ରେଳ ଯାତ୍ରୀଙ୍କୁ ଲାଗିଲା ଝଟକା; ୩ଗୁଣା ବଢ଼ିଲା ପ୍ଲାଟ୍‌ଫର୍ମ ଟିକେଟ୍‌ ମୂଲ୍ୟ

ନୂଆଦିଲ୍ଲୀ : ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ବଡ଼ ଖବର । ପାର୍ବଣ ଋତୁରେ ଭାରତୀୟ ରେଳବାଇ ପ୍ଲାଟଫର୍ମ ଟିକେଟ୍ ମୂଲ୍ୟ ତିନି ଗୁଣ ବୃଦ୍ଧି କରି ଯାତ୍ରୀଙ୍କୁ ଝଟାକା ଦେଇଛି। ବର୍ତ୍ତମାନ ଦିଲ୍ଲୀରେ ପ୍ରମୁଖ ଷ୍ଟେସନ୍‌ମାନଙ୍କରେ ଯାତ୍ରୀମାନଙ୍କୁ ଅଧିକ ୩ ଗୁଣା ଟଙ୍କା ଦେଇ ପ୍ଲାଟ୍‌ଫର୍ମ ଟିକେଟ୍‌ କିଣିବାକୁ ପଡ଼ିବ। ପୂର୍ବରୁ ଯେଉଁଠି ମାତ୍ର ୧୦ ଟଙ୍କାରେ ଯାତ୍ରୀମାନଙ୍କୁ ଏହି ଟିକେଟ୍‌ ଉପଲବ୍ଧ ହେଉଥିଲା ଏବେ ୩ଗୁଣା ଅଧିକ ବା ୩୦ ଟଙ୍କାରେ ଏହି ଟିକେଟ୍‌ ମିଳିବ।

ସୂଚନାନୁସାରେ ପାର୍ବଣରେ ରେଳ ଷ୍ଟେସନରେ ବହୁ ସଂଖ୍ୟାରେ ଜନସମାଗମ ହୋଇଥିଲା।ଯାତ୍ରୀଙ୍କ ସହିତ ତାଙ୍କ ସମ୍ପର୍କୀୟମାନେ ଅଧିକ ସଂଖ୍ୟାରେ ଆସୁଥିବାରୁ ରେଳ ଷ୍ଟେସନ୍‌ରେ ପ୍ରବଳ ଭିଡ଼ ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ରେଳ ଷ୍ଟେସନ୍‌ରେ ଭିଡ଼ କମାଇବାକୁ ରେଳ କର୍ତ୍ତୃପକ୍ଷ ଏପରି ପଦକ୍ଷେପ ନେଇଛନ୍ତି। ଆଗାମୀ ଛଟ୍‌ ପୂଜା ପର୍ଯ୍ୟନ୍ତ ରେଳ ଷ୍ଟେସନ୍‌ରେ ପ୍ଲାଟ୍‌ଫର୍ମ ୩୦ ଟଙ୍କାରେ ମିଳିବ ବୋଲି ଜଣାପଡ଼ିଛି। ପୂର୍ବ ୨ ବର୍ଷଗୁଡିକରେ, ଦୀପାବଳି ଏବଂ ଛଟ ପୂଜା ସମୟରେ ପ୍ଲାଟଫର୍ମ ଟିକେଟ୍ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ପ୍ଲାଟଫର୍ମରେ କେବଳ ଯାତ୍ରୀମାନଙ୍କୁ ଅନୁମତି ଦିଆଯାଇଥିଲା। କରୋନା ଅବଧିରେ ପ୍ଲାଟଫର୍ମ ଟିକେଟ୍ ୫୦ ଟଙ୍କା ଥିଲା।

ଏ ବାବଦରେ ମଙ୍ଗଳବାର ଦିନ ଜାରି କରାଯାଇଛି।ଏଥିରେ କୁହାଯାଇଛି ଯେ ନୂଆଦିଲ୍ଲୀ, ପୁରୁଣା ଦିଲ୍ଲୀ, ନିଜାମୁଦ୍ଦିନ, ଆନନ୍ଦ ବିହାର ଏବଂ ଗାଜିଆବାଦ ଷ୍ଟେସନରେ ପ୍ଲାଟଫର୍ମ ଟିକେଟ୍ ଅକ୍ଟୋବର ୫ ରୁ ଅକ୍ଟୋବର ୩୧, ୨୦୨୨ ପର୍ଯ୍ୟନ୍ତ ୩୦ ଟଙ୍କାରେ ଉପଲବ୍ଧ ହେବ, ଯାହାର ମୂଲ୍ୟ ବର୍ତ୍ତମାନ ୧୦ ଟଙ୍କା।

Leave A Reply

Your email address will not be published.