ଟ୍ରେନ୍ ଟିକେଟ ବୁକ୍ କରିବା ଆଜି ଠାରୁ ହେଲା ମହଙ୍ଗା, କିନ୍ତୁ ଏହି ଆପରେ କମ୍ ହୋଇପାରେ ଟଙ୍କା

ଆପଣ ଯଦି ଅନଲାଇନ୍ ଟ୍ରେନ ଟିକେଟ୍ ବୁକ୍ କରୁଛନ୍ତି ତେବେ ଆଜି ଠାରୁ ଆପଣଙ୍କୁ ପୂର୍ବ ଅପେକ୍ଷା ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ହେବ। ଆଜିଠାରୁ ଅନଲାଇନ୍ ଟ୍ରେନ ଟିକେଟ୍ ବୁକିଂ ଉପରେ ସର୍ଭିସ ଚାର୍ଜ ପୁଣି ଥରେ ଲାଗିବାକୁ ଯାଉଛି। ଆଇଆରସିଟିସି ଇ-ଟିକେଟ୍ ବୁକ୍ କରିବାରେ ୨୦ ଟଙ୍କାରୁ ୪୦ ଟଙ୍କା ପର୍ଯ୍ୟନ୍ତ ସର୍ଭିସ ଚାର୍ଜ ଲଗାଇବ।

ବିମୁଦ୍ରିକରଣ ପରେ ଟ୍ରେନ୍ ଟିକେଟ୍ରୁ ସର୍ଭିସ୍ ଚାର୍ଜ ହଟାଇ ଦିଆଯାଇଥିବା ବେଳେ ଆଜିଠୁ ରେଳବାଇ ଏକାକୁ ପୁଣି ଥରେ ଲାଗୁ କରିଛି । ରେଳ ମନ୍ତ୍ରାଳୟର ସୂଚନା ଅନୁସାରେ ବିନା ଏସି ବା ସ୍ଲିପର କ୍ଲାସ୍ ପାଇଁ ୧୫ ଟଙ୍କା ପ୍ରତି ଟିକେଟ୍ ଓ ଏସି କ୍ଲାସ୍ ପାଇଁ ପ୍ରତି ଟିକେଟ୍ ୩୦ ଟଙ୍କା ସର୍ଭିସ୍ ଚାର୍ଜ ଦେବାକୁ ପଡ଼ିବ । ଜିଏସ୍ଟି ସହ ଏହାକୁ ମିଶାଯିବ ନାହିଁ ବୋଲି ରେଳ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ପୂର୍ବରୁ ଏସି କୋଚ୍ ପାଇଁ ୪୦ ଟଙ୍କା ଓ ସ୍ଲିପର କ୍ଲାସ ପାଇଁ ୨୦ ଟଙ୍କା ସର୍ଭିସ୍ ଚାର୍ଜ ନିଆଯାଉଥିଲା । ସରକାର ଡିଜିଟାଲ ପେମେଣ୍ଟକୁ ବୃଦ୍ଧି କରିବା ପାଇଁ ଏହି ଚାର୍ଜ ଲଗାଉଛନ୍ତି।

trainତେବେ ଆସନ୍ତୁ ଜାଣିବା କଣ ମହଙ୍ଗା ହୋଇଛି ଟିକେଟ।

ଏହାସହ ପଢ଼ନ୍ତୁ : ଆଜି ଭାରତକୁ କଳାଧନ ଜମାକାରୀଙ୍କ ତାଲିକା ଦେବ ସ୍ୱିସ୍ ବ୍ୟାଙ୍କ, ବିଦେଶରେ ଲୁଚେଇ ରଖିଥିବା ଭାରତୀୟଙ୍କୁ ଲାଗିବ ଝଟକା

-ଗ୍ରାହକଙ୍କୁ ସ୍ଲିପର କ୍ଲାସ୍ ଇ-ଟିକେଟ ଉପରେ ୨୦ ଟଙ୍କାର ସର୍ଭିସ ଚାର୍ଜ ଦେବାକୁ ହେବ।

-ଏସି କ୍ଲାସର ଇ-ଟିକେଟ ଉପରେ ଗ୍ରାହକଙ୍କୁ ୪୦ ଟଙ୍କାର ସର୍ଭିସ ଚାର୍ଜ ଭରିବାକୁ ପଡିବ

-ଯଦି ଗ୍ରାହକ ସ୍ଲିପର ପାଇଁ ଭିମ୍ ଆପରୁ ପେମେଣ୍ଟ କରୁଛନ୍ତି ତେବେ ତାଙ୍କୁ ୧୦ ଟଙ୍କା ସର୍ଭିସ ଚାର୍ଜ ଦେବାକୁ ହେବ।

-ଏସି ପାଇଁ ଭିମ୍ ଆପରେ ପେମେଣ୍ଟ କଲେ ୨୦ ଟଙ୍କାର ସର୍ଭିସ ଚାର୍ଜ ଲାଗିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.