ବ୍ୟବସାୟ ଓ ଅର୍ଥନୀତି

ବୁଲେଟ୍‌ ଟ୍ରେନ୍‌ ପାଇଁ ପ୍ରସ୍ତୁତ ହେଉଛି ଦେଶର ପ୍ରଥମ ବାଲାଷ୍ଟଲେସ୍‌ ଟ୍ରାକ୍‌, ଜାଣନ୍ତୁ କଣ ରହିଛି ଏଥିରେ ଖାସିୟତ୍‌

ଦେଶକୁ ନିଜର ପ୍ରଥମ ବୁଲେଟ ଟ୍ରେନକୁ ନେଇ ବହୁତ କିଛି ଆଶା ରହିଛି । ଯାହାକୁ ସମସ୍ତେ ଚାତକ ଭଳି ଅପେକ୍ଷା କରିଛନ୍ତି । ନିକଟରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବୁଲେଟ ଟ୍ରେନକୁ ନେଇ ସୂଚନା ଦେଇଥିଲେ । କିନ୍ତୁ ଏବେ ସେ ଏହାକୁ ନେଇ ଏକ ଭିଡିଓ ପୋଷ୍ଟ କରିଛନ୍ତି ।ମୁମ୍ବାଇ ଓ ଅହମ୍ମଦାବାଦ ମଧ୍ୟରେ ଚାଲିବାକୁ ଥିବା ବୁଲେଟ୍ ଟ୍ରେନ୍ ବିଷୟରେ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି। ଦେଶର ପ୍ରଥମ ବାଲାଷ୍ଟ-କମ୍ ଟ୍ରାକ ସିଷ୍ଟମ ପ୍ରସ୍ତୁତ କରାଯାଉଛି। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ପ୍ରକଳ୍ପ ସମ୍ପର୍କରେ ଏକ ଭିଡିଓ ଟ୍ୱିଟରରେ ସେୟାର କରିଛନ୍ତି। ଏଥିରେ ଏହାର ଅଗ୍ରଗତି ବିଷୟରେ ସେ ସୂଚନା ମଧ୍ୟ ଦେଇଛନ୍ତି।

ଶ୍ରୀ ବୈଷ୍ଣବ କହିଛନ୍ତି ଯେ ୨୯୫ କିଲୋମିଟର ପିୟର୍ ଓ ୧୫୩ କିଲୋମିଟର ଭିଆଡକ୍ଟ କାର୍ଯ୍ୟ ସମାପ୍ତ ହୋଇସାରିଛି। ଏହା ବ୍ୟତୀତ ସେ ଆହୁରି ମଧ୍ୟ କହିଛନ୍ତି ଯେ ମୋଦୀ ୩.୦ ରେ ଆହୁରି ଅନେକ କିଛି ଆସିବାକୁ ଯାଉଛି। ଭାରତରେ ପ୍ରଥମ ଥର ପାଇଁ ମୁମ୍ବାଇ-ଅହମ୍ମଦାବାଦ ହାଇ ସ୍ପିଡ୍ ରେଳ କରିଡରରେ ବୁଲେଟ୍ ଟ୍ରେନ୍ ପାଇଁ ଏକ ସ୍ୱତନ୍ତ୍ର ଟ୍ରାକ୍ ବ୍ୟବସ୍ଥା ପ୍ରସ୍ତୁତ କରାଯାଉଛି, ଯାହା ବାଲାଷ୍ଟମୁକ୍ତ ହେବ। ଏହା ହେଉଛି ଜେ-ସ୍ଲାବ୍ ବାଲାଷ୍ଟଲେସ୍ ଟ୍ରାକ୍ ସିଷ୍ଟମ୍।

ଏହି ଟ୍ରାକ୍ ସିଷ୍ଟମରେ ମୁଖ୍ୟତଃ ୪ଟି ଭାଗ ଅଛି। ଆରସି ଟ୍ରାକ୍ ବେଡ୍, ସିମେଣ୍ଟ ମୋର୍ଟାର, ଫାଷ୍ଟେନର୍ସ ସହିତ ପ୍ରି-କାଷ୍ଟ ଟ୍ରାକ୍ ସ୍ଲାବ୍ ଓ ରେଲ୍ ୱିଥ୍ ଫାଷ୍ଟନର୍ସ। ଦେଶର ଦୁଇଟି ସହରରେ ପ୍ରି-କାଷ୍ଟ୍ ଆରସି ଟ୍ରାକ୍ ସ୍ଲାବ୍ ପ୍ରସ୍ତୁତ କରାଯାଉଛି। ଗୁଜୁରାଟର ଆନନ୍ଦ ଓ କିମରେ ଏହି କାମ ଚାଲିଛି। ପ୍ରାୟ ୩୫ ହଜାର ମେଟ୍ରିକ୍ ଟନ୍ ରେଳ ପହଞ୍ଚି ସାରିଛି। ଟ୍ରାକ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ଏହା ମେକ୍ ଇନ୍ ଇଣ୍ଡିଆର ଏକ ଉତ୍ତମ ଉଦାହରଣ ମଧ୍ୟ ଉପସ୍ଥାପନ କରେ। ଏହି ଅନନ୍ୟ ଟ୍ରାକ୍ ସିଷ୍ଟମ୍ ଉତ୍କୃଷ୍ଟ ଇଞ୍ଜିନିୟରିଂର ଏକ ଉଦାହରଣ।

ତେବେ ଆପଣଙ୍କୁ କହିରଖୁଛୁ ଯେ ପ୍ରବଳ ପବନ କିମ୍ବା ଝଡ ଯୋଗୁଁ ଏହି ହାଇ ସ୍ପିଡ୍ ଟ୍ରେନର କ୍ଷତି ନହେବା ପାଇଁ ବିଶେଷ ପଦକ୍ଷେପ ନିଆଯାଉଛି। ଏଥିପାଇଁ ୫୦୮ କିଲୋମିଟର ମାର୍ଗରେ ୧୪ ଟି ସ୍ଥାନରେ ପବନର ବେଗ ମାପିବା ପାଇଁ ଆନିମୋମିଟର ସ୍ଥାପନ କରିବାକୁ ନିଷ୍ପତ୍ତି ନିଆଯାଇଛି।

ନ୍ୟାସନାଲ ହାଇ ସ୍ପିଡ୍ ରେଳ ନିଗମ ଲିମିଟେଡ୍ କହିଛି ଯେ ମୁମ୍ବାଇ-ଅହମ୍ମଦାବାଦ ବୁଲେଟ୍ ଟ୍ରେନ୍ କରିଡର ଦେଶର ପଶ୍ଚିମ ଭାଗର ଉପକୂଳବର୍ତ୍ତୀ ଅଞ୍ଚଳ ଦେଇ ଯିବ, ଯେଉଁଠାରେ ପବନର ବେଗ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଅଧିକ ଥାଏ। ଏହି ପ୍ରବଳ ପବନ ବ୍ରିଜ ଉପରେ ଟ୍ରେନ୍ ଚଳାଚଳ ଉପରେ ପ୍ରଭାବ ପକାଇବାର କ୍ଷମତା ରଖିଛି। ଏହାର ସମାଧାନ ପାଇଁ, ଭିଆଡକ୍ଟରେ ଆନିମୋମିଟର ସ୍ଥାପନ ପାଇଁ ୧୪ ଟି ସ୍ଥାନ ଯାହା ଗୁଜୁରାଟରେ ୯ ଓ ମହାରାଷ୍ଟ୍ରରେ ୫ଟି ଚିହ୍ନଟ କରାଯାଇଛି। ଏହି ଉପକରଣଗୁଡ଼ିକରେ ବିଶେଷ ଭାବରେ ନଦୀ ସେତୁ ଓ ପ୍ରବଳ ପବନ ପ୍ରବଣ ଅଞ୍ଚଳ ଉପରେ ଧ୍ୟାନ ଦିଆଯିବ ଓ ଏହା ପବନର ବେଗ ଉପରେ ନଜର ରଖିବ।

କଣ ଏହି ବାଲାଷ୍ଟଲେସ୍‌ ଟ୍ରାକ୍‌

ବାଲାଷ୍ଟଲେସ୍‌ ଟ୍ରାକକୁ ସ୍ଲାବ୍‌ ଟ୍ରାକ୍‌ ଭାବେ ମଧ୍ୟ ଜଣାଯାଏ । ଏହାକୁ ଅନେକ ଦେଶରେ ହାଇସ୍ପିଡ୍‌ ରେଳ ପାଇଁ ବ୍ୟବହାର କରାଯାଏ । ଭାରତ ଜେ ସ୍ଲାବ୍‌ ବାଲାଷ୍ଟଲେସ୍‌ ଟ୍ରାକକୁ ପ୍ରଥମ ଥର ବ୍ୟବହାର କରିଛି । ଏହାକୁ ଆରସି ଟ୍ରାକ୍‌ ଉପରେ ରଖାଯାଇଥାଏ । ଏହାର ମୋଟେଇ ୩୦୦ ଏମଏମ୍‌ ପର୍ଯ୍ୟନ୍ତ ରହିଥାଏ । ବାଲାଷ୍ଟଲେସ୍‌ ଟ୍ରାକ୍‌ ଦ୍ୱାରା ଟ୍ରେନରେ ବହୁତ ମାତ୍ରାରେ ସ୍ଥିରତା ଆସିଥାଏ । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ସୁରକ୍ଷା ଉପାୟକୁ ମଜବୁତ କରିବା ପାଇଁ ମୁମ୍ବାଇ ଅହମ୍ମଦାବାଦ କରିଡରରେ ୧୪ଟି ଯାଗାରେ ଏନିମୋମିଟର ମଧ୍ୟ ଲଗାଯିବ ।

Pritiparna

Recent Posts

ଅଲାରନାଥଙ୍କ ଅଣସର ଦର୍ଶନ କରିବେ ଭକ୍ତ, ଏବେ ଠାରୁ ଛୁଟିଲାଣି ଭକ୍ତଙ୍କ ସୁଅ

ବ୍ରହ୍ମଗିରି(କେନ୍ୟୁଜ): ସ୍ନାନ ପୂର୍ଣ୍ଣିମା ଦିନ ୧୦୮ ସୁବାସିତ ଜଳରେ ସ୍ନାନ କରିବା ପରେ ସବୁ ବର୍ଷ ପରି ଚଳିତ ବର୍ଷ…

5 mins ago

ରାସ୍ତାରେ ଜଳିଗଲା ବାଇକ, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବିଭାଗ

ଆଠମଲ୍ଲିକ: ଆଠମଲ୍ଲିକ ନିକଟସ୍ଥ ମାଳିପଦର ଗ୍ରାମ ନିକଟ ପୂର୍ତ୍ତ  ରାସ୍ତାରେ ଜଳିଗଲା ବାଇକ | ପ୍ରକାଶ ଯେ,  ଆଠମଲ୍ଲିକ  କିଆକଟା…

10 mins ago

ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା: ଜୁଲାଇ ୬କୁ ବୃଦ୍ଧି ପାଇଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…

41 mins ago

ସୋନାକ୍ଷୀଙ୍କ ବିବାହ ପାଇଁ ସୁନ୍ଦର ଭାବେ ସଜାଯାଇଛି ଶତ୍ରୁଘ୍ନ ସିହ୍ନା ଘର, ସାମ୍ନାକୁ ଆସିଲା ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି…

48 mins ago

ଠାଣେ: ଫୁଟବଲ୍‌ ଟର୍ଫ ଉପରେ ଖସିପଡ଼ିଲା ଟିଣ ଶେଡ୍‌, ୯ ଜଣ ପିଲା ଆହତ; ଅନେକ ଗୁରୁତର

ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍‌ ଟର୍ଫ…

3 hours ago

ଯେକୌଣସି ବୟସରେ ଦାନ୍ତ ଉଠାଇ ପାରିବେ ଆପଣ, ଆସୁଛି ନୂଆ ମେଡିସିନ୍‌

ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…

3 hours ago