ରେଲୱେ  ଟିକେଟ ବୁକିଂ ଏବଂ ରିଜର୍ଭେସନ ନିୟମରେ ଆସିଲା ବଡ ପରିବର୍ତ୍ତନ, ଏବେ ଯାତ୍ରୀଙ୍କୁ ମିଳିବ ଏହିସବୁ ଲାଭ

ଭାରତୀୟ ରେଲୱେ ଆଜିଠାରୁ ଟ୍ରେନ ଟିକେଟ ବୁକିଂ ଏବଂ ରିଜର୍ଭେସନ ନିୟମରେ ବଡ ପରବର୍ତ୍ତନ କରିଛି। ଯାହା ଆଜିଠାରୁ ଲାଗୁ ହେବାକୁ ଯାଉଛି। ଏହି ନିୟମ ଅନୁଯାୟୀ, ଯାତ୍ରୀଙ୍କୁ ଅଚାନକ ଟିକେଟ ବୁକିଂ ପାଇଁ ଆଉ ଅଧିକ ସମୟ ଲାଗିବନି। ଟ୍ରେନ ଷ୍ଟେସନରୁ ବାହାରିବାର ୩୦ ମିନିଟ୍‌ ପୂର୍ବରୁ ଯାତ୍ରୀ ନିଜ ଟିକେଟ ବୁକିଂ କରିପାରିବେ।

କରୋନା ଭାଇରସ୍ ମହାମାରୀକୁ ଦୃଷ୍ଟିରେ ରଖି ନିୟମିତ ଟ୍ରେନ ସେବା ୨୫ ମାର୍ଚ୍ଚରୁ ରଦ୍ଦ କରିଦେଇଛି। କେବଳ ସ୍ପେଶାଲ ଟ୍ରେନ ହିଁ ଚଳାଯାଉଛି। ଏହି ସଂଖ୍ୟା ଧିରେ ଧିରେ ବଢାଇ ୩୧୦ ହୋଇଛି। ଏହାଛଡା ୪୦ କ୍ଳୋନ ଟ୍ରେନ ମଧ୍ୟ ଚଲାଯାଉଛି। କୋଭିଡ କାଳରେ ଚାଲୁଥିବା ସ୍ପେଶାଲ ଟ୍ରେନ ପାଇଁ ପୂର୍ବଭଳି ଟିକେଟ ରିଜର୍ଭେସନ ଚାଟ ପାଖାପାଖି ୪ ଘଣ୍ଟା ପୂର୍ବରୁ ପ୍ରସ୍ତୁତ କରାଯାଉଥିଲା। କିନ୍ତୁ ଏବେ ଏହି ଟାଇମିଂରେ ପରିବର୍ତ୍ତନ କରାଯାଇଛି।

indian-railways

ଷ୍ଟେସନରୁ ଟ୍ରେନ ନିର୍ଦ୍ଧାରିତ ପ୍ରସ୍ଥାନ ସମୟରୁ ୩୦ ମିନିଟ ପୂର୍ବରୁ ଦ୍ବିତୀୟ ରିଜର୍ଭେସନ୍ ଚାର୍ଟ ପ୍ରସ୍ତୁତ କରାଯିବ। କରୋନା ଭାଇରସ୍ ମହାମାରୀର ପୂର୍ବରୁ ଏହା ସ୍ବାଭାବିକ ଥିଲା, କିନ୍ତୁ ଯେତେବେଳେ ଭାରତୀୟ ରେଲଓ୍ବେ ମହାମାରୀ ଭିତରେ ସ୍ପେଶାଲ ଯାତ୍ରୀ ଟ୍ରେନ ଆରମ୍ଭ ହୋଇଯାଇଛି, ତେବେ ନିର୍ଦ୍ଧାରିତ ପ୍ରସ୍ତାନ ସମୟରୁ ଦୁଇ ଘଣ୍ଟା ପୂର୍ବରୁ ଦ୍ବିତୀୟ ରିଜର୍ଭେସନ୍ ଚାର୍ଟ ପ୍ରସ୍ତୁତ କରାଯାଉଛି। ରେଲଓ୍ବେ ଷ୍ଟେସନରୁ ଟ୍ରେନ ଯିବାର ୫ ମିନିଟ ପୂର୍ବରୁ ମଧ୍ୟ କନଫର୍ମ ସିଟ୍ ଉପଲବ୍ଧ ହେବ, କାରଣ ଭାରତୀୟ ରେଲଓ୍ବେ ପ୍ରସ୍ଥାନ ସମୟରୁ ଅଧଘଣ୍ଟା ପୂର୍ବରୁ ଦ୍ବିତୀୟ ରିଜର୍ଭେସନ୍ ଚାର୍ଟ ପ୍ରସ୍ତୁତ କରିବାର କୋଭିଡ୍ ପୂର୍ବ ସିଷ୍ଟମକୁ ଆରମ୍ଭ କରିବାର ନିଷ୍ପତ୍ତି ନେଇଛନ୍ତି। ଆଜିଠାରୁ ଏହି ଚାର୍ଟ ନିର୍ଦ୍ଧାରିତ ପ୍ରସ୍ତାନ ସମୟରୁ ୩୦ ମିନିଟରୁ ନେଇ ୫ ମିନିଟ ଭିତରେ ପ୍ରସ୍ତୁତ କରାଯିବ, ଏହି ସମୟରେ ଟିକେଟ ବୁକ କରାଯାଇପାରେ।

ticket

ଟ୍ରେନ ନିର୍ଦ୍ଧାରିତ ପ୍ରସ୍ଥାନରୁ ଅତି କମରେ ୪ ଘଣ୍ଟା ପୂର୍ବରୁ ପ୍ରଥମ ଚାର୍ଟ ପ୍ରସ୍ତୁତ କରାଯାଇଥାଏ। ଯଦି ସିଟ୍ ରଦ୍ଦ ହେବାର କାରଣ ଖାଲି ହୋଇଯିବ, ତେବେ ଅନ୍ୟ ଚାର୍ଟର ପ୍ରସ୍ତୁତି ପର୍ଯ୍ୟନ୍ତ ପିସିଆରଏସ୍ କାଉଣ୍ଟର ଓ ଅନଲାଇନ୍ ଜରିଆରେ ବୁକ୍ କରଯାଇପାରେ। ଆରମ୍ଭରୁ ମହାମାରୀ ସମୟରେ ସମୟ ବଦଳାଇ ଦିଆଯାଇଥିଲା। ଟିକେଟ କେବଳ ଅନଲାଇନରେ ଉପଲବ୍ଧ ଥିଲା। ରେଲଓ୍ବେ ଷ୍ଟେସନରେ ଭିଡକୁ ବଞ୍ଚିବା ପାଇଁ ଓ ଏହାର ଉଦେଶ୍ୟ ଲୋକଙ୍କୁ ମୂଲ୍ୟହୀନ ଯାତ୍ରାରୁ ରୋକିବା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.