ରେଲୱେ ଟିକେଟିଂ ସିଷ୍ଟମରେ ହେବ ବଡ ପରିବର୍ତ୍ତନ, ଜାରି ହେବ କ୍ୟୁଆର କୋଡ୍‌ ଥିବା ଟିକେଟ

ଭାରତୀୟ ରେଳବାଇ ଯାତ୍ରୀଙ୍କ ସୁବିଧା ପାଇଁ ଟିକେଟିଂ ବ୍ୟବସ୍ଥାରେ ଏକ ବଡ ଧରଣର ପରିବର୍ତ୍ତନ କରିବାକୁ ଯାଉଛି। ରେଳବାଇ ଆରକ୍ଷଣ ପ୍ରଣାଳୀରେ ସବୁକିଛି ପରିବର୍ତ୍ତନ କରିବା ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସୀ ଆଧାରିତ ସିଷ୍ଟମ ପ୍ରସ୍ତୁତ କରାଯାଉଛି। କରୋନା କାଳରେ ବିନା ଛୁଇଁ ଟିକେଟ ଚେକିଂ ନ କରିବା ପାଇଁ କ୍ୟୁଆର କୋଡ ଆଧାରିତ ଟିକେଟ ପ୍ରଣାଳୀ ଜାରି କରିବ। ରେଳବାଇ ବୋର୍ଡର ଅଧ୍ୟନ ବିନୋଦ କୁମାର ଯାଦବ ଏହି ସୂଚନା ଦେଇଛନ୍ତି।

ସୂଚନା ମୁତାବକ, ରେଳବାଇ ୱେବସାଇଟ ଏବଂ ମୋବାଇଲ ଆପରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସୀ ଆଧାରରେ ଟିକେଟ ଆରକ୍ଷଣ ବ୍ୟବସ୍ଥା ହେବ, ଯେଉଁଥିରେ ଲୋକଙ୍କୁ ଅଧିକରୁ ଅଧିକ କନଫର୍ମ ଟିକେଟ ମିଳିପାରିବ। ରେଳବାଇ କମ୍ପାନୀ କ୍ରିସ ପିଆରଏସ୍‌ ସିଷ୍ଟମ ଏବଂ ସଫ୍ଟେଓ୍ଵୟାର ପ୍ରସ୍ତୁତ କରୁଛି। ପରିବର୍ତ୍ତନ ହେବା ପରେ କେଉଁ ଟ୍ରେନରେ କେତେ ୱେଟିଂ ଏବଂ କେଉଁ ଟ୍ରେନରେ କେଉଁ କେଉଁ କ୍ଲାସରେ ଆରକ୍ଷଣ ଉପଲବ୍ଧ ହେବ, ଯାହାକୁ ଯାତ୍ରୀ ବହୁତ ସହଜରେ ଦେଖିପାରିବେ। ଏହିପରି ଆଇଆରସିଟିସି ଜରିଆରେ ପ୍ରସ୍ତୁତ ହେଉଥିବା ଅନଲାଇନ ଟିକେଟିଂକୁ ଅଧିକ ସହଜ କରିବା ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି।

ticket 1

କ୍ୟୁଆର କୋଡ ଟିକେଟ ଜାରି ହେବା ଦ୍ୱାରା ଟିକେଟ ଚେକିଂ ସମୟରେ ଟିଟିଇ ଯାତ୍ରୀଙ୍କ ହାତରୁ ଟିକେଟ ନେଇ ଯାଞ୍ଚ କରିବା ପରିବର୍ତ୍ତେ ନିଜର ମୋବାଇଲ ଫୋନ ଅଥବା ହାତରେ ଧରିଥିବା ମେସିନ ଜରିଆରେ ଟିକେଟକୁ ସ୍କାନିଂ କରିପାରିବେ।

Leave A Reply

Your email address will not be published.