ବ୍ୟବସାୟ ଓ ଅର୍ଥନୀତି

ରେଲୱେ ଷ୍ଟେସନରେ ଏପରି କରନ୍ତୁ Wi-Fi କନେକ୍ଟ

ଆପଣ ମାନେ ଟ୍ରେନ ରେ ଯାତ୍ରା ତ କରିଥିବେ। ଏଥିରୁ ମିଳୁଥିବା ଅନେକ ସୁବିଧା ସମ୍ପର୍କ ରେ ମଧ୍ୟ ଜାଣିଥିବେ। ସବୁଠୁ ବଡ଼ ସୁବିଧା ହେଉଛି ଟ୍ରେନ ଷ୍ଟେସନ ରେ ଥିବା ମାଗଣା ୱାଇଫାଇ ସୁବିଧା। ସମସ୍ତେ ଏହା ସମ୍ପର୍କ ରେ ଜାଣନ୍ତି। କିନ୍ତୁ ଏହାକୁ ବ୍ୟବହାର କରିବା ର ଟ୍ରିକ ସମସ୍ତ ଙ୍କୁ ଜଣା ନଥାଏ। ଆଜି ଆମେ ଆପଣଙ୍କୁ railway station ରେ କିପରି free wifi ର ମଜା ଉଠାଇବା ତାହା ସମ୍ପର୍କ ରେ କହିବୁ। ଜାଣିବା ପାଇଁ ଭିଡିଓ କୁ ସମ୍ପୂର୍ଣ୍ଣ ଦେଖନ୍ତୁ।

ରେଲେଓ୍ଵ ଷ୍ଟେସନରେ ଉଠାନ୍ତୁ ମାଗଣା ଓ୍ଵାଇଫାଇର ମଜା। ଭାରତୀୟ ରେଲୱେ ସମସ୍ତ ରେଳ ଷ୍ଟେସନକୁ ଡିଜିଟାଲ ହବ୍ ବନାଇବା ପାଇଁ ଏକ ବଡ ଅଭିଯାନ ଆରମ୍ଭ କରିଛି। ଏହି ବ୍ୟବସ୍ଥାକୁ ତଦାରଖ କରୁଛି ‘RAILTEL’ ବିଭାଗ । ରେଲଟେଲ୍‌ ଦେଶର ସମସ୍ତ ବଡ଼ ବଡ଼ ରେଳ ଷ୍ଟେସନରେ ମାଗଣା ଓ୍ଵାଇଫାଇର ସୁବିଧା ଦେଉଛି।

ଦେଶର ସମସ୍ତ ରେଳ ଷ୍ଟେସନରେ ଓ୍ଵାଇ-ଫାଇ ସେବା ଯୋଗାଇବା କାମ ଏହି ରେଲଟେଲ ହିଁ କରୁଛି। ଭାରତୀୟ ରେଳଷ୍ଟେସନରେ ରେଲଟେଲ, ଦୁନିଆର ସବୁଠାରୁ ବଡ ଓ୍ଵାଇ-ଫାଇ ନେଟଓ୍ଵାର୍କକୁ ଆଣିବା ପାଇଁ ଅନେକ ବଡ ବଡ କମ୍ପାନୀ ସହିତ ଚୁକ୍ତିନାମା କରିଛି। ଏହି ସବୁ କମ୍ପାନୀ ମଧ୍ୟରେ ରହିଛି ଗୁଗଲ, ଟାଟା ଟ୍ରଷ୍ଟ, ପିଜିସିଆଇଏଲ ଆଦି । ଏଥିପାଇଁ ଫଣ୍ଡିଂ ଡିପାର୍ଟମେଣ୍ଟ ଅଫ୍ ଟେଲିକମ୍ୟୁନିକେସନ ୟୁଏସଓଏଫ ମଧ୍ୟ ୨୦୦ ରେଲୱେ ଷ୍ଟେସନ ପାଇଁ ଆର୍ଥିକ ସହାୟତା ଦେଇଛି ।

ଏବେ ଆସନ୍ତୁ ଜାଣିବା ଆପଣ କେମିତି ଏହି ମାଗଣା ଓ୍ଵାଇ-ଫାଇ ସହିତ ଯୋଡି ହେବେ:

ଓ୍ଵାଇ-ଫାଇ ସଂଯୋଗ ଥିବା ରେଲୱେ ଷ୍ଟେସନରେ ବ୍ୟକ୍ତି ନିଜ ସ୍ମାର୍ଟଫୋନ ଦ୍ୱାରା ରେଲଓୟାର ଓ୍ଵାଇ-ଫାଇ ନେଟଓ୍ଵାର୍କ ସହିତ ଯୋଡି ହୋଇ ପାରିବେ। ଏହି ସେବାକୁ ମନ ଭରି ଉପଭୋଗ କରିବା ପାଇଁ ବ୍ୟକ୍ତିଙ୍କୁ ପ୍ରଥମେ ନିଜ ମୋବାଇଲରେ ଓ୍ଵାଇ-ଫାଇ ମୋଡକୁ ଅନ୍ କରିବାକୁ ପଡିବ ଏବଂ ଏହାପରେ ମୋବାଇଲ ସ୍କ୍ରିନ ଉପରେ ଆସୁଥିବା Railwire ଓ୍ଵାଇ-ଫାଇ ନେଟଓ୍ଵାର୍କକୁ ସିଲେକ୍ଟ କରିବାକୁ ହେବ।

ଏହା କରିବା ପରେ Railwireର ଏକ ହୋମ ପେଜ୍ ଆପେ ଆପେ ହିଁ ଆପଣଙ୍କ ସ୍ମାର୍ଟଫୋନରେ ଦେଖାଯିବ । ଏଥିପାଇଁ ୟୁଜରଙ୍କୁ କେବଳ ନିଜର ଫୋନ ନମ୍ବର ହିଁ ଦେବାକୁ ହେବ। ନମ୍ବର ଦେବା ପରେ ୟୁଜରଙ୍କ ମୋବାଇଲକୁ ଏକ ଓଟିପି ମେସେଜ୍ ଆସିବ। ଏହି ଓଟିପି ନମ୍ବରଟି ଆପଣଙ୍କୁ ଏଣ୍ଟର କରିବାକୁ ହେବ ଏବଂ ଏହାର ତୁରନ୍ତ ପରେ ଓ୍ଵାଇ-ଫାଇ ନେଟଓ୍ଵାର୍କର ମାଗଣା ସେବା ମିଳିଯିବ

ଭାରତୀୟ ରେଲୱେ ଦେଶର ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ମଧ୍ୟରେ ଥିବା ଡିଜିଟାଲ ବ୍ୟବଧାନକୁ ଦୂର କରିବା ପାଇଁ ସମସ୍ତ ଷ୍ଟେସନରେ ମାଗଣାରେ ଓ୍ଵା-ଫାଇ ସେବା ଯୋଗାଇବା ପାଇଁ ଯୋଜନା କରିଛି।

D Sonali

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

4 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

5 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

6 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

7 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

7 hours ago