାଲିଟି ପ୍ରୋସେସକୁ ମିନିଟରେ ୪ ଲକ୍ଷରୁ ୪୦ ଲକ୍ଷକୁ ବୃଦ୍ଧି କରିବାକୁ ଯୋଜନା କରୁଛି ।

ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗତ କାଲି ଶୁକ୍ରବାର ଦିନ ମିଡିଆ ମାଧ୍ୟମରେ ରେଳ ଯାତ୍ରୀଙ୍କ ସହ ଏହି ଖୁସି ଖବର ବାଣ୍ଟିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ରେଳ ମନ୍ତ୍ରୀ କହିଛନ୍ତି ଯେ, ୨୦୨୩-୨୪ ଆର୍ଥିକ ବର୍ଷରେ ୭୦୦୦ କିଲୋମିଟର ନୂଆ ରେଳ ଟ୍ରାକ୍ ପାଇଁ ମଧ୍ୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଦେଶର ୨,୦୦୦ ରେଳ ଷ୍ଟେସନରେ ୨୪ ଘଣ୍ଟିଆ ‘ଜନ ସୁବିଧା’ ଷ୍ଟୋର ଖୋଲିବାକୁ ମଧ୍ୟ ଘୋଷଣା କରିଛନ୍ତି ।

ବର୍ତ୍ତମାନ ପ୍ରତି ମିନିଟରେ ପ୍ରାୟ ୨୫,୦୦୦ ଟିକେଟ୍ ପ୍ରଦାନ କରିବାର କ୍ଷମତା ରହିଛି । ଏହାକୁ ବଢ଼ାଇ ପ୍ରତି ମିନିଟରେ ୨.୨୫ ଲକ୍ଷ ଟିକେଟ୍ କରିବା ଆମର ଲକ୍ଷ୍ୟ ରହିଛି । ରେଳ ମନ୍ତ୍ରୀ କହିଛନ୍ତି ଯେ, ‘ପଚରାଉଚରା କ୍ଷମତା ମଧ୍ୟ ପ୍ରତି ମିନିଟରେ ଚାରି ଲକ୍ଷରୁ ୪୦ ଲକ୍ଷକୁ ବୃଦ୍ଧି ପାଇବ । ଚଳିତ ଆର୍ଥିକବର୍ଷରେ ୪୫୦୦ କିଲୋମିଟର ରେଳ ଟ୍ରାକ୍ ବିସ୍ତାର କରିବାର ଲକ୍ଷ୍ୟ ରଖାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.