ବ୍ୟବସାୟ ଓ ଅର୍ଥନୀତି

ରେଳବାଇର ନୂଆ ନିୟମ, ଟ୍ରେନ୍ ଛାଡ଼ିବାର ୧୦ ମିନିଟ୍ ପରେ ସିଟରେ ନପହଁଚିଲେ ବାତିଲ ହୋଇଯିବ ଟିକେଟ୍

ସହରଗୁଡ଼ିକରେ ଟ୍ରାଫିକ୍ ଜାମ୍ ସମସ୍ୟା ବୃଦ୍ଧି ଏବଂ ପରିବହନରେ ଲାଗୁଥିବା ସମୟ କାରଣରୁ ଅନେକ ଲୋକ ବହୁତ ଜଲଦି ଜଲଦି ଦୌଡି ଟ୍ରେନକୁ ଧରୁଛନ୍ତି । ବର୍ତ୍ତମାନ ସୁଦ୍ଧା ଯାତ୍ରୀ ଗୋଟିଏ କିମ୍ବା ଦୁଇଟି ଷ୍ଟେସନ ପରେ ମଧ୍ୟ ଟ୍ରେନରେ ନିଜର ବର୍ଥରେ ପହଞ୍ଚୁଥିଲେ, ତେବେ ଟିଟିଇ ତାଙ୍କ ଉପସ୍ଥାନକୁ ଚିହ୍ନିତ କରୁଥିଲେ । କିନ୍ତୁ ବର୍ତ୍ତମାନ କୁହାଯାଉଛି ଯେ, ଯଦି ଯାତ୍ରୀ ଟ୍ରେନର ବୋର୍ଡିଂରେ ୧୦ ମିନିଟରୁ ଅଧିକ ବିଳମ୍ବ କରନ୍ତି ତେବେ ତାଙ୍କ ଟିକେଟ୍ ବାତିଲ ହୋଇ ସିଟ୍ ଅନ୍ୟ ଯାତ୍ରୀଙ୍କୁ ଦିଆଯିବ । ତେବେ ଏହି ନିର୍ଦ୍ଦେଶଟି ପ୍ରକୃତରେ ସତ କି କେବଳ ଏକ ଗୁଜବ, ଆସନ୍ତୁ ଏହା ବିଷୟରେ ଡିଟେଲରେ ଜାଣିବା ।

ଟିଟିଇ କେବଳ ୧୦ ମିନିଟ୍ ଅପେକ୍ଷା କରିବ !

ଏକ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ଯାତ୍ରୀଙ୍କୁ ଯେଉଁ ଷ୍ଟେସନରୁ ଯାତ୍ରା ଆରମ୍ଭ କରିବାର ଥିବ, ସେହି ଷ୍ଟେସନରୁ ଟ୍ରେନରେ ଚଢ଼ିବାକୁ ପଡ଼ିବ । ଟିଟିଇ ଯାଞ୍ଚ ସମୟରେ ଯଦି କୌଣସି ଯାତ୍ରୀ ତାଙ୍କ ସିଟରେ ନଥାନ୍ତି, ତେବେ ସେ ତାଙ୍କୁ ୧୦ ମିନିଟ୍ ପର୍ଯ୍ୟନ୍ତ ଅପେକ୍ଷା କରିବେ । ଏହା ପରେ ତାଙ୍କର ଅନୁପସ୍ଥିତି ରେକର୍ଡ ହେବ । ଏଥିସହିତ ଟ୍ରେନରେ ଯାତ୍ରା କରୁଥିବା ଅନ୍ୟ ଯାତ୍ରୀଙ୍କୁ ସେହି ବାତିଲ ହୋଇଥିବା ସିଟକୁ ଦେଇଦିଆଯିବ ।

ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଟିଟିଇ ନିଜ ସାଥିରେ ଥିବା ଯାତ୍ରୀଙ୍କ ପେପର ଲିଷ୍ଟରେ ଯାତ୍ରୀଙ୍କ ଉପସ୍ଥିତିକୁ ମାର୍କ କରୁଥିଲେ । ଏହି ପ୍ରକ୍ରିୟାରେ ସେ ଯାତ୍ରୀ ଆସିବା ପାଇଁ ପରବର୍ତ୍ତୀ ଷ୍ଟେସନ ପର୍ଯ୍ୟନ୍ତ ଅପେକ୍ଷା କରୁଥିଲେ । କିନ୍ତୁ ବର୍ତ୍ତମାନ ତାଙ୍କୁ ହ୍ୟାଣ୍ଡ ହେଲ୍ଡ ଟର୍ମିନାଲ୍ ଦିଆଯାଇଛି । ଯାହା ମାଧ୍ୟମରେ ସେ ଯାତ୍ରୀମାନଙ୍କ ଟିକେଟ୍ ଯାଞ୍ଚ କରିବେ ଏବଂ ସେମାନଙ୍କ ଆସିବା ବା ନଆସିବା ବିବରଣୀ ପୂରଣ କରିବେ । ଏହା ସହିତ ତାଙ୍କର ସମ୍ପୂର୍ଣ୍ଣ ତଥ୍ୟ ଭାରତୀୟ ରେଳବାଇର ରେକର୍ଡରେ ରହିବ ।

ବିଳମ୍ବ କଲେ କ୍ୟାନ୍ସଲ ହୋଇପାରେ ଟିକେଟ୍

ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ଟିକେଟ୍ ବୁକ୍ କରିବା ପରେ ଯାତ୍ରୀମାନଙ୍କୁ ନିଜ ବୋର୍ଡିଂ ଷ୍ଟେସନରୁ ଟ୍ରେନରେ ଚଢ଼ି ନିଜ ସିଟରେ ପହଞ୍ଚିବାକୁ ପଡ଼ିବ । ଯଦି ସେମାନେ ତାହା ନକରନ୍ତି, ତେବେ ସେମାନଙ୍କର ଟିକେଟ୍ ବାତିଲ କରାଯାଇ ଅନ୍ୟ ଯାତ୍ରୀଙ୍କୁ ଦେଇଦିଆଯାପାରିବ । ଯଦିଓ ଅନେକ ଥର ଭିଡ଼ ଯୋଗୁଁ ଟିଟିଇଙ୍କୁ ଯାତ୍ରୀଙ୍କ ସିଟରେ ପହଞ୍ଚିବାରେ ବିଳମ୍ବ ହୋଇପାରେ । ଏଭଳି ପରିସ୍ଥିତିରେ ଯାତ୍ରୀ କିଛି ଏକ୍ସଟ୍ରା ସମୟ ପାଇପାରିବେ, କିନ୍ତୁ ଏପରି କରିବା ବିପଦ ବି ସାଜିପାରେ । ତେଣୁ ଯେଉଁଠାରେ ଆପଣଙ୍କ ସିଟ୍ ଅଛି, ଠିକ୍ ସମୟରେ ସେଠାରେ ପହଞ୍ଚିବା ଆପଣଙ୍କ ପାଇଁ ନିହାତି ଭାବେ ଭଲ ରହିବ ।

Pritiparna

Recent Posts

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

49 mins ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

1 hour ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

2 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

2 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

3 hours ago

ବାପା ମାଟି ତଳୁ ଉଦ୍ଧାର ମା’ ଏବେବି ନିଖୋଜ ; ପୁଅକୁ ଉଚିତ୍‌ ଦଣ୍ଡ ଦେବାକୁ ଝିଅର ଦାବି

ସୋର(କେନ୍ୟୁଜ୍‌): ଜହ୍ଲାଦ ପୁଅ । ସବୁ ସୀମା ପାର୍‌ କଲା । ମଦ ନିଶାରେ ଭୁଲିଗଲା ରକ୍ତ ସମ୍ପର୍କ ।…

3 hours ago